କଟକ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହେଲେ ସଂତୃପ୍ତ ମିଶ୍ର, ଦଳୀୟ କ୍ୟାମ୍ପରେ ଉତ୍ସାହ - Cuttack Lok Sabha Constituency

By ETV Bharat Odisha Team

Published : Mar 27, 2024, 10:17 PM IST

thumbnail

Cuttack Lok Sabha Constituency କଟକ: ବିଜେଡି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଟକ ଲୋକସଭା ଆସନରୁ ସଂତୃପ ମିଶ୍ରଙ୍କ ନାଁରେ ମୋହର ମାରିଛି ଦଳ । ଏନେଇ ବିଜେଡିର କଟକ କ୍ୟାମ୍ପରେ ଉତ୍ସାହ ଦେଖାଯାଇଛି । 

ତେବେ ସଂତୃପଙ୍କ ନାମ ଘୋଷଣା ପୂର୍ବରୁ ଆଜି କଟକରେ ଏକ ରାଲି କରିବା ସହ ଚଣ୍ଡୀ ମନ୍ଦିର ଯାଇ ମା' କଟକ ଚଣ୍ଡୀଙ୍କୁ ଦର୍ଶନ କରିଥିଲେ ସଂତୃପ୍ତ । ପରେ ବିଜେଡିର ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ କଟକ ସଂସଦୀୟ କ୍ଷେତ୍ରର ସମସ୍ତ ଘୋଷିତ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା । ଏକ ହୋଟେଲ ଆୟୋଜିତ ହୋଇ ଥିବା ଏହି ବୈଠକରେ କଟକ ଜିଲ୍ଲାର ସମସ୍ତ ବିଜେଡି ନେତାଙ୍କ ସହ ବିଜେଡି ପକ୍ଷରୁ କଟକ ଲୋକସଭା ପ୍ରାର୍ଥୀ ସଂତୃପ ମିଶ୍ର ମଧ୍ୟ ଯୋଗ ଦେଇଥିଲେ । ତେବେ ସଂତୃପ ମିଶ୍ର ହିଁ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ପ୍ରାଥୀ ବୋଲି ଉପସ୍ଥିତ ନେତାମାନେ ବକ୍ତବ୍ୟ ଦେଇଥିଲେ । ସେପଟେ ସଂତୃପ ମିଶ୍ରଙ୍କୁ ସ୍ୱାଗତ କରିବା ପାଇଁ ଏହି ବୈଠକ ଆୟୋଜିତ ହୋଇଥିବା ନେଇ ଗଣମାଧ୍ୟମକୁ କହିଥିଲେ କଟକ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ପରେ ଆଜି ସନ୍ଧ୍ୟାରେ କଟକ ଲୋକସଭା ଆସନ ପାଇଁ ସଂତୃପ ମିଶ୍ରଙ୍କୁ ପ୍ରାର୍ଥୀ  ଘୋଷଣା କରିଥିଲେ ବିଜେଡି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.