ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ଉପରେ ସଚେତନତା କାର୍ଯ୍ୟକ୍ରମ - New Criminal Law Awareness

By ETV Bharat Odisha Team

Published : Jul 2, 2024, 6:27 PM IST

thumbnail
ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ଉପରେ ସଚେତନତା କାର୍ଯ୍ୟକ୍ରମ (ETV Bharat Odisha)

କୋରାପୁଟ: ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ଶାଖ୍ୟ ଅଧିନିୟମ ଏହି ୩ଟି ଅପରାଧିକ ଆଇନ ସମଗ୍ର ଦେଶରେ ଲାଗୁ ହୋଇଛି । ଏହି ଆଇନଗୁଡିକ ଯଥାକ୍ରମେ ଭାରତୀୟ ପିଙ୍ଗଲ କୋର୍ଟ ବା ଆଇପିସି,କୋର୍ଡ ଅଫ କ୍ରିମିନାଲ ପ୍ରୋସିଜର (ସିସିପି) ଏବଂ ଭାରତୀୟ ପ୍ରମାଣ ଆଇନ (ଆଇଇଏ)ର ସ୍ଥାନ ନେଇଛି । ଏଥିଲାଗି କୋରାପୁଟ ସ୍ଥିତ ମଣ୍ଡଳ କାରାଗାରରେ ଆଇନଜୀବୀଙ୍କ ଦ୍ୱାରା ସଚେତନତା ଶିବିରର ଆୟୋଜନ କରାଯାଇଛି । କାରାଗାରରେ ବନ୍ଦୀ ହୋଇ ରହିଥିବା ଅନ୍ତେବାସୀଙ୍କୁ ପ୍ରଚଳିତ ନୂତନ ନିୟମରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ଅବଗତ କରାଯାଇଥିଲା । ସେହିପରି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ନୂଆ ଆଇନରେ ଏକ ଆଧୁନିକ ନ୍ୟାୟ ବ୍ୟବସ୍ଥା ଅଣାଯିବା ସହ ସେଥିରେ ଜିରୋ ଏଫଆଇଆର, ଅନଲାଇନ ପଞ୍ଜିକରଣ ଓ ଏସଏମଏସ ଭଳି ଡିଜିଟାଲ ମାଧ୍ୟମରେ ସମନ ଏବଂ ଅପରାଧିକ ଦୃଶ୍ୟର ଡିଜିଟାଲ ଭିଡିଓଗ୍ରାଫି ଭଳି ବ୍ୟବସ୍ଥା ଅର୍ନ୍ତଭୁକ୍ତ କରାଯାଇଛି ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା ସୂଚନା ଦେଇଛନ୍ତି । ପୁରାତନ ଆଇନରେ ଥିବା ଦଣ୍ଡ ଦେବା ବ୍ୟବସ୍ଥାକୁ ପରିବର୍ତ୍ତନ କରି ପୀଡିତ ଓ ଅଭିଯୁକ୍ତଙ୍କୁ ନ୍ୟାୟ ଦେବା ଏହି ନୂଆ ଆଇନର ଲକ୍ଷ୍ୟ ବୋଲି ଡିଆଇଜି ମିନା ପ୍ରକାଶ କରିଛନ୍ତି । ପୂର୍ବରୁ ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ନୂତନ ଆଇନ ବିଷୟରେ ତାଲିମ ପ୍ରଦାନ କରାଯାଇଥିବା କୋରାପୁଟ ଏସପି ଅଭିନବ ସୋନକାର ସୂଚନା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
 

ଏହା ମଧ୍ୟ ପଢନ୍ତୁ: ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନର ଆଶା ଉଜ୍ଜ୍ୱଳ

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.