ବିଶ୍ବରେ ରାମଲାଲାଙ୍କ କ୍ରେଜ, ନ୍ୟୁୟର୍କରୁ ପ୍ୟାରିସ ରାମମୟ

By ETV Bharat Odisha Team

Published : Jan 22, 2024, 1:20 PM IST

thumbnail

Ram Mandir Prana Pratistha Celebration: ହାଇଦ୍ରାବାଦ: ଆଜି ଅଯୋଧ୍ୟା ଇତିହାସରେ ଲେଖାହେଲା ସୂର୍ଣ୍ଣିମ ଅଧ୍ୟାୟ । ଦୀର୍ଘ ଦିନର ଅପେକ୍ଷା ପରେ ଅଯୋଧ୍ୟାରେ ପ୍ରତିଷ୍ଠା ହେଲା ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିର । ଏହି ଅବସରରେ ସାରା ଦେଶ ରାମମୟ ହୋଇଛି । କେବଳ ଭାରତ ନୁହେଁ ସାରା ବିଶ୍ବରେ ଆଜି ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଆମେରିକା ଠାରୁ ପ୍ୟାରିସ ସବୁଠି ରାମଲାଲାଙ୍କ ଆଗମନରେ ଭକ୍ତମୟ ସବୁ ଦେଶ । 

ନ୍ୟୁୟର୍କର ଆଇକନିକ୍ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ଝଲକ । ରାମମୟରେ ପୁରା ଆମେରିକା ଦେଖିବାକୁ ମିଳିଛି। ବିଦେଶୀଙ୍କ ଜୟଶ୍ରୀ ରାମ ନାରାରେ ଗୁଞ୍ଜିଲା ପୁରା ଅଞ୍ଚଳ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସେହିପରି ପ୍ୟାରିସ ଆଇଫିଲ ଟାୱାର ସମ୍ମୁଖରେ ଆଜିର ଦିନକୁ ଧୁମଧାମରେ ସେଲିବ୍ରେସନ କରିଛନ୍ତି । ସେଠାରେ ମଧ୍ୟ ପ୍ରଭୁ ଶ୍ରୀ ରାମଙ୍କ ନାରାରେ ଗୁଞ୍ଜିଲା ପୁରା ଅଞ୍ଚଳ । ଅନ୍ୟପଟେ ଆଜିର ଦିନରେ ମରିସସ କାରରେ ଏକ ଶ୍ରୀରାମଙ୍କ ନାରା ଲଗାଇ ଏକ କାର ଶୋଭାଯାତ୍ରା ମଧ୍ୟ ଦେଖିବାକୁ ମିଳିଛି ।  

ଏହା ମଧ୍ୟ ପଢନ୍ତୁ: ମାହାର୍ଘ୍ୟ ମୁହୂର୍ତ୍ତରେ ପ୍ରାଣ ପ୍ରତିଷ୍ଠା, ଭବ୍ୟ ମନ୍ଦିରରେ ବିରାଜିଲେ ଶ୍ରୀ ରାମଲାଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.