କେନ୍ଦୁଝରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ଯୋଗଦେଲେ ଶ୍ରମମନ୍ତ୍ରୀ - keonjhar news
🎬 Watch Now: Feature Video
Published : Jan 26, 2024, 10:56 PM IST
75th republic day:କେନ୍ଦୁଝର: ଆଜି ୭୫ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଦେଶର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ବନ୍ଦେ ମାଆ ତରମ୍ ଧ୍ବନିରେ କମ୍ପି ଉଠୁଛି ଗଗନ ପବନ । ପ୍ରତିଟି ଭାରତୀୟ ପାଇଁ ଆଜିର ଦିନ ବେଶ ସ୍ବତନ୍ତ୍ର । କାହିଁକିନା ୧୯୫୦ ମସିହା ଆଜିର ଦିନରେ ଭାରତର ନୂତନ ସମ୍ବିଧାନ ଲାଗୁ ହୋଇଥିଲା । ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ସାରା ଦେଶରେ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ ।
ଏହି ଅବସରରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସାଧାରତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ସମ୍ମଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଦେଶ ମାତୃକା ପାଇଁ ଜୀବନ ଦାନ କରିଥିବା ମହାମନିଷୀଙ୍କ ସ୍ମୃତି ଚାରଣ କରିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ବାନ ଦେଇଥିଲେ ମନ୍ତ୍ରୀ ସାରଦା ନାୟକ । ମନ୍ତ୍ରୀ ପରେଡ ଅଭିବାଦନ କରିବା ସହ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ, କ୍ରୀଡାବିତଙ୍କୁ ପୁରସ୍କୃତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ....ଗଞ୍ଜାମରେ ୭୫ତମ ସାଧାରଣତନ୍ତ୍ର ଦିବସ, ଯୋଗଦେଲେ ଆଇନମନ୍ତ୍ରୀ
ଇଟିଭି ଭାରତ, କେନ୍ଦୁଝର