ଧର୍ମଶାଳାରେ ନିର୍ବାଚନୀ ହିଂସାକାଣ୍ଡ, 20 ଗିରଫ - dharamshala political violence
🎬 Watch Now: Feature Video
Published : Jun 3, 2024, 8:36 PM IST
POLITICAL VIOLENCE: ଯାଜପୁର: ଧର୍ମଶାଳାରେ ରାଜନୈତିକ ହିଂସା । ମତଦାନ ପରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକଙ୍କ ଲଙ୍କାକାଣ୍ଡ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଉକ୍ତ ଘଟଣାରେ ଶତାଧିକ ସମର୍ଥକଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ଥିବା ୨୦ଜଣଙ୍କୁ ଧର୍ମଶାଳା ଓ କୁଆଖିଆ ପୋଲିସ ଗିରଫ କରିଛି । ଅଭିଯୋଗ ମୁତାବକ, ନିର୍ବାଚନ ଶେଷ ହେବା ପରେ ଇଭିଏମ ହେରଫେର ହୋଇଥିବା ସନ୍ଦେହ କରି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ଶତାଧିକ ସମର୍ଥକ ଧର୍ମଶାଳା ବ୍ଳକ ଓ ରସୁଲପୁର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିବା ସହ ଘେରାଉ କରିଥିଲେ । ବ୍ଳକ ପ୍ରଶାସନ ପକ୍ଷରୁ ବ୍ଲକରେ ମହଜୁଦ ଥିବା ଗାଡ଼ିରେ ରିଜର୍ଭ ଇଭିଏମ ବୋଲି ସ୍ପଷ୍ଟ କରାଯାଇଥିଲା । ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ ହେଁ ସେମାନେ ବୁଝିନଥିଲେ । ଏହି ସମୟରେ ସମର୍ଥକ ମାନେ ଆଇନକୁ ହାତକୁ ନେବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏପରିକି ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିବାକୁ ପଡିଥିଲା । ତେବେ ଏହି ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ୨୦ଜଣଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି କୁଆଖିଆ ଓ ଧର୍ମଶାଳା ଥାନା ଅଧିକାରୀ ।
ଏହା ମଧ୍ୟ ପଢନ୍ତୁ..... ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା; ଏସପିଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ - Prasant Jagdev Case
ଇଟିଭି ଭାରତ,ଯାଜପୁର