ETV Bharat / technology

3 ଇଞ୍ଜିନ ବିକଳ୍ପ ସହିତ ଲଞ୍ଚ ହେଲା Tata Curvv, ଜାଣନ୍ତୁ କେତେ ଦାମ ଓ କଣ ଖାସ - Tata Curvv ICE Version Launched

author img

By ETV Bharat Tech Team

Published : Sep 3, 2024, 12:53 PM IST

TATA CURVV ICE VERSION LAUNCHED: ବଜାରରେ ପ୍ରବେଶ କଲା Tata Curvvର ICE ଭର୍ସନ । ଏଥିରେ 3ଟି ଇଞ୍ଜିନର ବିକଳ୍ପ ରହିଛି । ତେବେ ଏହାର ଦାମ କେତେ ଓ କଣ କଣ ଏଥିରେ ଖାସ ରହିଛି, ଆପଣ କାର କିଣିବାକୁ ଚାହୁଁଥିଲେ ଜାଣି ନିଅନ୍ତୁ...

TATA CURVV ICE VERSION LAUNCHED
TATA CURVV ICE VERSION LAUNCHED (Tata Motors)

ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା କମ୍ପାନୀ Tata Motors ନିଜର ଏସୟୁଭି କୁପେ ଟାଟା କର୍ଭ କାର ଲଞ୍ଚ କରିଛି । କମ୍ପାନୀ ଏହି କାରର ICE ଭର୍ସନ ଲଞ୍ଚ କରିଛି । କମ୍ପାନୀ ଏହି କାରକୁ 3ଟି ଇଞ୍ଜିନ ବିକଳ୍ପ ସହିତ ଲଞ୍ଚ କରିଛି । ଏହାକୁ 9.99ଲକ୍ଷ ଦାମ ସହିତ ଲଞ୍ଚ କରିଥିବା ବେଳେ ଏହି ଭର୍ସନରେ ମୋଟ 8ଟି ଭାରିଏଣ୍ଟ ଓ 6ଟି କଲର୍‌ ଅପସନ ରହିଛି ।

ଟାଟା କର୍ଭ କାରର ଡିଜାଇନ
ଟାଟା କର୍ଭ କାରର ଡିଜାଇନ (Tata Motors)

Tata Curvvର ଡିଜାଇନ:- Tata Curvv ICEର ଡିଜାଇନ Tata Curvv EV ଭଳି ରଖାୟାଇଛି । କିନ୍ତୁ ଭିନ୍ନତା କେବଳ ଫ୍ରଣ୍ଟ ଗ୍ରିଲରେ ଦେଖିବାକୁ ମିଳିବ । Curvv ICEରେ କୁପେ SUVର ଲୁକ୍‌ ରହିଛି । ଫଳରେ ଏହି ସେଗମେଣ୍ଟର 2ଟି କାର ଏବେ ଗୋଟିଏ ହୋଇୟାଇଛି । ଯେଉଁଥିରେ Citroen Basalt ରହିଛି ଯାହାକୁ ଏକ ଫ୍ରେଞ୍ଚ କାର ନିର୍ମାତା କମ୍ପାନୀ ପୂର୍ବରୁ ଭାରତୀୟ ବଜାରରେ ପ୍ରବେଶ କରିସାରିଛି ।

Tata Curvvର ଇଣ୍ଟରିଅର ଓ ଫିଚର୍ସ:- Tata Curvv କାରର ଇଣ୍ଟରିଅର ବା ଭିତର ଡିଜାଇନ Curvv EV ଭଳି ପ୍ରିମିୟମ ରହିଛି । ଏଥିରେ 4-ସ୍ପୋକ ଷ୍ଟିଅରିଂ ହ୍ବିଲ ଦିଆଯାଇଛି । ଯାହାକି Tata Harrierରେ ବି ଦେଖିବାକୁ ମିଳେ । ଏହି କୁପେ ଏSUVରେ ଡ୍ୟାସବୋର୍ଡ ସହିତ ଏକ ଲମ୍ବା ଆମ୍ବିଏଟ ଲାଇଟିଂ ଅପସନ ଦିଆଯାଇଛି । ଯାହାକି କାରର ଭିତର ପାର୍ଶ୍ବକୁ ପ୍ରିମିୟମ ଲୁକ୍‌ ପ୍ରଦାନ କରିଛି । ଏହାର ଡ୍ୟାସବୋର୍ଡରେ Apple CarPlay ଓ Android Auto ସହିତ 12.3 ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ରହିଛି । ଏହା ବ୍ୟତୀତ, ଏଥିରେ 9-ସ୍ପିକରର JBL ଅଡିଓ ସିଷ୍ଟମ, ପେନାରୋମିକ ସନରୁଫ, ଅଟୋ କ୍ଲାଇମେଟ କଣ୍ଟ୍ରୋଲ, ଏୟାର ପ୍ୟୁରିଫାୟାର ଓ ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟ୍ସ ଫିଚର ଦିଆଯାଇଛି ।

ଟାଟା କର୍ଭ କାରର ପଛ ପାର୍ଶ୍ବ ଡିଜାଇନ
ଟାଟା କର୍ଭ କାରର ପଛ ପାର୍ଶ୍ବ ଡିଜାଇନ (Tata Motors)

କଣ ରହିଛି ସେଫ୍ଟି ଫିଚର୍ସ ?

ଏହି କାରରେ ଦିଆଯାଇଥିବା ସେଫ୍ଟି ଫିଚର୍ସ ସମ୍ପର୍କରେ ଆଲୋଚନା କଲେ, Tata Curvvର ସମସ୍ତ ଭାରିଏଣ୍ଟରେ ଫିଟମେଣ୍ଟ ରୂପରେ 6ଟି ଏୟାରବ୍ୟାଗ ସାମିଲ କରାଯାଇଛି । ସେପଟେ ADAS ଫିଚର, ଇଲେକ୍ଟ୍ରୋନିକ୍‌ ପାର୍କିଂ ବ୍ୟାଗ ଓ ଟାୟାର ପ୍ରେସର ମନିଟରିଂ ସିଷ୍ଟମ ଭଳି ହାଇ ଆଣ୍ଡ ଫିଚର ଦେଖିବାକୁ ମିଳିବ ।

ଟାଟା କର୍ଭ କାରର ଡିଜାଇନ
ଟାଟା କର୍ଭ କାରର ଡିଜାଇନ (Tata Motors)

Tata Curvvର ଇଞ୍ଜିନ ଅପସନ:-

କମ୍ପାନୀ ଏହି କାର ସହିତ ଗ୍ରାହକଙ୍କ ଲାଗି 3ଟି ଇଞ୍ଜିନର ବିକଳ୍ପ ପ୍ରଦାନ କରିଛି । ଯେଉଁଥିରେ 2ଟି ଟର୍ବୋ ପେଟ୍ରୋଲ ଇଞ୍ଜିନ ଓ ଗୋଟିଏ ଡିଜେଲ ଇଞ୍ଜିନ ସାମିଲ ଅଛି । ଗୋଟିଏରେ 1.2 ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି, ଯେଉଁଥିରେ 118 ବିଏଚପି ପାୱାର ଓ 170 ଏନଏମ ଟର୍କ ପ୍ରଦାନ କରିଥାଏ । ସେପଟେ ଦ୍ବିତୀୟ ବିକଳ୍ପରେ 1.2 ଲିଟର ଟି-ଜିଡିଆଇ ଟର୍ବୋ ପେଟ୍ରୋଲ ଇଞ୍ଜିନ ସହିତ 123 ବିଏଚପି ପାୱାର ଓ 225 ଏନଏମ ପିକ୍‌ ଟର୍କ ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ- ରୟାଲ ଏନଫିଲ୍ଡ କ୍ଲାସିକ 350 ବାଇକ୍‌ କିଣିବେ କି ? ଜାଣିନିଅନ୍ତୁ ଏହି 5ଟି କଥା - 2024 Royal Enfield Classic 350

ସେପଟେ ଡିଜେଲ ଇଞ୍ଜିନ ସମ୍ପର୍କରେ ଆଲୋଚନା କଲେ, ଏଥିରେ 1.5 ଲିଟର ଡିଜେଲ ୟୁନିଟ ଦିଆଯାଇଥିବା ବେଳେ 113 ବିଏଚପି ପାୱାର ଓ 260 ଏନଏମ ପିକ୍‌ ଟର୍କ ପ୍ରଦାନ କରାଯାଇଛି । 3ଟି ଯାକ ଇଞ୍ଜିନ 6-ସ୍ପିଡ ମ୍ୟାନୁଆଲ ଓ 7-ସ୍ପିଡ ଡୁଆଲ କ୍ଲଚ ଅଟୋମେଟିକ ଗିଅରବକ୍ସ ସହିତ ଆସିଛି, ଯେଉଁଥିରେ Tata Curvv ICE ଏଭଳି ପ୍ରଥମ ଡିଜେଲ କାର ମାର୍କେଟକୁ ଆଣିଛି । ଏଥିରେ ଡୁଆଲ କ୍ଲଚ ଅଟୋମେଟିକ ଟ୍ରାନ୍ସମିସନ ମଧ୍ୟ ପ୍ରଦାନ କରାଯାଇଛି ।

Tata Curvvର ପ୍ରତିଯୋଗୀ କାର:- ଏହି କାରର ଷ୍ଟାଇଲିସ ବଡି ଯୋଗୁଁ Citroen Basalt ବ୍ୟତୀତ ଭାରତୀୟ ବଜାରରେ କୌଣସି ପ୍ରତିଦ୍ବନ୍ଦ୍ବୀ ନାହିଁ । କିନ୍ତୁ ଦାମ ଆଧାରରେ ଏହି କାରକୁ ଟକ୍କର ଦେଉଛି Hyundai Creta, Kia Seltos, Maruti Suzuki Grand Vitara, Honda Elevate, MG Astor, Skoda Kushaq, Toyota Hyryder ଓ Volkswagen Taigun କାର ।

ଏହା ବି ପଢନ୍ତୁ- ବନ୍ୟା ଅଞ୍ଚଳ ପାଇଁ ବରଦାନ; ପାଣି ଭର୍ତ୍ତି ରାସ୍ତାରେ ବି ସହଜରେ ଗଡ଼ିବ ଏହି କାର - Best Cars for Flood Affected Areas

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.