ETV Bharat / technology

ରିଲାଏନ୍ସ ଜିଓ ଆଣିଲା ଧମାକାଦାର ପ୍ଲାନ; ମାଗଣାରେ ଦେଖନ୍ତୁ Netflix, 3ମାସ ଯାଏଁ ପ୍ରତିଦିନ 3GB ଡେଟା - Jio Offer Free Netflix Subscription

author img

By ETV Bharat Tech Team

Published : Sep 2, 2024, 12:51 PM IST

JIO OFFERS FREE NETFLIX SUBSCRIPTION: ରିଲାଏନ୍ସ ଜିଓ ନିକଟରେ ମୋବାଇଲ ରିଚାର୍ଜ ପ୍ଲାନ ବଢାଇଥିଲା । ଏଥିଲାଗି ୟୁଜର୍ସ ବେଶ ଅସନ୍ତୋଷ ବ୍ୟକ୍ତ କରିଥିଲେ । କିନ୍ତୁ ଏବେ ନିଜ ୟୁଜର୍ସଙ୍କୁ ଖୁସ୍‌ କରିଛି କମ୍ପାନୀ । ଜିଓ ଆଣିଛି ଏପରି 2ଟି ପ୍ଲାନ ଯାହାକି ଆପଣଙ୍କୁ ଫ୍ରି ନେଟଫ୍ଲିକ୍ସ ପ୍ଲାନ ପ୍ରଦାନ କରିବ । ଆସନ୍ତୁ ଏହି ପ୍ଲାନ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା...

JIO OFFERS FREE NETFLIX SUBSCRIPTION
JIO OFFERS FREE NETFLIX SUBSCRIPTION (ETV Bharat Tech Team)

ହାଇଦ୍ରାବାଦ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ନିଜ ୟୁଜର୍ସଙ୍କୁ ଖୁସି କରିବା ଲାଗି ନୂଆ ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ ଆଣିଛି । ଏହି ଧମାକାଦାର ପ୍ଲାନର ମୁଖ୍ୟ ଆକର୍ଷଣ ହେଉଛି ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ । ଏହାସହିତ ଅନଲିମିଟେଡ ଡେଟାର ମଧ୍ୟ ଆପଣ ଲାଭ ଉଠାଇପାରିବେ । ଏଥିରୁ ଗୋଟିଏ ପ୍ଲାନ 1299 ଟଙ୍କା ଓ ଅନ୍ୟଟି 1799 ଟଙ୍କା ରହିଛଇ । ଥରେ ଏହି 2ଟି ପ୍ଲାନକୁ ରିଚାର୍ଜ କଲେ ଆପଣଙ୍କୁ 84ଦିନ ପର୍ଯ୍ୟନ୍ତ କାମରେ ଆସିବ ।

JIO OFFERS
JIO OFFERS (RELIANCE JIO)

ଜିଓ 1299 ପ୍ରି-ପେଡ ପ୍ଲାନ :-

ଜିଓର 1299 ଟଙ୍କା ଥିବା ନୂଆ ପ୍ରି-ପେଡ ପ୍ଲାନ ବହୁତ ଆକର୍ଷଣୀୟ ରହିଛି । ଏହି ପ୍ଲାନ ଦ୍ବାରା ଆପଣ ପ୍ରତିଦିନି 2GB ଡେଟା, ଅନଲିମିଟେଡ କଲ୍‌ ଓ 100ଟା ପର୍ଯ୍ୟନ୍ତ SMS ପଠାଇ ପାରିବେ । ଏହି ପ୍ଲାନରେ 5G ନେଟୱର୍କ ଥିଲେ ଆପଣଙ୍କୁ ଅନଲିମିଟେଡ ଡେଟା ମିଳିବ । ଏହାସହିତ 4G ନେଟୱର୍କରେ ପ୍ରତିଦିନ 2GB ଡେଟା ମଧ୍ୟ ମିଳିବ । ଏହି ପ୍ଲାନଟି 84ଦିନ ପର୍ଯ୍ୟନ୍ତ ଭ୍ୟାଲିଡ ରହିବ ।

Jio Rs 1799 ପ୍ରିପେଡ ପ୍ଲାନ:-

ଯଦି ଆପଣ ଜିଓ ୟୁଜର୍‌ ଏବଂ ଅଧିକ ଡେଟାର ବ୍ୟବହାର କରନ୍ତି, ତେବେ ଆପଣ 1799 ଟଙ୍କାର ନୂଆ ପ୍ଲାନର ଉପଯୋଗ କରିପାରିବେ । ଏହି ପ୍ଲାନଟି ଆପଣଙ୍କ ପାଇଁ ପୁରା ପରଫେକ୍ଟ ରହିବ । ଏହି ପ୍ଲାନରେ ଆପଣ ପ୍ରତିଦିନ 3GB ଡେଟା, ଅନଲିମିଟେଡ କଲ୍‌ ଓ 100 SMS କରିପାରିବେ । ଏହାସହିତ ଆପଣ 5G ନେଟୱର୍କ ଉପରେ ମଧ୍ୟ ଅନଲିମିଟେଡ ଡେଟାର ବ୍ୟବହାର କରିପାରିବେ । ଏହି ପ୍ଲାନଟି 84ଦିନ ପର୍ଯ୍ୟନ୍ତ ଭ୍ୟାଲିଡ ରହିବ । ଏହି ପ୍ଲାନର ବ୍ୟବହାର କଲେ ଆପଣଙ୍କୁ 3ମାସ ପର୍ଯ୍ୟନ୍ତ କୌଣସି ପ୍ଲାନ ସମ୍ପର୍କରେ ଚିନ୍ତା କରିବାକୁ ଆବଶ୍ୟକ ପଡ଼ିବ ନାହିଁ ।

FREE NETFLIX SUBSCRIPTION
FREE NETFLIX SUBSCRIPTION (NETFLIX INDIA)

2ଟି ପ୍ଲାନରେ Free Netflix:-

ଏହି 2ଟି ପ୍ଲାନରେ ସବୁଠୁ ଖାସ କଥା ହେଉଛି ଆପଣ ମାଗଣାରେ ନେଟଫ୍ଲିକ୍ସ ସବସ୍କ୍ରିପସନ ପାଇପାରିବେ । କିନ୍ତୁ ଏହି 2 ପ୍ଲାନରେ ଆପଣଙ୍କୁ ନେଟଫ୍ଲିକ୍ସର ଅଲଗା ଅଲଗା ସୁବିଧା ମିଳିବ । ଯଦି ଆପଣ 1299 ଟଙ୍କା ପ୍ଲାନର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ନେଟଫ୍ଲିକ୍ସ ମୋବାଇଲ ପ୍ୟାକ୍‌ ମିଳିବ । ଯଦି ଆପଣ 1799 ଟଙ୍କାର ପ୍ଲାନ ନେଉଛନ୍ତି, ତେବେ ଆପଣଙ୍କୁ ନେଟଫ୍ଲିକ୍ସର ବେସିକ୍‌ ପ୍ଲାନ ମିଳିଯିବ ।

ନେଟଫ୍ଲିକ୍ସ ମୋବାଇଲ ପ୍ଲାନ:-

ଆଜିକାଲିର ଯୁବପିଢି ଏହି ଆପ୍‌ର ବହୁଳ ବ୍ୟବହାର କରୁଛନ୍ତି । କାରଣ ଆପଣଙ୍କୁ ଗୋଟିଏ ସ୍ଥାନରେ ଫିଲ୍ମଠାରୁ ଆରମ୍ଭ କରି ସିରିଏଲ, ୱେବ ସିରିଜର ଅନେକ ଅପସନ ମିଳିଯିବ । ଏହାସହିତ ଆପଣ ବ୍ୟକ୍ତିଗତ ଭାବେ ନିଜ ମୋବାଇଲ କିମ୍ବା ଲ୍ୟାପଟପରେ ମନୋରଞ୍ଜନର ଲାଭ ଉଠାଇପାରିବେ । ତେବେ ନେଟଫ୍ଲିକ୍ସର ସବୁଠୁ ଶସ୍ତା ପ୍ଲାନ ହେଉଛି 149ଟଙ୍କା । ଏହି ପ୍ଲାନ ବ୍ୟବହାର କରି ଆପଣ ଫିଲ୍ମ, ଟିଭି ଶୋ ଏବଂ ଗେମ ଦେଖିପାରିବେ । କିନ୍ତୁ ଏହି ପ୍ଲାନରେ ଏକ ନିୟମ ହେଉଛି ଆପଣ ଗୋଟିଏ ଥରକେ ଗୋଟିଏ ମୋବାଇଲରେ ହିଁ ଗୋଟିଏ ନେଟଫ୍ଲିକ୍ସ ଆକାଉଣ୍ଟ ଚଲାଇପାରିବେ । ଆପଣ ଭିଡିଓ ଡାଉନଲୋଡ ମଧ୍ୟ କରିପାରିବେ । କିନ୍ତୁ ଏଥିରେ ମଧ୍ୟ ଆପଣ ଗୋଟିଏ ସମୟରେ ଗୋଟିଏ ମୋବାଇଲ କିମ୍ବା ଟ୍ୟାବଲେଟ୍‌ରେ ନେଟଫ୍ଲିକ୍ସ କଣ୍ଟେଣ୍ଟ ଦେଖିପାରିବେ ।

ନେଟଫ୍ଲିକ୍ସ Basic ପ୍ଲାନ:-

ନେଟଫ୍ଲିକ୍ସର ଏହି ପ୍ଲାନ ମହଙ୍ଗା ରହିଥାଏ । କିନ୍ତୁ ଏଥିରେ ଆପଣଙ୍କୁ ଅନେକ ପ୍ରକାରର ଫାଇଦା ମିଳିବ । ଆପଣ ବିନା କୌଣସି ବିଜ୍ଞାପନରେ ଫିଲ୍ମ, ଟିଭି ଶୋ ଓ ଗେମ ଦେଖିପାରିବେ । କିନ୍ତୁ ଏଥିରେ ମଧ୍ୟ ଆପଣ ଗୋଟିଏ ସମୟରେ ଗୋଟିଏ ଡିଭାଇସରେ ନେଟଫ୍ଲିକ୍ସ କଣ୍ଟେଣ୍ଟ ଦେଖିପାରିବେ । କିନ୍ତୁ ଆପଣ ଏହି ପ୍ଲାନ ଜରିଆରେ ଟିଭି, ମୋବାଇଲ ଫୋନ, ଟ୍ୟାବଲେଟ, କମ୍ପ୍ୟୁଟର ଓ ଅନ୍ୟ ଡିଭାଇସରେ ନେଟଫ୍ଲିକ୍ସ କଣ୍ଟେଣ୍ଟ ଦେଖିପାରିବେ । ଯଦି ଆପଣ ଗୋଟିଏ ସମୟରେ ଏକାଧିକ ଡିଭାଇସରେ କଣ୍ଟେଣ୍ଟ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅତିରିକ୍ତ ରିଚାର୍ଜ କରିବାକୁ ପଡ଼ିବ ।

ଏହା ବି ପଢନ୍ତୁ- "BSNL କି ଘର ଓ୍ବାପସି", ଘରୋଇ କମ୍ପାନୀ ଛାଡି ଏବେ ଶସ୍ତା ରିଚାର୍ଜ ପ୍ଲାନ ପଛରେ ଗ୍ରାହକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.