ହାଇଦ୍ରାବାଦ: ଭାରତରେ ରିଅଲମିର ନୂଆ ସ୍ମାର୍ଟଫୋନ Realme 14x 5G ଡିସେମ୍ବର 18 ତାରିଖରେ ଲଞ୍ଚ ହେବାକୁ ଯାଉଛି । କମ୍ପାନୀ Realme 12x 5G ପରେ ସିଧା Realme 14x 5Gକୁ ଲଞ୍ଚ କରିବାକୁ ଯାଉଛି । କମ୍ପାନୀର 13 ସିରିଜର କୌଣସି ଫୋନ ଏଯାବତ ବଜାରକୁ ଆସିନାହିଁ । ତେବେ ନୂଆ ଫୋନ ଲଞ୍ଚ ହେବା ପୂର୍ବରୁ ଏହାର କିଛି ଫଟୋ ଲିକ୍ ହୋଇଛି । ଯେଉଁଥିରେ ଡିଜାଇନ, ସ୍ପେଶିଫିକେସନ ଓ ରଙ୍ଗର ଖୁଲାସା ହୋଇଛି ।
Realme 14x: ଡିଜାଇନ ଓ କଲର ଅପସନ
- ଲିକ୍ ହୋଇଥିବା ତଥ୍ୟ ଅନୁସାରେ, Realme 14x 5ଜି ସ୍ମାର୍ଟଫୋନ ଟ୍ରିପଲ କ୍ୟାମେରା ସେଟଅପ୍ ସହିତ ଆସିବ, ଯାହାକି ଭର୍ଟିକାଲ ବା ତଳକୁ ତଳ ରହିବ । ଏହାର ପୂର୍ବ ମଡେଲ Realme 12x 5ଜି ସ୍ମାର୍ଟଫୋନ ଏକ ସର୍କୁଲାର କ୍ୟାମେରା ସେଟଅପ୍ ରହିଥିଲା ।
- ଭଲ୍ୟୁମ ଓ ପାୱାର କି ସ୍ମାର୍ଟଫୋନର ଡାହାଣ ଧାରରେ ରହିବ । ଫୋନର ତଳେ USB ଟାଇପ-ସି ପୋର୍ଟ ରହିଛି ।
- ଭାରତରେ ଏହି ସ୍ମାର୍ଟଫୋନ 3ଟି ରଙ୍ଗରେ ଉପଲବ୍ଧ ହେବ । ସେଗୁଡ଼ିକ ହେଉଛି Crystal Black, Golden Glow ଓ Jewel Red ।
ଏହା ବି ପଢନ୍ତୁ |
Realme 14x: କଣ ମିଳିବ ସ୍ପେଶିଫିକେସନ ?
- ଡିସପ୍ଲେ: 6.67-ଇଞ୍ଚ HD+ ଡିସପ୍ଲେ, IPS LCD ପ୍ୟାନେଲ (ଏହାର ପୂର୍ବ ମଡେଲରେ 6.72 ଇଞ୍ଚର ଡିସପ୍ଲେ ରହିଥିଲା)
- ଷ୍ଟୋରେଜ: ଏଥିରେ 3ଟି ଷ୍ଟୋରେଜ ଭାରିଏଣ୍ଟ ମିଳିବ ଯେପରିକି 6GB+ 128GB, 8GB+128GB ଓ 8GB+256GB ।
- ବ୍ୟାଟେରୀ: 6,000mAh ବ୍ୟାଟେରୀ (ପୂର୍ବ ମଡେଲରେ ଥିଲା 5,000mAh ବ୍ୟାଟେରୀ)
- ସୁରକ୍ଷା: Realme 12x 5Gରେ ଜଳ ଓ ଧୂଳି ପ୍ରତିବନ୍ଧକ ପାଇଁ IP54 ରେଟିଂ ଥିବା ବେଳେ ଲଞ୍ଚ ହେବାକୁ ଥିବା ନୂଆ ସ୍ମାର୍ଟଫୋନରେ IP69 ରେଟିଂ ରହିଛି ।
ଦାମ କେତେ ରହିପାରେ ?
Realme 14X ପୂର୍ବ ମଡେଲର ଅପଗ୍ରେଡ ଭର୍ସନ ହୋଇଥିବାରୁ ଏହାର ଦାମ ଅଧିକ ରହିପାରେ । ଚଳିତ ବର୍ଷ ଏପ୍ରିଲରେ ଲଞ୍ଚ ହୋଇଥିବା ଏହାର ପୂର୍ବ ମଡେଲ Realme 12x 5Gର ଦାମ 4GB RAM + 128GB ଷ୍ଟୋରେଜ ପାଇଁ Rs. 11,999 ରହିଥିଲା ।
କମ୍ପାନୀ ଏହାର ଲଞ୍ଚ ସମୟରେ ସ୍ମାର୍ଟଫୋନ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବ ।