ETV Bharat / technology

ଅକ୍ଟୋବର ଆଣିଲା ଖୁସି; Hyundai CNG କାର୍‌ର ବମ୍ଫର ବିକ୍ରି - HYUNDAI RECORDS IN CNG CAR SALES

ହୁଣ୍ଡାଇ ମୋଟର ଇଣ୍ଡିଆର ସିଏନଜି କାର ବିକ୍ରିରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି । ଅକ୍ଟୋବର 2024ରେ ମୋଟ ସେଲ୍‌ରୁ CNG କାର ସେୟାର 14.9 ପ୍ରତିଶତ ରହିଛି । କିଏ ମାର୍କେଟ ଲିଡର୍‌...

Hyundai Grand i10 Nios
Hyundai Grand i10 Nios (Credit- Hyundai Motor India)
author img

By ETV Bharat Tech Team

Published : Nov 21, 2024, 1:21 PM IST

ହାଇଦ୍ରାବାଦ: ଦେଶରେ CNG କାର ବିକ୍ରିରେ ମାରୁତି ସୁଜୁକି ଇଣ୍ଡିଆର ଦବଦବା ରହିଛି । ହେଲେ ଏବେ ଏହି ତାଲିକାରେ ସାମିଲ ହୋଇଛି ହୁଣ୍ଡାଇ ମୋଟର ଇଣ୍ଡିଆ (Hyundai Motor India) । ହୁଣ୍ଡାଇ ଗତ ଅକ୍ଟୋବରରେ ରେକର୍ଡ ସଂଖ୍ୟକ ସିଏନଜି କାର ବିକ୍ରି କରିଛି । ସିଏନଜି କାରର ରେକର୍ଡ 14.9 ପ୍ରତିଶତ ମାର୍କେଟ ସେୟାର ରହିଛି । ଧିରେ ଧିରେ ବଜାରରେ ସିଏନଜି କାରର ଚାହିଦା ବୃଦ୍ଧି ଓ କମ୍ପାନୀର ଏଣ୍ଟ୍ରି-ଲେଭଲ୍‌ CNG ମଡେଲର ମଜବୁତ ପୋର୍ଟଫୋଲିଓ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

କାହିଁକି ବଢିଲା ସିଏନଜି କାର ସେୟାର ?

ଗ୍ରାଣ୍ଡ i10 Nios ଓ Exterରେ ଡୁଆଲ୍ ସିଏନଜି ସିଲିଣ୍ଡର ସହିତ ଉନ୍ନତ ବୁଟ୍ ସ୍ପେସ୍ ଏବଂ ଇନ୍ଧନ ଦକ୍ଷତା ଯୋଗୁଁ ବିକ୍ରି ବୃଦ୍ଧି ପାଇଛି । ଏ ନେଇ ହୁଣ୍ଡାଇ ଇଣ୍ଡିଆର ସିଓଓ ତରୁଣ ଗର୍ଗ କହିଛନ୍ତି, "ଆମେ ଆମର ଗ୍ରାହକଙ୍କ ମତାମତକୁ କ୍ରମାଗତ ଭାବରେ ଶୁଣୁଛୁ । କମ୍ପାନୀର ଉଭୟ ସିଏନଜି ଯାନ ଉଚ୍ଚ ମାଇଲେଜ୍ ଏବଂ ନିରାପତ୍ତା ସହିତ ପର୍ଯ୍ୟାପ୍ତ ସ୍ଥାନ ଯୋଗାଇଦେବା ନେଇ ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ଉଦ୍ଦିଷ୍ଟ । ଯାହାକି ଆମକୁ ସଫଳତା ହାତେଇବାରେ ସାହାଯ୍ୟ କରିଛି । ଯାହାଦ୍ବାରା ଅକ୍ଟୋବର 2024ରେ ମୋଟ ସେଲ୍‌ରୁ CNG କାର ସେୟାର 14.9 ପ୍ରତିଶତ ରହିଛି ।" ଅକ୍ଟୋବରରେ i10 Nios ବିକ୍ରିରେ CNGର 17.4% ଯୋଗଦାନ ଥିଲା । ସେହିପରି Exter ଲାଗି ଏହି ସଂଖ୍ୟା 39.7%, Aura ଲାଗି 90.6% ଥିଲା ।

ଏହା ବି ପଢନ୍ତୁ
  1. CNG କାର ଲଞ୍ଚ କରିବ Skoda; ମାରୁତି ଓ ଟାଟାକୁ ଦେବ ଟକ୍କର
  2. ମାର୍କେଟକୁ ଆସିଲା ମାରୁତି ସୁଜୁକି ସ୍ବିଫ୍ଟ CNG କାର; ମିଳିବ 32KMରୁ ଅଧିକ ମାଇଲେଜ୍‌
  3. ଅକ୍ଟୋବରରେ ଯାନର ରେକର୍ଡ ବିକ୍ରି; ସେଲ୍‌ରେ 32% ବୃଦ୍ଧି, ମୁନାଫା ଦେଲା ଗ୍ରାମାଞ୍ଚଳ

ବଢୁଛି CNG କାର ଚାହିଦା:-

ମାର୍ଚ୍ଚ 2024ରେ ଶେଷ ହେଉଥିବା ଆର୍ଥିକ ବର୍ଷ ମଧ୍ୟରେ ହୁଣ୍ଡାଇର ସାମଗ୍ରିକ ବିକ୍ରିରେ 11.4% CNG ଯାନ ଅନ୍ତର୍ଭୁକ୍ତ । ଗ୍ରାମାଞ୍ଚଳରେ ଏହି ସେୟାର 12%କୁ ବୃଦ୍ଧି ପାଇଥିବାବେଳେ ସହରାଞ୍ଚଳରେ 10.7%କୁ ବୃଦ୍ଧି ପାଇଛି । ହୁଣ୍ଡାଇ ମୋଟର ଇଣ୍ଡିଆର ଚିଫ୍‌ ଅପରେଟିଂ ଅଫିସର ତରୁଣ ଗର୍ଗ କହିଛନ୍ତି, "ସମଗ୍ର ଭାରତରେ ସିଏନଜି ଷ୍ଟେସନର ସଂଖ୍ୟା ବୃଦ୍ଧି ବିକ୍ରୟକୁ ଆହୁରି ବଢାଇବ । ବର୍ତ୍ତମାନ ଭାରତରେ 7000ରୁ ଅଧିକ ସିଏନଜି ଷ୍ଟେସନ ଅଛି ଏବଂ 2030 ସୁଦ୍ଧା ପ୍ରାୟ 17500 ସିଏନଜି ଷ୍ଟେସନ ସ୍ଥାପନ ନେଇ ଲକ୍ଷ୍ୟ ରଖାଯାଇଛି, ଯାହା CNG ଚାହିଦାକୁ ଆହୁରି ବଢାଇବ।"

CNG ସେଗମେଣ୍ଟରେ ସବୁଠୁ ଆଗରେ ମାରୁତି ସୁଜୁକି:-

ମାରୁତି ସୁଜୁକି ସିଏନଜି ସେଗମେଣ୍ଟରେ ସବୁଠୁ ବଡ଼ କମ୍ପାନୀ ଅଟେ । ଏହାର ମାର୍କେଟ ସେୟାର 72% ରହିଛି । କମ୍ପାନୀ ନିଜ ପୋର୍ଟଫୋଲିଓରେ ପ୍ରାୟ 12 CNG ସହିତ ଏହି ସେଗମେଣ୍ଟର ମଡେଲ ବିକ୍ରିରେ 28% ଅଂଶୀଦାର ରହିଛି । ମାରୁତି ଚଳିତ ବର୍ଷ 6ଲକ୍ଷ ସିଏନଜି ମଡେଲ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି । ଟାଟା ମୋଟର୍ସ ରେକର୍ଡ ଦେଖିଲେ, ଚଳିତ ଆର୍ଥିକ ବର୍ଷର ପ୍ରଥମ 6ମାସ ମଧ୍ୟରେ ସିଏନଜି ମଡେଲ ବିକ୍ରି ସେୟାର 21% ରହିଛି । ଯାହାକି ପୂର୍ବ ବର୍ଷ 16% ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.