ETV Bharat / technology

ଖୁବଶୀଘ୍ର 'ଚିପ୍‌ ସିଟି'ରେ ପରିଣତ ହେବ ହାଇଦ୍ରାବାଦ; ଚିପ୍‌ ପ୍ରସ୍ତୁତ କ୍ଷେତ୍ରରେ ଆଗକୁ ଆସିଲା ଓସମାନିଆ ବିଶ୍ବବିଦ୍ୟାଳୟ - Chip city Hyderabad

Microchip manufacturing: ଏଣିକି ଚିପ୍‌ ଲାଗି ଆଉ ଅନ୍ୟ ଦେଶରେ ଭାରତ ନିର୍ଭର କରିବ ନାହିଁ । ଓସମାନିଆ ବିଶ୍ବବିଦ୍ୟାଳୟର ଇଲେକ୍ଟ୍ରୋନିକ ବିଭାଗ ପକ୍ଷରୁ ଚିପ୍‌ ପ୍ରସ୍ତୁତ ହେବ । ଯାହାକି ଆଗାମୀ 3-5 ବର୍ଷରେ ଚିପ୍ସର 20% ଆମଦାନୀ ହ୍ରାସ କରାଇବ ବୋଲି ବିଶ୍ବବିଦ୍ୟାଳୟର ପ୍ରିନ୍ସିପାଲ କହିଛନ୍ତି । ଅଧିକ ପଢନ୍ତୁ

Chip city Hyderabad
Chip city Hyderabad (ETV Bharat)
author img

By ETV Bharat Tech Team

Published : Sep 26, 2024, 10:26 AM IST

ହାଇଦ୍ରାବାଦ: ସେଲ୍‌ଫୋନଠାରୁ ଟିଭି, ବିମାନ ଓ ସାଟେଲାଇଟ ସବୁଥିରେ ବ୍ୟବହାର ହେଉଛି ଚିପ୍‌ । ଏଥିଲାଗି ଭାରତ ସରକାର ମାଇକ୍ରୋଚିପ୍‌ ଆମଦାନୀ ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ଗତ ଆର୍ଥିକ ବର୍ଷରେ ଚିପ୍‌ ଆମଦାନୀ ଲାଗି ସରକାର 1,29,703 କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଏବେ ଏହି କ୍ଷେତ୍ରରେ ସରକାରଙ୍କୁ ମାତ୍ରାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଭାରତର ଚିପ୍‌ ସିଟି ହେବାକୁ ଯାଉଛି ନିଜାମ ସହର ହାଇଦ୍ରାବାଦ । ସହରରେ ଅବସ୍ଥିତ ଓସମାନିଆ ବିଶ୍ବବିଦ୍ୟାଳୟ ଏହି ସମସ୍ୟାର ସମାଧାନ କରି ଚିପ୍‌ ପ୍ରସ୍ତୁତ କରିବାକୁ ଯାଉଛି । ଫଳରେ ଆଗାମୀ କିଛି ବର୍ଷ ମଧ୍ୟରେ ହାଇଦ୍ରାବାଦ 'ଚିପ୍‌ ସିଟି'ରେ ପରିଣତ ହେବ ।

ବିଶ୍ବବିଦ୍ୟାଳୟର କଲେଜ ଅଫ୍ ଇଞ୍ଜିନିୟରିଂର ପ୍ରିନ୍ସିପାଲ ପ୍ରଫେସର ଚନ୍ଦ୍ରଶେଖରଙ୍କ ନିର୍ଦ୍ଦେଶରେ ଭର୍ସିଟି ଇଲେକ୍ଟ୍ରୋନିକ୍ସ ବିଭାଗର ଛାତ୍ରମାନେ ଏକ ଫ୍ରିକ୍ବେନ୍ସି ସିନ୍ଥେସାଇଜର ତିଆରି ପ୍ରକ୍ରିୟାରେ ଅଛନ୍ତି, ଯାହା ସମ୍ଭବତଃ ଦୁଇ ମିଲିମିଟର ଆକାରରେ ନିର୍ମିତ ହେବ ଏବଂ ଏକ ଗିଗାହର୍ଜ୍ କ୍ଷମତାରେ କାର୍ଯ୍ୟ କରିବ । ଏଥିଲାଗି କେନ୍ଦ୍ର ସରକାର 5କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜି ହୋଇଛନ୍ତି ।

ଓସମାନିଆ ବିଶ୍ବବିଦ୍ୟାଳୟର ଛାତ୍ର
ଓସମାନିଆ ବିଶ୍ବବିଦ୍ୟାଳୟର ଛାତ୍ର (ETV Bharat)

ବିଶ୍ବବିଦ୍ୟାଳୟର ପ୍ରଫେସର ଚନ୍ଦ୍ରଶେଖରଙ୍କ କହିବାନୁସାରେ ଏହି ଇଲେକ୍ଟ୍ରୋନିକ ଉତ୍ପାଦର ମାର୍କେଟିଂ ପାଇଁ ବିଶ୍ବବିଦ୍ୟାଳୟ 3ଟି ଅଗ୍ରଣୀ କମ୍ପାନୀ ସହିତ ହାତ ମିଳାଇଛି । ଚିପ୍‌ ନିର୍ମାଣ କ୍ଷେତ୍ରରେ ଅଗଷ୍ଟ ସୁଦ୍ଧା 90 ପ୍ରତିଶତ ଗବେଷଣା ଶେଷ ହୋଇଛି ବୋଲି ପ୍ରଫେସର ଚନ୍ଦ୍ରଶେଖର କହିଛନ୍ତି । ଅନ୍ୟପଟେ 1ମିମି ମାଇକ୍ରୋଚିପ୍‌ କେବଳ ତାଇୱାନରେ ତିଆରି କରାଯାଏ । ଏଥିଲାଗି ଅନେକ ଦେଶ ତାଇୱାନ ଉପରେ ନିର୍ଭରଶୀଳ । 3-5 ମିଲିମିଟର ଆକାରର ମାଇକ୍ରୋଚିପ୍‌ ଅନ୍ୟ ଦେଶଗୁଡ଼ିକର ତିଆରି କରାଯାଏ, ଯେଉଁଥିରେ ଭାରତ ମଧ୍ୟ ସାମିଲ ।

Also Read: ଆଉ ଏକ ସେମିକଣ୍ଡକ୍ଟର ୟୁନିଟକୁ ମୋଦି କ୍ୟାବିନେଟରେ ମଞ୍ଜୁରୀ; ଗୁଜୁରାଟରେ ତୃତୀୟ, ଦେଶରେ 5ମ

କୋଭିଡ-19 ମହାମାରୀ ସମୟରେ ତାଇୱାନ ମାଇକ୍ରୋଚିପ୍‌ ରପ୍ତାନୀ ବନ୍ଦ କରିଦେଇଥିବା ଯୋଗୁଁ ଅନେକ ଦେଶ ଏଥିଲାଗି ପ୍ରଭାବିତ ହୋଇଥିବା ପ୍ରଫେସର ଚନ୍ଦ୍ରଶେଖର କହିଛନ୍ତି । ଗତ 2ବର୍ଷ ପୂର୍ବେ ଭାରତରେ ଚିପ୍‌ ଷ୍ଟାର୍ଟଅପ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତେବେ ଓସମାନିଆ ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରୋନିକ୍ସ ବିଭାଗ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଛି ।

Also Read: ଭାରତୀୟ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ସୁଯୋଗ ଓ ସମ୍ଭାବନା
ପ୍ରିନ୍ସିପାଲ ପ୍ରଫେସର ଚନ୍ଦ୍ରଶେଖର
ପ୍ରିନ୍ସିପାଲ ପ୍ରଫେସର ଚନ୍ଦ୍ରଶେଖର (ETV Bharat)

ଏ ନେଇ ପ୍ରଫେସର ଚନ୍ଦ୍ରଶେଖର କହିଛନ୍ତି, " ଭବିଷ୍ୟତରେ କରୋନା ସମୟରେ ସମ୍ମୁଖୀନ ହେଉଥିବା ପରିସ୍ଥିତିକୁ ରୋକିବା ପାଇଁ ଆମେ ଫ୍ରିକ୍ୱେନ୍ସି ସିନ୍ଥେସାଇଜର ଚିପ୍ସ ପ୍ରସ୍ତୁତ କରୁଛୁ । ଥରେ ଏଗୁଡ଼ିକ ସମ୍ପୂର୍ଣ୍ଣ ଉପଲବ୍ଧ ହେବା ପରେ ଚିପ୍ସ ପାଇଁ ବିଦେଶୀ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ଆଗାମୀ 3-5 ବର୍ଷରେ ଚିପ୍ସର 20% ଆମଦାନୀ ହ୍ରାସ ପାଇପାରେ । ଭାରତୀୟ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପଦକ୍ଷେପ । ଥରେ ଏଗୁଡିକର ଉତ୍ପାଦନ ବ୍ୟବସାୟିକ ସ୍ତରରେ ଆରମ୍ଭ ହେଲେ ବଜାରରେ ବିକ୍ରି ହୋଇଥିବା ପ୍ରତ୍ୟେକ ଚିପ ଉପରେ ଓସମାନିଆ ବିଶ୍ବବିଦ୍ୟାଳୟ ଏକ ରୟାଲଟି ପାଇବ ।"

ଚିପ୍‌ କଣ ?

ଚିପ୍‌ ଏପରି ଏକ ଜିନିଷ ଯାହାକୁ ବିଭିନ୍ନ ବୈଦ୍ୟୁତିକ ଉପକରଣରେ ବ୍ୟବହାର କରାଯାଇଥାଏ । ସେମିକଣ୍ଡକ୍ଟର ଗାଡି, ସ୍ମାର୍ଟଫୋନ, କମ୍ପ୍ୟୁଟର, ଏଟିଏମ, କାର, ଡିଜିଟାଲ କ୍ୟାମେରା, AC, ଫ୍ରିଜ ଆଦିରେ ବ୍ୟବହାର କରାୟାଇଥାଏ । ଖାଲି ସେତିକି ନୁହେଁ, ମିସାଇଲରେ ମଧ୍ୟ ଏହି ଚିପ୍‌ର ଆବଶ୍ୟକତା ପଡ଼ିଥାଏ । ଏହାସହିତ ହାଇଟେକ‌୍‌ କାରର ସେନ୍ସର୍ସ, ଡ୍ରାଇଭର ଆସିଷ୍ଟାଣ୍ଟ, ପାର୍କିଂ ରିଅର କ୍ୟାମେରା, ଏୟାରବ୍ୟାଗ ଓ ଏମରଜେନ୍ସି ବ୍ରେକିଂରେ ଚିପ୍‌ର ବ୍ୟବହାର ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.