ETV Bharat / technology

ଗୁଗଲ୍‌ ଆଣିଲା ନୂଆ AI ମଡେଲ 'GenCast'; କରିବ 15ଦିନ ପାଣିପାଗର ପୂର୍ବାନୁମାନ - WEATHER FORECASTING AI MODEL

ଗୁଗଲ୍‌ ଆଣିଲା ନୂଆ ଏଆଇ ମଡେଲ ଜେନକାଷ୍ଟ । ଏହି ଏଆଇ ମଡେଲଟି ଆଗୁଆ 15ଦିନର ପାଣିପାଗ ପୂର୍ବାନୁମାନ କରିବାରେ ସକ୍ଷମ । ଅଧିକ ପଢନ୍ତୁ

AI Powered Weather Forecasting Model GenCast
AI Powered Weather Forecasting Model GenCast (Photo Credit- Google Deepmind)
author img

By ETV Bharat Tech Team

Published : Dec 6, 2024, 5:17 PM IST

ହାଇଦ୍ରାବାଦ: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗ୍ଲୋବାଲ ୱାର୍ମିଂ ପାଇଁ ଅକସ୍ମାତ୍‌ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ଆଖି ପିଛୁଳାକେ କାଳର କରାଳରେ ଅନେକ ଲୋକଙ୍କ ପ୍ରାଣହାନି ଘଟୁଛି । ଏବେ ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (AI)ର ବ୍ୟବହାର କରାଯାଇଛି । ଗୁଗଲ୍‌ ଏପରି ଏକ AI ମଡେଲ ଆଣିଛି ଯାହାକି 15ଦିନର ପାଣିପାଗର ପୂର୍ବାନୁମାନ କରିବାରେ ସକ୍ଷମ । ଏହାର ନାମ ଜେନକାଷ୍ଟ (GenCast) ରଖାଯାଇଛି ।

ଗୁଗଲ୍‌ର ବ୍ରିଟିଶ-ଆମେରିକାନ ଏଆଇ ରିସର୍ଚ୍ଚ ଲ୍ୟାବ୍‌ ଗୁଗଲ୍‌ ଡିପମାଇଣ୍ଡ ଦ୍ବାରା ଜେନକାଷ୍ଟ ଏଆଇ ମଡେଲକୁ ବିକଶିତ କରାଯାଇଛି । ବୁଧବାର 'ନେଚର ଜର୍ଣ୍ଣାଲ'ରେ ପ୍ରକାଶିତ ଏକ ରିପୋର୍ଟରେ ଲଣ୍ଡନ ସ୍ଥିତ କମ୍ପାନୀ ଦାବି କରିଛି ଯେ ଏହି ନୂଆ ମଡେଲର ଦୁନିଆର ସବୁ ମଡେଲଠାରୁ ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି । ଏହାଦ୍ବାରା ଆମେ ପ୍ରଳୟକାରୀ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇପାରିବା ।

weather forecasting
weather forecasting (Photo Credit- Google Deepmind)

ଏହି ଅଧ୍ୟୟନର ମୁଖ୍ୟ ଲେଖକ ତଥା ଡିପମାଇଣ୍ଡର ବରିଷ୍ଠ ବୈଜ୍ଞାନିକ ଇଲାନ ପ୍ରାଇସ କହିଛନ୍ତି, "ଜେନକାଷ୍ଟ ପାରମ୍ପରିକ ପ୍ରକ୍ରିୟାରୁ ବହୁ ଶୀଘ୍ର କାମ କରୁଛି । ଏହାସହିତ ଏହି ଏଆଇ ମଡେଲଟି ଅଧିକ ସଠିକ ସୂଚନା ପ୍ରଦାନ କରୁଛି ।"

ଏହା ବି ପଢନ୍ତୁ
  1. ଆପଣଙ୍କ ଅଞ୍ଚଳର ପବନ କେତେ ସୁରକ୍ଷିତ ? AQIର ଲାଇଭ ଅପଡେଟ ଦେବ Google Maps
  2. ଗୁଗଲ୍‌ ଆଣିଲା ଅନଲାଇନ ଚେସ୍‌ ପ୍ଲାଟଫର୍ମ GenChess, ବାଛିପାରିବେ ପସନ୍ଦର ଥିମ୍‌ ଗୋଟି

ସୂଚନା ଥାଉ କି ଜେନକାଷ୍ଟ ପୂର୍ବରୁ ଏହି ଟିମ ପାଣିପାଗ ପୂର୍ବାନୁମାନ ଲାଗି ଏକ ଏଆଇ ମଡେଲର ବିକଶିତ କରିଥିଲା । 2023ରେ ଏହା କାମ କରିବା ଆରମ୍ଭ କରିଥିବା ବେଳେ 10ଦିନର ପୂର୍ବାନୁମାନ ପ୍ରଦାନ କରୁଥିଲା । ଏ ନେଇ ଏହି ମଡେଲର ଅନ୍ୟତମ ପ୍ରମୁଖ ବୈଜ୍ଞାନିକ ରେମି ଲ୍ୟାମ କହିଛନ୍ତି, "ମୁଁ କହିବାକୁ ଟିକେ ଅସହଜ ମନେ କରୁଛି, କିନ୍ତୁ ଏପରି କୁହାଯାଇପାରିବ ଯେ ଆମେ ଗୋଟିଏ ବର୍ଷରେ 10ବର୍ଷର ସୁଧାର ଆଣିପାରିଛୁ । ଏହି ମଡେଲରେ ଆମେ ବାସ୍ତବରେ ଏକ ପ୍ରଗତି ଦେଖିପାରିଛୁ ।"

ଗୁଗଲ୍‌ର କହିବାନୁସାରେ, ଏହା Google Cloud TPU v5 ଟେକ୍ନୋଲୋଜି ବ୍ୟବହାର କରି ମାତ୍ର 8ମିନିଟରେ 15 ଦିନର ପାଣିପାଗକୁ ପୂର୍ବାନୁମାନ କରିପାରିବ ଜେନକାଷ୍ଟ । କିନ୍ତୁ ଏପଟେ ପାରମ୍ପରିକ ପାଣିପାଗ ପୂର୍ବାନୁମାନକୁ ଦେଖିଲେ ସୁପରକମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା ସମୟ ନେଇଥାଏ । ଗୁଗଲ୍‌ ଜେନକାଷ୍ଟକୁ ଓପନ୍‌ ମଡେଲ ଭାବେ ରିଲିଜ କରିଛି । କମ୍ପାନୀ ଅନ୍ୟ ପାଣିପାଗ ପୂର୍ବାନୁମାନ କରୁଥିବା ଏଜେନ୍ସି ତଥା ବୈଜ୍ଞାନିକଙ୍କ ସହଯୋଗିତା ଲୋଡିଛି, ଯାହାଦ୍ବାରା ଭବିଷ୍ୟତରେ ପାଣିପାଗ ପୂର୍ବାନୁମାନ ଅଧିକ ଉନ୍ନତମାନର ହୋଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.