ETV Bharat / technology

କର୍ତ୍ତବ୍ୟ ପଥରେ ଚନ୍ଦ୍ରଯାନ-3ର ଝଲକ, ଖୁସୀବ୍ୟକ୍ତ କଲେ ସ୍ମୃତି ଇରାନୀ

author img

By ETV Bharat Odisha Team

Published : Jan 26, 2024, 4:13 PM IST

ISRO showcases Chandrayaan-3: କର୍ତ୍ତବ୍ୟ ପଥରେ ଚନ୍ଦ୍ରଯାନ-3ର ଝଲକ ଦେଖାଇଲା ମହାକାଶ ଗବେଷଣା ସଂସ୍ଥା । ଅଧିକ ପଢନ୍ତୁ

ISRO showcases Chandrayaan-3
ISRO showcases Chandrayaan-3

ISRO showcases Chandrayaan-3

ନୂଆଦିଲ୍ଲୀ: ଚଳିତ ବର୍ଷ କର୍ତ୍ତବ୍ୟ ପରେ ହୋଇଥିବା ପରେଡ ଅତ୍ୟନ୍ତ ସ୍ବତନ୍ତ୍ର ରହିଥିଲା । ରାମଲାଲାଙ୍କ ମନ୍ଦିରଠୁ ନେଇ ଚନ୍ଦ୍ରଯାନ-3 ଏବଂ ସୂର୍ଯ୍ୟମିଶନ ଆଦିତ୍ୟ ଏଲ-1ର ସଫଳତାର ଝଲକ ଦେଖିବାକୁ ମିଳିଥିଲା । ଚଳିତବର୍ଷ ଗଣତନ୍ତ୍ର ପରେଡରେ ନାରୀଶକ୍ତି, ସାସ୍କୃତିକ ବିବିଧତା ଏବଂ ଅନେକ କଳାକୃତି ଦେଖିବାକୁ ମିଳିଥିଲା ।

ଅନେକ ରାଜ୍ୟର ପ୍ରଜ୍ଞାପନ ମେଢ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । 3ବର୍ଷ ପରେ କର୍ତ୍ତବ୍ୟ ପଥରେ ସ୍ଥାନପାଇଥିବା ଓଡିଶାର ପ୍ରଜ୍ଞାପନ ମେଢ ଖୁବ ଆକର୍ଷଣୀୟ ରହିଥିଲା । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀ ବସିଥିବା ସ୍ଥାନରୁ ଉଠି ତାଳି ବଜାଇଥିଲେ। ତେବେ ଚଳିତ ବର୍ଷ ଭାରତୀୟ ମହାକାଶ ଅନୁଷ୍ଠାନ ସଂସ୍ଥା(ଇସ୍ରୋ)ର ମେଢ ଅତ୍ୟନ୍ତ ଆକର୍ଷଣୀୟ ରହିଥିଲା ।

ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରିବାରେ ଚଳିତ ବର୍ଷ ସାମିଲ ହୋଇଥିଲା ଇସ୍ରୋ । ଚନ୍ଦ୍ରଯାନ-3ର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ ପ୍ରଦର୍ଶିତ ହୋଇଥିଲା । ଲ୍ୟାଣ୍ଡିଂ ପଏଣ୍ଟ(ଶିବଶକ୍ତି) ପଏଣ୍ଟରେ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରକୁ ଦର୍ଶାଯାଇଥିଲା । ପ୍ରକାଶଥାଉକି, 2023 ମସିହା ଅଗଷ୍ଟ 23 ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଭାରତ ।

କର୍ତ୍ତବ୍ୟ ପଥରେ ଇସ୍ରୋର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବା ସମୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଖୁସୀରେ ନାଚି ଉଠିଥିଲେ । ଜୋରଦାର ତାଳି ଦେଇ ସ୍ବାଗତ କରାଯାଇଥିଲା । ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ କର୍ତ୍ତବ୍ୟ ପଥରେ ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂକୁ ଦେଖି ଖୁସୀ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ : କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଓଡିଶାର ପ୍ରଜ୍ଞାପନ ମେଢ, ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ପ୍ରକାଶଥାଉକି , 2023 ଅଗଷ୍ଟ 23 ଭାରତ ପାଇଁ ଏକ ଐତିହାସିକ ଦିନ । ଭାରତର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3କୁ ମିଳିଥିଲା ବଡ ସଫଳତା । ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଥିଲା ଭାରତ । ଚନ୍ଦ୍ରଯାନ-3 ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3କୁ ସଫ୍ଟ ଲ୍ୟାଣ୍ଡିଂ କରାଇ ଭାରତ ବିଶ୍ବର ପ୍ରଥମ ଦେଶର ମାନ୍ୟତା ପାଇଛି ।

ଅନ୍ୟପଟେ, ଗତ ସେପ୍ଟେମ୍ବର 2 ତାରିଖରେ ଆଦିତ୍ୟ ଏଲ1କୁ ମହାକାଶକୁ ଉତକ୍ଷେପଣ କରାଯାଇଥିବା ବେଳେ ଧାର୍ଯ୍ୟ ସମୟରେ ଅର୍ଥାତ ଗତ ଜାନୁଆରୀ 6 ତାରିଖରେ ୧୫ ଲକ୍ଷ କିଲୋମିଟର ଦୂର ହାଲୋ ଅର୍ବିଟରେ ପହଞ୍ଚିଥିଲା ଆଦିତ୍ୟ ଏଲ 1 । ଏହି କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ଜାରି ରଖିଛି ଆଦିତ୍ୟ । ଏହି କକ୍ଷପଥରେ ରହି ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶ ପାଣିପାଗ ସମ୍ପର୍କରେ ଅଧ୍ୟୟନ କରିବ ଆଦିତ୍ୟ ଏଲ1 । ସେହିପରି ପୃଥିବୀ ପୃଷ୍ଠର ଉତପ୍ତତା, ସୌର ବାୟୁମଣ୍ଡଳ, ସୂର୍ଯ୍ୟକିରଣ, ସୌର ତାପମାତ୍ରା ଭଳି ବିଷୟରେ ଅଧ୍ୟୟନ କରି ତଥ୍ୟ ପଠାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.