ETV Bharat / technology

ବିଶ୍ବରେ ପ୍ରଥମ, ମନୁଷ୍ୟ ମସ୍ତିଷ୍କରେ ଲାଗିଲା ବ୍ରେନ୍ ଚିପ୍ - ମନୁଷ୍ୟ ମସ୍ତିଷ୍କରେ ଲାଗିଲା ବ୍ରେନ୍ ଚିପ

First Brain Chip in Human: ମନୁଷ୍ୟ ମସ୍ତିଷ୍କରେ ବ୍ରେନ୍ ଚିପ୍ ଲଗାଇଲା ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରୋଲିଙ୍କ । ଅଧିକ ପଢନ୍ତୁ

ଏଲନ ମସ୍କ
Elon Musk
author img

By ETV Bharat Odisha Team

Published : Jan 30, 2024, 10:14 AM IST

Updated : Jan 30, 2024, 1:01 PM IST

ହାଇଦ୍ରାବାଦ: ବିଶ୍ବରେ ପ୍ରଥମ । ସଫଳ ହେଲା ଆରବପତି ମସ୍କଙ୍କ ପ୍ରୟାସ । ମନୁଷ୍ୟ ମସ୍ତିଷ୍କରେ ଲାଗିଲା ବ୍ରେନ୍ ଚିପ । ଏଲନ ମସ୍କଙ୍କ ବ୍ରେନ ଚିପ କମ୍ପାନୀ ନ୍ୟୁରୋଲିଙ୍କ ପ୍ରଥମ ଥର ପାଇଁ ମାନବ ମସ୍ତିଷ୍କରେ ବ୍ରେନ ଚିପ ଲଗାଇବାରେ ସଫଳ ହୋଇଛି । ଏନେଇ ଟ୍ବିଟ ଯୋଗେ ଘୋଷଣା କରିଲେ ଟେସଲା ସିଇଓ ତଥା ଏକ୍ସ ମାଲିକ ଏଲନ ମସ୍କ । ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ କମ୍ପାନୀ ପାଇଁ ଏହା ଏକ ବଡ ସଫଳତା ବୋଲି କୁହାଯାଇପାରେ ।

ଏନେଇ ଏଲନ ମସ୍କ ଟ୍ବିଟ କରି କହିଛନ୍ତି, " ପ୍ରଥମ ଥର ପାଇଁ ମନୁଷ୍ୟ ମସ୍ତିଷ୍କରେ ବ୍ରେନ୍ ଚିପ ଲଗାଇବାରେ ସଫଳ ହୋଇପାରିଛି ନ୍ୟୁରୋଲିଙ୍କ । ଉକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଛି । ନ୍ୟୁରନ ସ୍ପାଇକ ଚିହ୍ନଟ ସଫଳ ହୋଇଥିବା ପ୍ରାରମ୍ଭିକ ଫଳାଫଳରୁ ଜଣାପଡିଛି ।" ପ୍ରକାଶଥାଉକି ସ୍ପାଇକକୁ ଏକ ପ୍ରକାର କୋଷିକା ମଧ୍ୟ କୁହାଯାଇପାରେ । ମସ୍ତିଷ୍କ ଏବଂ ଶରୀରକୁ ସୂଚନା ପଠାଇବା ପାଇଁ ଏହା ବୈଦ୍ୟୁତିକ ଏବଂ ରାସାୟନିକ ସଙ୍କେତ ପଠାଇବାରେ ସକ୍ଷମ ହୋଇଥାଏ ।

ମସ୍କ ଅନ୍ୟ ଏକ ଟ୍ବିଟରେ କହିଛନ୍ତି, "କେବଳ ଚିନ୍ତା କରିବା ଦ୍ବାରା ବ୍ୟକ୍ତି କମ୍ପ୍ୟୁଟର, ଫୋନ କିମ୍ବା ମାଧ୍ୟମରେ ଯେକୌଣସି ଉପକରଣରକୁ ନିୟନ୍ତ୍ରଣ କରିପାରିବେ । ଯେଉଁମାନେ ନିଜର ଅଙ୍ଗ ହରାଇଛନ୍ତି, ସେମାନେ ପ୍ରାଥମିକ ଉପଭୋକ୍ତା ହେବେ । "

ALS କିମ୍ବା ପାର୍କିନ୍ସନ୍ ପରି ସ୍ନାୟୁଗତ ରୋଗର ଚିକିତ୍ସା ପାଇବା ପରେ ଏହି ଚିପର ଅବିଷ୍କାର ଦ୍ବାରା ମନୁଷ୍ୟ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଧ୍ୟରେ ଉତ୍ତମ ସମ୍ବନ୍ଧ ରହିପାରିବ ବୋଲି ଆଶା କରାଯାଉଛି । ପ୍ରକାଶଥାଉକି ଏଲନ ମସ୍କ 2016 ମସିହାରେ ନ୍ୟୁରୋଲିଙ୍କ ନାମକ ଏକ ଷ୍ଟାଟଅପ ଆରମ୍ଭ କରିଥିଲେ । ଏହି କମ୍ପାନୀ ବ୍ରେନ ଚିପ ଇଣ୍ଟରଫେସ ତିଆରି କରିଥାଏ । ଏହାକୁ ମାନବ ମସ୍ତିଷ୍କରେ ପ୍ରତିରୋପଣ କରାଯାଇପାରେ । ଚିପ୍ ସାହାଯ୍ୟରେ ସିଗନାଲ କମ୍ୟୁଟର କିମ୍ବା ଫୋନକୁ ଟ୍ରାନ୍ସମିଟ କରାଯାଇ ପାରେ । କେବଳ ଚିନ୍ତା ବା ଭାବନା ଦ୍ବାରା ଗ୍ୟାଜେଟକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗତବର୍ଷ ମେ 26 ତାରିଖରେ ମାନବ ପରୀକ୍ଷଣ ପାଇଁ ଏଲନ ମସ୍କଙ୍କ ବ୍ରେନ ଚିପ କମ୍ପାନୀ ନ୍ୟୁରୋଲିଙ୍କକୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ(FDA) ଅନୁମତି ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: ମସ୍କଙ୍କ ନ୍ୟୁରୋଲିଙ୍କକୁ ଆମେରିକାର ଅନୁମତି, ଏଣିକି ମସ୍ତିଷ୍କରେ ଲାଗିପାରିବ ଚିପ୍‌

ଏହାକୁ ସ୍ନାୟବିକ ରୋଗର ଚିକିତ୍ସା, ମନୁଷ୍ୟ ଏବଂ ମେସିନ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଏବଂ ମଣିଷର ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ । ତେବେ ପରୀକ୍ଷଣ ସଫଳ ହେଲେ ଦୃଷ୍ଟି ବାଧିତ ବ୍ୟକ୍ତି ମଧ୍ୟ ଦେଖିପାରିବେ । ପକ୍ଷାଘାତ ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ ସହାୟକ ହେବ । ସେମାନେ ମୋବାଇଲ ଚଳାଇପାରିବେ । ସ୍ନାୟୁଗତ ସମସ୍ୟା, ମେରୁଦଣ୍ଡରେ ଆଘାତ ଭଳି ସମସ୍ୟା ଦେଇ ଗତି କରୁଥିବା ରୋଗୀମାନେ ଯେଉଁ କାମ କରିପାରୁନଥିଲେ, ଏହି ଚିପ ଦ୍ବାରା ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 30, 2024, 1:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.