ETV Bharat / technology

Ukraine Russian War: ୟୁକ୍ରେନକୁ ଶକ୍ତ ଧକ୍କା; ଆମେରିକା F-16 ଲଢୁଆ ବିମାନ କ୍ରାସ, କଣ ଥିଲା ଖାସ୍‌ - Worlds Most Advanced Fighter Plane

World's most advanced fighter plane: ଋଷ-ୟୁକ୍ରେନ ଯୁଦ୍ଧରେ ଦୁର୍ଘଟଣାଗ୍ରସ୍ତ ଆମେରିକାର ଲଢୁଆ F-16 ଫାଇଟର ପ୍ଲେନ । ତେବେ ବିଶ୍ବର ଏହି ଲଢୁଆ ଫାଇଟର ପ୍ଲେନରେ କଣ ରହିଛି ଖାସ୍‌ ? କାହିଁକି ୟୁକ୍ରେନକୁ ଲାଗିଲା ଶକ୍ତ ଝଟକା ? ଅଧିକ ପଢନ୍ତୁ

author img

By ETV Bharat Tech Team

Published : Aug 30, 2024, 2:53 PM IST

CRASHED F16 PLANE
CRASHED F16 PLANE (ETV Bharat Tech Team)

କିଭ: କିଛି ଦିନର ନୀରବତା ପରେ ପୁଣି ଆରମ୍ଭ ହୋଇଯାଇଛି ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ । ମଙ୍ଗଳବାରଠାରୁ ୟୁକ୍ରେନ ଉପରେ ଘନ ଘନ ମିସାଇଲ ମାଡ କରୁଛି ଋଷ । ଋଷ ସହିତ ଯୁଦ୍ଧରେ ମୁକାବିଲା କରିବା ପାଇଁ ୟୁକ୍ରେନ ଆମେରିକା ପଠାଉଥିବା ଲଢୁଆ F16 ଫାଇଟର ଜେଟ୍‌ର ବ୍ୟବହାର କରୁଛି । ତେବେ ଋଷର ଡ୍ରୋନ ଆକ୍ରମଣରେ ଏହି ଲଢୁଆ ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୟୁକ୍ରେନର ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି । ବିଶ୍ବର ଶକ୍ତିଶାଳୀ ଫାଇଟର ଜେଟ କୁହାଯାଉଥିବା ଆମେରିକାର F-16ରେ କଣ ରହିଛି ଖାସ ? କାହିଁକି ଏହା ଅନ୍ୟ ଫାଇଟର ଜେଟଠାରୁ ଭିନ୍ନ ଆସନ୍ତୁ ଜାଣିବା ।

Crashed F16 plane on the battlefield
Crashed F16 plane on the battlefield (AP)

100 ଫାଇଟର ଜେଟ ମଗାଇଛି ୟୁକ୍ରେନ:-

ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଋଷର ମିସାଇଲ ସାଇଟ୍‌ ଉପରେ ଆକ୍ରମଣ କରିବାକୁ ୱେଷ୍ଟକୁ ଅନୁମତି ମାଗିଛି । ଏଯାବତ ଆମେରିକା ୟୁକ୍ରେନକୁ 6ଟି F-16 ଫାଇଟର ଜେଟ୍‌ ପଠାଇ ସାରିଥିବା ବେଳେ ଆଉ 100ଟି ମଗାଇଛି । କିନ୍ତୁ ୟୁକ୍ରେନ ପାଇଁ ଚିନ୍ତାର ବିଷୟ ହେଉଛି ଏହି ବିଶେଷ ଧରଣର ଲଢୁଆ ବିମାନକୁ ମାତ୍ର କିଛି ପାଇଲଟ ଚଲାଇବାକୁ ସକ୍ଷମ । ଗୁରୁବାର ଆକ୍ରମଣରେ ୟୁକ୍ରେନର ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ ବାୟୁସେନା ପକ୍ଷରୁ ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଋଷ ପକ୍ଷରୁ ଏହି ବିମାନକୁ ଟାର୍ଗେଟ କରାଯାଉଛି ନା ପାଇଲଟଙ୍କ ତ୍ରୁଟି ଯୋଗୁଁ ଏହା ଦୁର୍ଘଟଣାର ଶିକାର ହୋଇଛି ।

F16 plane
F16 plane (AP)

F16 ଏୟାରକ୍ରାଫ୍ଟରେ କଣ ରହିଛି ଖାସ୍‌ ?

1974 ମସିହାରେ, ଆମେରିକା ବାୟୁସେନାରେ ପ୍ରଥମ ଥର ଲାଗି ସାମିଲ ହୋଇଥିଲା F16 ଏୟାରକ୍ରାଫ୍ଟ । ଏଯାବତ ଏହି ବିମାନକୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି, କାରଣ ସମୟ ସାଙ୍ଗକୁ ଏହି ବିମାନର ଟେକ୍ନୋଲୋଜିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଶତ୍ରୁ ପକ୍ଷକୁ ଉଚିତ ଜବାବ ଦେବା ଲାଗି ଏଥିର ସମସ୍ତ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହାର ବାହାର ଭାଗର ଡିଜାଇନରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ । ଏହାର ଅତ୍ୟାଧୁନିକ ଫିଚର୍ସ ଓ ଟେକ୍ନୋଲୋଜି ପାଇଁ ଏହା ଲଢୁଆ ବିମାନ ଭାବେ ବେଶ ପରିଚିତ । ଅନେକ ଦେଶ ମଧ୍ୟ ଫାଇଟର ଜେଟ ବିକଶିତ କରିଥିଲେ ସୁଦ୍ଧା ପ୍ରକୃତ ଯୁଦ୍ଧକ୍ଷେତ୍ରରେ ଦୀର୍ଘ ସମୟ ଧରି ଉଡ଼ିବାର କ୍ଷମତା ପ୍ରମାଣ କରିବାରେ F-16ର କୌଣସି ତୁଳନା ନାହିଁ ।

F16 plane
F16 plane (AP)

ପାଇଲଟଙ୍କୁ ଦିଏ ଚେତାବନୀ:-

ବିମାନଟି ଉଡ଼ିବା ସମୟରେ ସମ୍ଭାବ୍ୟ ବିପଦ ଉପରେ ନଜର ରଖିବା ପାଇଁ 5ମ ଜେନେରେସନର ରାଡାର APG-83 ସହିତ ସଜାଯାଇଛି । ଏହା ଆସୁଥିବା କ୍ଷେପଣାସ୍ତ୍ର କିମ୍ବା ବିମାନର ଦୂରତା ଏବଂ ସାମର୍ଥ୍ୟକୁ ସଠିକ୍ ଭାବରେ ନୀରିକ୍ଷଣ କରିଥାଏ ଏବଂ ପାଇଲଟଙ୍କୁ ଚେତାବନୀ ଦେଇଥାଏ । ଏକ ଡିଜିଟାଲ୍ ମାନଚିତ୍ର ପ୍ରସ୍ତୁତ କରି ପାଇଲଟଙ୍କୁ ଆଗୁଆ ସତର୍କ କରିଥାଏ । ଆକାଶରେ କ୍ଷିପ୍ର ଗତିରେ ବିମାନଟି ଉଡୁଥିବା ସମୟରେ, ସେତେବେଳେ ପାଇଲଟ ଆଟାକ୍‌କୁ ଦେଖିପାରିନଥାଏ । ଏହି ସମୟରେ ଏୟାରକ୍ରାଫ୍ଟରେ ଲାଗିଥିବା ସେନ୍ସର ଟାର୍ଗେଟକୁ ଚିହ୍ନଟ କରି ଏହାର ଏକ ମ୍ୟାପ୍‌ ତିଆରି କରେ । ଯାହାକି ପାଇଲଟର ହେଲମେଟରେ ଦୃଶ୍ୟମାନ ହୁଏ ।

180 ଅସ୍ତ୍ର ଧରିବାରେ ସକ୍ଷମ:-

F16 ଏୟାରକ୍ରାଫ୍ଟ ନିର୍ମାତା ଲକ୍‌ହେଡ୍‌ ମାର୍ଟିନଙ୍କ କହିବାନୁସାରେ, ଏହି ଏୟାରକ୍ରାଫ୍ଟରେ ଗୋଟିଏ ସମୟରେ 180ଟି ଅସ୍ତ୍ର ରହିପାରିବ । ବିଶ୍ବର ଅନ୍ୟ କୌଣସି ବି ଫାଇଟର ଜେଟ୍‌ ଏତେ ପରିମାଣରେ ଅସ୍ତ୍ରଶସ୍ତ୍ର ଧାରଣ କରିବାରେ ସକ୍ଷମ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.