ETV Bharat / technology

ବର୍ଷାଦିନେ କାର ବ୍ୟବହାର କରୁଥିଲେ ସାବଧାନ, ଡ୍ୟାମେଜରୁ ବର୍ତ୍ତିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ - How to Protect Car In Heavy Rain

author img

By ETV Bharat Odisha Team

Published : Jul 13, 2024, 10:54 PM IST

How to Protect Car In Heavy Rain: ବର୍ଷାଦିନେ କାରର ସଠିକ ଯତ୍ନ ନ ନେଲେ ଆପଣ ହୋଇପାରନ୍ତି ବେ'କାର' । ବିଶେଷ କରି ବର୍ଷାଦିନେ କାରର ସଠିକ ଉପାୟରେ ଯତ୍ନ ନ ନେଲେ ଆପଣ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି । ସାମାନ୍ୟ ଧ୍ୟାନ ଦେଲେ ବଡ଼ ଖର୍ଚ୍ଚରୁ ଆପଣ ବର୍ତ୍ତିପାରିବେ ଓ ଆପଣଙ୍କ କାର ଫିଟ୍‌ ରହିବ । ବର୍ଷାଦିନେ ଡ୍ୟାମେଜରୁ ବର୍ତ୍ତିବା ଲାଗି କଣ କରିବେ ଜାଣନ୍ତୁ

How to Protect Car In Heavy Rain
How to Protect Car In Heavy Rain (ETV Bharat Odisha)

ହାଇଦ୍ରାବାଦ: ଆଜିକାଲି କାର ବ୍ୟବହାର କରିବା ଅତି ସାଧାରଣ କଥା । ସମସ୍ତେ ନିଜ ନିଜର ସୁବିଧା ପାଇଁ ଘରେ କାରଟିଏ କରୁଛନ୍ତି । କିନ୍ତୁ ସମସ୍ତଙ୍କ ପାଇଁ କାର ପାର୍କିଂ ଲାଗି ଆବଶ୍ୟକୀୟ ଜାଗାର ଅଭାବ ରହିଥାଏ । ଫଳରେ ଲୋକେ ଘର ବାହାରେ କାରକୁ ପାର୍କ କରି ରଖନ୍ତି । କିନ୍ତୁ ବିଶେଷଜ୍ଞଙ୍କ କହିବା ମୁତାବକ ଘର ବାହାରେ କାର ରଖିଲେ ଏହା ଖୁବଶୀଘ୍ର ଡ୍ୟାମେଜ ହୋଇଯାଏ । ବାହାରେ ଉଚ୍ଚ ତାପମାତ୍ରା ଓ ପାଣିପାଗରେ ପରିବର୍ତ୍ତନ ଯୋଗୁଁ କାରର ପୁରା ଭାଗ, ଏହାର ଭିତର ଭାଗ ଓ ଇଞ୍ଜିନ ଉପରେ ଗଭୀର ପ୍ରଭାବ ପଡ଼େ । ବିଶେଷ କରି ବର୍ଷାଦିନେ କାର ବାହାରେ ରଖିଲେ ବିଭିନ୍ନ ପ୍ରକାର ଡ୍ୟାମେଜର ଆଶଙ୍କା ରହିଥାଏ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ (X)

ବର୍ଷାଦିନେ ବାହାରେ କାର ରଖିଲେ କଣ ହେବ ?

ଯଦି ଆପଣଙ୍କ ଘରେ ପାର୍କିଂ ଶେଡ୍‌ ବା ଗ୍ୟାରେଜ ଅଛି, ତେବେ ଆପଣ ଅଧା ସମସ୍ୟାରୁ ବର୍ତ୍ତି ପାରନ୍ତି । ଗ୍ୟାରେଜରେ କାର ରହିବା ଦ୍ବାରା ଏହା ସିଧାସଳଖ ବର୍ଷାପାଣିରୁ ମୁକ୍ତି ପାଇଥାଏ । ବର୍ଷାଦିନେ ପ୍ରାୟ ସବୁ ଦିନ ବର୍ଷା ହେବା କାରଣରୁ କାରର ବାହାର ପାର୍ଶ୍ବର ଅଧିକ ଡ୍ୟାମେଜ ହୋଇଥାଏ । ବର୍ଷାପାଣି ପ୍ରତିଦିନ କାରକୁ ସ୍ପର୍ଶ କରିବା ଦ୍ବାରା ଏହାର ରଙ୍ଗ ଫିକା ପଡ଼ିବା ସହିତ ଏହାର ଚମକ ମଧ୍ୟ ହ୍ରାସ ପାଏ । ଯଦି ଆପଣଙ୍କ ନିକଟରେ ଗ୍ୟାରେଜର ସୁବିଧା ନାହିଁ, ତେବେ ନିଶ୍ଚିତ ଭାବେ କାରକୁ କୌଣସି କଭର୍‌ ଦ୍ବାରା ଘୋଡ଼ାଇ ରଖନ୍ତୁ ।

ଜୀବଜନ୍ତୁଙ୍କଠାରୁ ବିପଦ:-

କାର ପାର୍କିଂକୁ ନେଇ ଟିପ୍ସ
କାର ପାର୍କିଂକୁ ନେଇ ଟିପ୍ସ (X)

ବର୍ଷାଦିନେ ଘର ବାହାରେ କାର୍‌ ରଖିବା ଦ୍ବାରା ଆଉ ଏକ ବଡ଼ ବିପଦ ହେଉଛନ୍ତି ଜୀବଜନ୍ତୁ । ବର୍ଷାଦିନେ ଚାରିଆଡ଼େ ଓଦା ହୋଇଥିବାରୁ ଜୀବଜନ୍ତୁ ଏକ ଶୁଷ୍କ ସ୍ଥାନର ଅନୁସନ୍ଧାନରେ ରହିଥାନ୍ତି । ଏଣୁ ସାପ ଭଳି ବିଷଧର ଜନ୍ତୁ କାର ତଳେ ଆଶ୍ରୟ ନେବାର ମଧ୍ୟ ଦେଖିବାକୁ ମିଳେ । ଯାହାକି ଆପଣଙ୍କ ପାଇଁ ମଧ୍ୟ ବିପଦ । ବର୍ଷାଦିନେ କାର ଇଞ୍ଜିନରେ ପିମ୍ପୁଡି, ମୂଷାଙ୍କଠାରୁ ଆରମ୍ଭ କରି ବିଷଧର ସାପ ଆଶ୍ରୟ ନେଇଥଆନ୍ତି । ଏଥିରୁ ବର୍ତ୍ତିବାକୁ ହେଲେ ପ୍ରତିଦିନ କାରକୁ ସଫା କରିବା ସହ ଏହାର ଯାଞ୍ଚ କରିବା ନିହାତି ଆବଶ୍ୟକ ।

ବର୍ଷାଦିନେ କାରକୁ କ୍ଷତି ପହଞ୍ଚାନ୍ତି ମୂଷା:-

ବର୍ଷାଦିନେ ଘର ବାହାରେ କାର ପାର୍କିଂ କରନ୍ତୁ ନାହିଁ
ବର୍ଷାଦିନେ ଘର ବାହାରେ କାର ପାର୍କିଂ କରନ୍ତୁ ନାହିଁ (X)

ବର୍ଷାଦିନେ କାର ପାଇଁ ସବୁଠୁ ବଡ଼ ବିପଦ ହେଉଛି ମୂଷା । କାର ଇଞ୍ଜିନରେ ମଳତ୍ୟାଗ କରିବା ସହ ତାର ମଧ୍ୟ କାଟି ଦେଇଥାନ୍ତି । ଯାହାଦ୍ବାରା କାର ଷ୍ଟାର୍ଟ ନ ହେବା ଭଳି ସମସ୍ୟା ଉପୁଜେ । ମୂଷା ଗୁଡ଼ିକ କାରର ଇଲେକ୍ଟ୍ରିକାଲ ସିଷ୍ଟମକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥାନ୍ତି । ଏଥିଲାଗି ମୂଷାଙ୍କ ଠାରୁ ବର୍ତ୍ତିବା ବେଶ ଗୁରୁତ୍ବପୂର୍ଣ୍ଣ ।

କାର ପାର୍କିଂକୁ ନେଇ ଆପଣାନ୍ତୁ ଏହି ଟିପ୍ସ:-

  • ବର୍ଷାଦିନେ କାର ପାର୍କିଂ ଲାଗି ସଠିକ ସ୍ଥାନ ବାଛନ୍ତୁ
  • କାର ଯଦି ବାହାରେ ରଖୁଛନ୍ତି ତେବେ ଶୁଖିଲା ଓ ସୁରକ୍ଷିତ ସ୍ଥାନରେ ରଖନ୍ତୁ
  • ଟାଣ ଖରା ହେଉଥିବା ସ୍ଥାନରେ କାର ରଖନ୍ତୁ ନାହିଁ
  • ହ୍ୟାଣ୍ଡବ୍ରେକ ନେଇ ସାବଧାନ ରୁହନ୍ତୁ ଓ ଲଗାତାର ଏହାର ଯାଞ୍ଚ କରନ୍ତୁ
  • କାରରେ ବସିବା ପୂର୍ବରୁ ଇଞ୍ଜିନକୁ ଭଲ ଭାବେ ଯାଞ୍ଚ କରନ୍ତୁ
ଗଭୀର ପାଣିରେ ଗାଡ଼ି ଚଳାଇବାରୁ ବର୍ତ୍ତନ୍ତୁ
ଗଭୀର ପାଣିରେ ଗାଡ଼ି ଚଳାଇବାରୁ ବର୍ତ୍ତନ୍ତୁ (X)

ବର୍ଷାଦିନେ କାର ଇଞ୍ଜିନର ଯତ୍ନ:-

  • କାର ଇଣ୍ଟରିୟରକୁ ଓଦା ରଖନ୍ତୁ ନାହିଁ
  • ଇଣ୍ଟରିୟରରୁ ଗନ୍ଧ ଆସୁଥିଲେ ସାବଧାନ ରୁହନ୍ତୁ
  • ଫଙ୍ଗସ ନଜର ଆସିଲେ କାରକୁ କିଛି ସମୟ ଖରାରେ ରଖନ୍ତୁ
  • କାରରେ କୌଣସି ପ୍ରକାର ଖାଦ୍ୟ ଜିନିଷ ରଖନ୍ତୁ ନାହିଁ
  • ବ୍ରେକ ଫ୍ଲୁଇଡ ଓ ବ୍ରେକପ୍ୟାଡର ଯାଞ୍ଚ କରନ୍ତୁ
  • କାରରେ ବାହାର ପାର୍ଶ୍ବରେ ଲାଗିଥିବା କାଦୁଅକୁ ନିୟମିତ ଭାବେ ସଫା କରନ୍ତୁ
  • ଡ୍ରାଇଭରେ ଯିବା ପୂର୍ବରୁ ୱିଣ୍ଡସିଲ୍ଡ ୱାଇପର ଓ ୱାସର ଫ୍ଲୁଇଡ ଯାଞ୍ଚ କରନ୍ତୁ
  • ଇଲେକ୍ଟ୍ରିକ ଡିଭାଇସକୁ ଯାଞ୍ଚ କରନ୍ତୁ

ବି:ଦ୍ର- ଏଠାରେ ଦିଆଯାଇଥିବା ସୂଚନା ଜଣେ ବିଶେଷଜ୍ଞଙ୍କ ସହ ବାର୍ତ୍ତାଳାପ ଉପରେ ଆଧାରିତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.