ETV Bharat / technology

ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେଲା ବ୍ଲୁସ୍କାଇ, ଏକ୍ସକୁ ଦେବ ଟକ୍କର ! - ବ୍ଲୁସ୍କାଇ

BlueSky: ବିଟା ସଂସ୍କରଣ ଟେଷ୍ଟି ଆରମ୍ଭ ହୋଇଥିବା ବ୍ଲୁସ୍କାଇ ଦୀର୍ଘ 2 ବର୍ଷ ପରେ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଛି । ଅଧିକ ପଢନ୍ତୁ

BlueSky
BlueSky
author img

By ETV Bharat Odisha Team

Published : Feb 13, 2024, 11:02 AM IST

ହାଇଦ୍ରାବାଦ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଟକ୍କର ଦେବା ପାଇଁ ଆସିଲା ବ୍ଲୁସ୍କାଇ(BlueSky) । ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେଲା ଏହି ଆପ୍ । ସୋସିଆଲ ନେଟଓ୍ବର୍କ ପ୍ଲାଟଫର୍ମ ବ୍ଲୁସ୍କାଇକୁ 2022 ମସିହାରେ ବିଟା ସଂସ୍କରଣରେ ଲଞ୍ଚ କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ ହୋଇ ରହିଛି । ତେବେ ଆପ୍ ନିର୍ମାତା ହେଉଛନ୍ତି ପୂର୍ବତନ ଟ୍ବିଟର ସିଇଓ ଜ୍ୟାକ ଡୋର୍ସି । ଏହି ଆପକୁ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଥିବା ବେଳେ ୟୁଜର୍ସ ଏଥିରେ ଆକାଉଣ୍ଟ ତିଆରି କରିପାରି ବ୍ୟବହାର କରିପାରିବେ ।

ବ୍ଲୁସାଇ କଣ? : ଆଜିକା ସମୟରେ ମଧ୍ୟ ଅନେକ ବ୍ଲୁସ୍କାଇ ଜାଣନ୍ତି ନାହିଁ । ତେବେ ଏହା ହେଉଛି ଏକ ସୋସିଆଲ ମିଡିଆ ନେଟଓ୍ବର୍କ ସାଇଡ୍ । ଏହା ଅନେକ କ୍ଷେତ୍ରରେ ଏକ୍ସ ଭଳି କାର୍ଯ୍ୟ କରିଥାଏ । ଏହାରି ଭିତରେ ଆପରେ ଲେଭଲିଭଙ୍ଗ ସର୍ଭିସ ନାମରେ ଏକ ଫିଚର ରୋଲଆଉଟ ହୋଇପାରେ ବୋଲି ସୂଚନା ରହିଛି । ଏହି ସେବା ୟୁଜର୍ସ ଏବଂ ସଙ୍ଗଠନକୁ ମେଡରେଟ କରିବା ପାଇଁ ଲେବଲ୍ ସୃଷ୍ଟି କରିବ । ପୋଷ୍ଟଗୁଡିକୁ ଯାଞ୍ଚ କରିବା କିମ୍ବା କଣ୍ଟେଣ୍ଟରେ ପରିବର୍ତ୍ତନ ଆଣିବା ପାଇଁ ଏହି ଲେବଲ ଗୁଡିକର ବ୍ୟବହାର କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ: Twitter କୁ ଟକ୍କର ଦେବ ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ନୂଆ ଆପ୍ Bluesky

ବିନା ଦେୟରେ ବ୍ୟବହାର କରିପାରିବେ ବ୍ଲୁସାଇ: ଏହି ଆପ୍ ଏକ୍ସର ଅନୁରୂପ ହୋଇଥିଲେ ହେଁ ବ୍ଲୁ ସାଇ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ବିନା ଦେୟରେ ଏହି ଆପକୁ ବ୍ୟବହାର କରିପାରିବେ ୟୁଜର୍ସ । ଏହି ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ ୟୁଜର୍ସ । ତେବେ ଆଇଫୋନ ୟୁଜର୍ସ ମଧ୍ୟ ଏହି ଆପର ବ୍ୟବହାର କରିପାରିବେ । ବର୍ତ୍ତମାନ ସୁଦ୍ଧା ଗୁଗଲ ପ୍ଲେ ଷ୍ଟୋରରୁ 1 ମିଲିୟନରୁ ଅଧିକ ୟୁଜର୍ସ ଏହାକୁ ଡାଉନଲୋଡ କରିଛନ୍ତି । ସୋସିଆଲ୍ ମିଡିଆ କ୍ଷେତ୍ରରେ ଏହି ଆପ୍ ବିପ୍ଳବ ଆଣିବ ଏବଂ ଯେକୌଣସି ବଡ ସଂସ୍ଥା ସହ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ଚର୍ଚ୍ଚା ହେଉଛି । କହି ରଖୁଛୁ ଯେ, ଜ୍ୟାକ୍ ଡୋର୍ସି ହେଉଛନ୍ତି ଟ୍ବିଟରର ପ୍ରତିଷ୍ଠାତା ତଥା ପୂର୍ବତନ CEO । ସେ 2021 ନଭେମ୍ବରରୁ କମ୍ପାନିର CEO ପଦ ଛାଡି ଥିବାବେଳେ 2022 ମେ'ରେ ଟ୍ବିଟର ବୋର୍ଡରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.