ETV Bharat / technology

"BSNL କି ଘର ଓ୍ବାପସି", ଘରୋଇ କମ୍ପାନୀ ଛାଡି ଏବେ ଶସ୍ତା ରିଚାର୍ଜ ପ୍ଲାନ ପଛରେ ଗ୍ରାହକ - BSNL cheapest recharge plan

BSNL cheapest recharge plan compared to other telecom company: ଜିଓ, ଏୟାରଟେଲ ଓ ଭୋଡାଫୋନ ଭଳି ଲୋକପ୍ରିୟ ଘରୋଇ ଟେଲିକମ କମ୍ପାନୀଗୁଡିକ ନିଜର ରିଜାର୍ଜ ପ୍ଲାନ ଅଚାନକ ବୃଦ୍ଧି କରିବା ପରେ ଏହାକୁ ନେଇ ସାଧାଣରେ ଅସନ୍ତୋଷ ବଢିବାରେ ଲାଗିଛି । ଗ୍ରାହକ ବର୍ତ୍ତମାନ BSNL ମୁହାଁ ହେଉଛନ୍ତି । ଜାଣନ୍ତୁ BSNLର ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 9, 2024, 1:47 PM IST

BSNL cheapest recharge plan
BSNL cheapest recharge plan (ETV Bharat Odisha)

ହାଇଦ୍ରାବାଦ: BSNL ମୁହାଁ ଗ୍ରାହକ । ଜିଓ, ଏୟାରଟେଲ ଓ ଭୋଡାଫୋନ ଭଳି ଲୋକପ୍ରିୟ ଘରୋଇ ଟେଲିକମ କମ୍ପାନୀଗୁଡିକ ନିଜର ରିଜାର୍ଜ ପ୍ଲାନ ଅଚାନକ ବୃଦ୍ଧି କରିବା ପରେ ଏହାକୁ ନେଇ ସାଧାଣରେ ଅସନ୍ତୋଷ ବଢିବାରେ ଲାଗିଛି । ଅନ୍ୟପଟେ ଏହି ଘରୋଇ ଟେଲିକମ କମ୍ପାନୀଗୁଡିକ ଅପେକ୍ଷା ବେଶ ଶସ୍ତା ପ୍ଲାନ ଯୋଗାଇଦେଉଥିବା ଭାରତ ସଞ୍ଚାର ନିଗମ ଲିମିଟେଡ୍(BSNL) ପ୍ରତି ଉପଭୋକ୍ତାମାନେ ଆକୃଷ୍ଟ ହେଉଛନ୍ତି । ସୋସିଆଲ ମିଡିଆରେ "BSNL କି ଘର ଓ୍ବାପସି" ବେଶ ଟ୍ରେଣ୍ଡ୍ କରୁଥିବା ଦେଖିବାକୁ ମିଳିଛି ।

ଘରୋଇ କମ୍ପାନୀ ଛାଡି ଏବେ ଶସ୍ତା ରିଚାର୍ଜ ପ୍ଲାନ ପଛରେ ଗ୍ରାହକ
ଘରୋଇ କମ୍ପାନୀ ଛାଡି ଏବେ ଶସ୍ତା ରିଚାର୍ଜ ପ୍ଲାନ ପଛରେ ଗ୍ରାହକ (ETV Bharat Odisha)

ରିଲାଏନ୍ସ ଜିଓ, ପ୍ରସାର ଭାରତୀ ଏୟାରଟେଲ ଓ ଭୋଡାଫୋନ ଜୁଲାଇ ୩ରୁ ନିଜର ରିଚାର୍ଜ ଦର ବଢାଇଛନ୍ତି । ଲୋକପ୍ରିୟ ପ୍ଲାନଗୁଡିକରେ ୨୦-୨୫ ପ୍ରତିଶତ ଭଳି ଦର ବୃଦ୍ଧି ହୋଇଥିବା ବେଳେ ଏହି ମହଙ୍ଗା ମାଡକୁ ନେଇ ସାଧାରଣ ଲୋକମାନେ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ସେପଟେ ଅନ୍ୟ କମ୍ପାନୀଗୁଡିକ ରିଚାର୍ଜ ବଢାଇବା ପରେ ସରକାରୀ କମ୍ପାନୀ ବିଏସଏନଏଲ ଏବେ ବେଶ ଲାଭରେ ରହିଛି । ଗ୍ରାହକମାନେ ବିଏସଏଲ ପ୍ରତି ଆକୃଷ୍ଟ ହେବା ସହ ନିଜ ସିମଗୁଡିକ ବିଏସଏଲରେ ପୋର୍ଟେବୁଲ କରାଇବା ପାଇଁ ଅଫିସ ସାମ୍ନାରେ ଲମ୍ବା ଲାଇନ ଲଗାଉଥିବା ଦେଖିବାକୁ ମିଳିଛି।

ଏହାମଧ୍ୟ ପଢନ୍ତୁ.. ମୋବାଇଲ ଗ୍ରାହକଙ୍କୁ ରିଚାର୍ଜ ମାଡ: ଆଜିଠୁ ମହଙ୍ଗା ହେଲା ପ୍ଲାନ, ଜାଣନ୍ତୁ କେତେ ଟଙ୍କା ଗଣିବେ ? - Jio Airtel recharge plan hike

ସୋସିଆଲ ମିଡିଆରେ ମଧ୍ୟ "BSNL କି ଘର ଓ୍ବାପସି" ଗତ କିଛି ଦିନ ହେଲା ଲଗାତର ଭାବେ ଟ୍ରେଣ୍ଡିଂରେ ରହିଆସୁଛି । ଗ୍ରାହକମାନେ ଘରୋଇ ସିମକୁ ବର୍ଜନ କରି BSNL ମୁହାଁ ହେଉଛନ୍ତି । 'BSNL କି ଘର ଓ୍ବାପସି' କୁ ନେଇ ସୋସିଆଲ ମିଡିଆ 'ଏକ୍ସ' ପ୍ଲାଟଫର୍ମରେ ୪୦ ହଜାରରୁ ଉର୍ଦ୍ଧ୍ୱ ପୋଷ୍ଟ କରାଯାଇଥିବା ଜଣାପଡିଛି । ବିଏସଏନଏଲ ମଧ୍ୟ ଖୁବଶୀଘ୍ର ଗ୍ରାହକମାନଙ୍କୁ 4G ସେବା ଯୋଗାଇବାକୁ ଯାଉଛି । ତାମିଲନାଡୁରେ ଏହି ୪ଜି ସେବାର ଶୁଭାରମ୍ଭ ହୋଇଯାଇଛି । ଖୁବଶୀଘ୍ର ସାରା ଦେଶରେ ବିଏଲଏନଏଲ ୪ ଜି ସେବା ଆରମ୍ଭ ହେବ ବୋଲି କୁହାଯାଇଛି ।

ନଜର ପକାନ୍ତୁ BSNLର କିଛି ଶସ୍ତା ରିଚାର୍ଜ ପ୍ଲାନ ଉପରେ:

BSNL ୧୦୭ଟଙ୍କିଆ ପ୍ଲାନ: ଏହି ବିଏସଏନଏଲର ଶସ୍ତା ପ୍ଲାନ ମଧ୍ୟରେ ଅନ୍ୟତମ । ୧୦୭ ରିଚାର୍ଜ କରି ଆପଣ ୩୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଟିଡି ପାଇପାରିବେ ।ଆଉମଧ୍ୟ ଏଥିରେ ୩ଜିବି, ୪ ଜି ଡାଟା ଓ ୨୦୦ ମିନିଟ ଭଏଲ କଲ ଉପଭୋଗ କରିପାରିବେ ।

BSNL ୧୦8ଟଙ୍କିଆ ପ୍ଲାନ: ନୂଆ ଗ୍ରାହକମାନଙ୍କ ପାଇଁ BSNL ଆଉଏକ ଶାନଦାର ଅଫର ଆଣିଛି । ୧୦୮ ରିଚାର୍ଜ କଲେ ଆପଣ ବେଶ ଲାଭବାନ ହେବେ ।କାରଣ ଏହାର ଭ୍ୟାଲିଡିଟି ୨୮ ଦିନ ପର୍ଯ୍ୟନ୍ତ ରହୁଥିବା ବେଳେ ଅନଲିମିଡେଟ କଲିଙ୍ଗ୍ ଓ ୧ ଜିବି ଡାଟା ପାଇପାରିବେ ।

BSNL ୧୯୭ ଟଙ୍କିଆ ପ୍ଲାନ: ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ରିଚାର୍ଜ ଟେନସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ବିଏସଏନଏଲର ୧୯୭ ଟଙ୍କିଆ ରିଚାର୍ଜ ପ୍ଲାନକୁ ଆପଣାଇ ପାରନ୍ତି । ଏହି ପ୍ଲାନର ଭ୍ୟାଲିଡିଟି ୭୦ ଦିନ ପର୍ଯ୍ୟନ୍ତ ରହିବା ସହ ୨ ଜିବି ଡାଟା, ଅନଲିମିଡେଟ କଲିଙ୍ଗ ଓ ପ୍ରଥମ ୧୮ ଦିନ ପାଇଁ ୧୦୦ SMS ଯୋଗାଇଥାଏ ।

BSNL ୧୯୯ ଟଙ୍କିଆ ପ୍ଲାନ: ଏହି ପ୍ଲାନ ୭୦ ଦିନ ପାଇଁ ଅନଲିମିଡେଟ କଲିଙ୍ଗ୍ ଓ ୨ ଜିବି ଡାଟା ପ୍ରଦାନ କରେ ।

BSNL ୩୯୭ ଟଙ୍କିଆ ପ୍ଲାନ: ଏହି ପ୍ଲାନର ୧୫୦ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ରହିବା ସହ ପ୍ରଥମ ୩୦ ଦିନ ପର୍ଯ୍ୟନ୍ତ ଅନଲିମିଡେଟ କଲ ଓ ୨ ଜିବି ଡାଟା ମିଳିଥାଏ ।

BSNL ୭୯୭ ଟଙ୍କିଆ ପ୍ଲାନ: ଏହି ପ୍ଲାନ ୩୦୦ ଦିନ ପର୍ଯ୍ୟନ୍ତ ଲମ୍ବା ଭ୍ୟାଲିଡିଟି ପ୍ରଦାନ କରେ । ପ୍ରଥମ ୬୦ ଦିନ ପର୍ଯ୍ୟନ୍ତ ଅନଲିମିଡେଟ କଲିଙ୍ଗ ଓ ୨ ଜିବି ଡାଟା ମିଳିଥାଏ ।

BSNL ୧୯୯୯ ଟଙ୍କିଆ ପ୍ଲାନ: ୧୯୯୯ ଟଙ୍କା ରିଚାର୍ଜ କରି ବର୍ଷକ ଯାଏ ଅନଲିମିଡେଟ କଲ, ୬୦୦ ଜିବି ୪ ଜି ଡାଟା ଓ ଅନ୍ୟାନ୍ୟ ସେବାଗୁଡିକର ଫ୍ରି ସବସ୍କ୍ରିପସନ ପାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.