ETV Bharat / technology

ବନ୍ୟା ଅଞ୍ଚଳ ପାଇଁ ବରଦାନ; ପାଣି ଭର୍ତ୍ତି ରାସ୍ତାରେ ବି ସହଜରେ ଗଡ଼ିବ ଏହି କାର - Best Cars for Flood Affected Areas

author img

By ETV Bharat Tech Team

Published : Sep 2, 2024, 4:23 PM IST

BEST CARS FOR FLOOD AFFECTED AREAS: ଭାରତର ଅନେକ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଲାଗି ଲୋକଙ୍କୁ ଯାତାୟାତରେ ବେଶ ସମସ୍ୟା ହେଉଛି । ପାଣି ଯୋଗୁଁ ରାସ୍ତାରେ ଗାଡ଼ି ଚଲାଇବା କଷ୍ଟକର ହୋଇପଡୁଛି । ଯଦି ଆପଣ ମଧ୍ୟ ଏପରି ଅଞ୍ଚଳରେ ରହୁଛନ୍ତି ଓ ପ୍ରତିଦିନ ପାଣି ଭର୍ତ୍ତି ରାସ୍ତାକୁ ପାର କରିବାକୁ ଚାହୁଁଛନ୍ତି, ତେବେ ଆମେ ଆଜି ଆପଣଙ୍କୁ ଏପରି କିଛି କାର ବିଷୟରେ କହିବୁ, ଯାହାକି ଖୁବ ସହଜରେ ପାଣି ଭିତରେ ମଧ୍ୟ ଚାଲିପାରିବ । ଅଧିକ ପଢନ୍ତୁ

BEST CARS FOR FLOOD AFFECTED AREAS
BEST CARS FOR FLOOD AFFECTED AREAS (ETV Bharat Tech Team)

ହାଇଦ୍ରାବାଦ: ବର୍ଷା ଋତୁ ଯୋଗୁଁ ଲଗାଣ ବର୍ଷାରେ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଫଳରେ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ହେଉ କିମ୍ବା କୌଣସି ସ୍ଥାନକୁ ଯିବାକୁ ହେଲେ ପାଣି ଭର୍ତ୍ତି ରାସ୍ତା ପାର କରିବାକୁ ପଡୁଛି । ଏଭଳି ସ୍ଥିତିରେ କେଉଁଠି କାର ଚକ ଗଡୁନଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ହେଲେ ଏପରି କିଛି କାର ରହିଛି ଯାହାକି ସହଜରେ ପାଣି ରାସ୍ତାରେ ମଧ୍ୟ ଯାତାୟାତ କରିପାରିବ ।

Mahindra Thar
Mahindra Thar (Mahindra & Mahindra)

5. Mahindra Thar: ଦେଶର ସ୍ବଦେଶୀ ସ୍ପୋର୍ଟିଂ ୟୁଟିଲିଟି ଭେଇକିଲ (SUV)କୁ ତାଲିକାର 5 ନମ୍ବରରେ ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି, କିନ୍ତୁ ଅନ୍ୟ କାରଗୁଡ଼ିକୁ ଦେଖିଲେ Mahindra Tharର ୱାଟର ୱେଡିଂ କ୍ଷମତା ସବୁଠୁ କମ । କମ୍ପାନୀ ଏହି କାରକୁ 650ମିମି ପର୍ଯ୍ୟନ୍ତ ୱାଟର ୱେଡିଂ କ୍ଷମତା ଦେଇଛି । ଏହି କ୍ଷମତା ସହିତ ଏହି କାରଟି ଅନ ରୋଡିଂ ସହିତ ଅଫ ରୋଡିଂ ପାଇଁ ମଧ୍ୟ ପ୍ରଥମ ପସନ୍ଦ ହୋଇଯାଏ ।

Force Gurkha
Force Gurkha (Force Motors)

4. Force Gurkha: ଆପଣ ଦମଦାର ଲୁକ୍‌ ଓ ପରଫର୍ମାନ୍ସ ଲାଗି Force Gurkha ନାଁ ଶୁଣିଥିବେ । ଏହା ଉଭୟ ଅଫ ରୋଡିଂ ଓ ପାଣି ଭିତରେ ଚାଲିବାରେ ସକ୍ଷମ । ଏହାକୁ ମହିନ୍ଦ୍ରା ଥାର ତୁଳନାରେ 50ମିମି ଅଧିକ ୱାଟର ୱେଡିଂ କ୍ଷମତା ପ୍ରଦାନ କରାଯାଇଛି, ଯାହାକି 700 ମିମି ରହିଛି । ସବୁଠୁ ଖାସ କଥା ହେଉଛି ଆପଣଙ୍କୁ ଏହି ୱାଟର ୱେଡିଂ କ୍ଷମତା ସହିତ କାରଟି ଖୁବ କମ ଦାମରେ ମିଳିଯିବ । ପାଣି ଭର୍ତ୍ତି ରାସ୍ତାରେ ଏହି କାରଟି ଖୁବ ସହଜରେ ଯାତାୟାତ କରିପାରିବ ।

Toyota Fortuner
Toyota Fortuner (Toyota Kirloskar)

3. Toyota Fortuner: Fortuner ଭାରତ ମାର୍କେଟରେ ବିକ୍ରି ହେଉଥିବା ଏପରି ଏକ କାର, ଯାହାକୁ ଲକ୍ସରୀ ଓ ପରଫର୍ମାନ୍ସ ପାଇଁ ବହୁତ ପସନ୍ଦ କରାଯାଏ । ଏହାସହିତ ଏହା ଭଲ ସୁବିଧା ପ୍ରଦାନ କରୁଥିବା ଏକ ଆଦର୍ଶ SUV । ଫର୍ଚୁନରର ୱାଟର ୱେଡିଂ କ୍ଷମତା ସମ୍ପର୍କରେ ଆଲୋଚନା କଲେ, ଏହା 700ମିମି ରହିଛି । ଯାହାକି Force Gurkha ସହିତ ସମାନ । ଏଥିରେ ଫର୍ଚୁନର 4x2 ଓ 4x4 ଭର୍ସନରେ ଡିଜେଲ ଓ ପେଟ୍ରୋଲ ଇଞ୍ଜିନ ବିକଳ୍ପ ମିଳିଥାଏ । ଏହା ପାଣି ଭର୍ତ୍ତି ସ୍ଥାନରେ ଖୁବ ସହଜରେ ଯାତାୟାତ କରିପାରେ ।

Jeep Wrangler
Jeep Wrangler (Jeep India)

2. Jeep Wrangler: ଏହା ମଧ୍ୟ ଏକ ଦମଦାର କାର । କମ୍ପାନୀ ଏହି କାର ସହିତ ୱାଟର ୱେଡିଂ କ୍ଷମତା 760ମିମି ପ୍ରଦାନ କରିଥାଏ । ଏହି କ୍ଷମତା ସହିତ କାରଟି ତାଲିକାର ଦ୍ବିତୀୟ ନମ୍ବରରେ ଆସୁଛି । ରେଙ୍ଗଲରରେ 2.0 ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ସହିତ ଅଫ ରୋଡ୍‌ ଫିଚର୍ସ ରହିଛି । ରେଙ୍ଗଲରର ଡିଜାଇନ ଅଫ ରୋଡିଂ ପାଇଁ ତିଆରି କରାୟାଇଛି । ଯାହାଦ୍ବାରା ଆପଣ ଖୁବ ସହଜରେ ପାଣି ଥିବା ରାସ୍ତା ଦେଇ ଗତି କରିପାରିବେ ।

Land Rover Defender
Land Rover Defender (Land Rover India)

1. Land Rover Defender: ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଲ୍ୟାଣ୍ଡ ରୋଭର ଡିଫେଣ୍ଡର କାର । ଭାରତରେ ବିକ୍ରି ହେଉଥିବା ସମସ୍ତ କାର ମଧ୍ୟରେ ଏହି କାରର ୱାଟର ୱେଡିଂ କ୍ଷମତା ସବୁଠୁ ଅଧିକ ରହିଛି । ଡିଫେଣ୍ଡରର କ୍ଷମତା 900ମିମି ରହିଛି । ଯାହାଦ୍ବାରା ଏହି କାରଟି ଗଭୀର ରାସ୍ତା ଦେଇ ମଧ୍ୟ ଖୁବ ସହଜରେ ଯାତାୟାତ କରିପାରେ । ଖାଲି ସେତିକି ନୁହେଁ, ଏଥିରେ 4x4 ସିଷ୍ଟମ ଦିଆଯାଇଛି, ଯାହାଦ୍ବାରା ଏହି କାରଟି ବିପଦରୁ ବିପଦପୂର୍ଣ୍ଣ ରାସ୍ତା ଦେଇ ସହଜରେ ଯାତାୟାତ କରିପାରେ ।

ଏହା ବି ପଢନ୍ତୁ- ପୂଜା ଅଫରରେ କିଣିବାକୁ ଚାହୁଁଛନ୍ତି କି Maruti Wagon-R, ଜାଣନ୍ତୁ କେଉଁ ମଡେଲରେ କଣ ଖାସ୍‌ - Maruti Wagon R Variants Explained

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.