ETV Bharat / technology

ଭାରତରେ ଏଣ୍ଟ୍ରି ମାରିଲା Appleର ଏହି କମ୍ପାନୀ; ଲଞ୍ଚ ହେଲା 3 ଅଡିଓ ଡିଭାଇସ, ରହିଛି ସୁଲଭ ମୂଲ୍ୟ - Beats Entered in Indian Market

BEATS ENTERED IN INDIAN MARKET: ଆପଲ୍‌ ମାଲିକାନା କମ୍ପାନୀ Beats ଭାରତରେ ଏଣ୍ଟ୍ରି ମାରିବା ସହିତ 3ଟି ଶାନଦାର ଅଡିଓ ଡିଭାଇସ ଲଞ୍ଚ କରିଛି । ଏହି 3 ପ୍ରଡକ୍ଟରେ ବଡ୍‌ସ, ହେଡଫୋନ ଓ ବ୍ଲୁଟୁଥ ସାମିଲ । ଆସନ୍ତୁ ଜାଣିବା ଏହି ପ୍ରଡକ୍ଟର ନାମ ଓ ଦାମ କେତେ ? ଅଧିକ ପଢନ୍ତୁ

BEATS ENTERED IN INDIAN MARKET
BEATS ENTERED IN INDIAN MARKET (Beats India)
author img

By ETV Bharat Tech Team

Published : Aug 29, 2024, 7:34 PM IST

ହାଇଦ୍ରାବାଦ: ଆପଲ୍‌ ମାଲିକାନା ଅଡିଓ କମ୍ପାନୀ ବିଟ୍ସ ଭାରତୀୟ ବଜାରରେ ପ୍ରବେଶ କରିଛି । ଏହାସହିତ ପ୍ରିମିୟମ କ୍ବାଲିଟିର 3ଟି ପ୍ରଡକ୍ଟ ମଧ୍ୟ ଲଞ୍ଚ କରିଛି । ଏହି 3 ଅଡିଓ ପ୍ରଡକ୍ଟ Beats Solo Buds ୱାୟରଲେସ ଇଅରଫୋନ, ବିଟ୍ସ ସୋଲୋ 4 ୱାୟରଲେସ ହେଡଫୋନ ଓ ବିଟ୍ସ ପିଲ୍ ପୋଟେବଲ୍‌ ବ୍ଲୁଟୁଥ ସ୍ପିକର ରହିଛି । ଏହି 3ଟି ଡିଭାଇସ ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକା ଓ ୟୁରୋପୀୟ ବଜାରରେ ଲଞ୍ଚ କରାଯାଇଛି । ସବୁଠୁ ଖାସ କଥା ହେଉଛି ଏହି 3ଟି ଯାକ ଡିଭାଇସ ଉଭୟ ଆଣ୍ଡ୍ରଏଡ ଓ iOS ଡିଭାଇସରେ କାମ କରିପାରିବ ।

Beats Solo Buds
Beats Solo Buds (Beats India)

Beats Solo Buds:-

ବିଟ୍ସ ସୋଲୋ ବଡ୍‌ସର ଦାମ 6900 ଟଙ୍କା ରହିଛି । ସେପଟେ ବିଟ୍ସ ସୋଲୋ-4ର ଦାମ 22 ହଜାର 900ଟଙ୍କା ରହିଥିବା ବେଳେ ବିଟ୍ସ ପିଲର ଦାମ 16ହଜାର 900ଟଙ୍କା ରହିଛି । ଏହି ସମସ୍ତ ଅଡିଓ ପ୍ରଡକ୍ଟ ବର୍ତ୍ତମାନ Apple India ୱେବସାଇଟ ମାଧ୍ୟମରେ ପ୍ରିଅର୍ଡର ପାଇଁ ଉପଲବ୍ଧ ରହିଛି । ସେପ୍ଟେମ୍ବର 4 ତାରିଖ ପରେ ଏହା ଆପଲ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବ ।

3ଟି ପ୍ରଡକ୍ଟ କେଉଁ କଲରରେ ଉପଲବ୍ଧ ?

ବିଟ୍ସ ସୋଲୋ ବଡ୍‌ସ ଆର୍କଟିକ୍‌ ପର୍ପଲ, ମ୍ୟାଟ ବ୍ଲାକ୍‌, ଷ୍ଟର୍ମ ଗ୍ରେ ଓ ଟ୍ରାନ୍ସପରେଣ୍ଟ ରେଡ କଲର ସେଡରେ ଉପଲବ୍ଧ ରହିଛି । ସେପଟେ ବିଟ୍ସ ସୋଲୋ-4 କ୍ଲାଇଡ ପିଙ୍କ, ମ୍ୟାଟ ବ୍ଲାକ ଓ ସ୍ଲେଟ ବ୍ଲୁ ସେଡ୍ସରେ ରହିଛି । ସେହିପରି ବିଟ୍ସ ପିଲ ସ୍ପିକର କଥା କହିଲେ ଏହା ଶାମ୍ପେନ ଗୋଲ୍ଡ, ମ୍ୟାଟ ବ୍ଲାକ ଓ ଷ୍ଟେଟମେଣ୍ଟ ରେଡ କଲରରେ ଉପଲବ୍ଧ ।

Beats Solo 4 Headphone
Beats Solo 4 Headphone (Beats India)

ବିଟ୍ସ ସୋଲୋ ବଡ୍‌ସର ଫିଚର୍ସ:-

ବିଟ୍ସ ସୋଲୋ ବଡ୍‌ସ TWS ଇଅରଫୋନ, ଏହାକୁ ଶକ୍ତିଶାଳୀ ହିଅରିଂ ପାଇଁ ଡିଜାଇନ କରାଯାଇଛି । ଏହା 18 ଘଣ୍ଟା ବ୍ୟାଟେରୀ ଲାଇଫ ସହିତ ଆସିଛି । ଏହି ଇଅରବଡର ସହଜ କନକ୍ଟିଭିଟି ପାଇଁ ୱାନ-ଟଚ୍‌ ପେୟାରିଂ ଫିଚର ଦିଆଯାଇଛି । ଏଥିରେ ଉନ୍ନତମାନର କଲ୍‌ କ୍ବାଲିଟି ପ୍ରଦାନ କରାଯାଇଛି । କମ୍ପାନୀ ଏହା ଦାବି କରୁଛି ଯେ ଏହି ଇଅର ବଡ୍‌ସକୁ 5ମିନିଟ ଚାର୍ଜ କରିବା ଦ୍ବାରା ଏହା 1 ଘଣ୍ଟା ପ୍ଲେବ୍ୟାକ୍‌ ସମୟ ପ୍ରଦାନ କରିଥାଏ ।

ବିଟ୍ସ ସୋଲୋ-4ର ଫିଚର୍ସ:-

ବିଟ୍ସ ସୋଲୋ-4 ୱାୟରଲେସ ହେଡଫୋନରେ ଆଡଜଷ୍ଟେବଲ କୁସନ ଇଅରଫୋନ ସହିତ ଅନ-ଇଅର ଡିଜାଇନ ରହିଛି । ଏଥିରେ ଡାୟନୋମିକ ହେଡ-ଟ୍ରାକିଂ ସହିତ ଉନ୍ନତମାନ ଅଡିଓ ସପୋର୍ଟ ରହିଛି । ଥରେ ଚାର୍ଜ କରିବା ପରେ ଏହି ହେଡଫୋନ 50 ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ । ହେଡଫୋନ ୟୁଏସବି ଟାଇପ-ସି ଓ 3.5ମିମି ଅଡିଓ କେବଲ୍‌ ସହିତ ହାଇ-ରିଜୋଲ୍ୟୁସନ ଅଡିଓ ସପୋର୍ଟ ପ୍ରଦାନ କରିଥାଏ ।

Beats Pill Bluetooth Speaker
Beats Pill Bluetooth Speaker (Beats India)

ବିଟ୍ସ ପିଲ୍‌ ବ୍ଲୁଟୁଥ ଫିଚର୍ସ:-

ବିଟ୍ସ ପିଲ୍‌ ୱାୟରଲେସ ବ୍ଲୁଟୁଥ୍‌ ସ୍ପିକର ଏକ ଶକ୍ତିଶାଳୀ ଡିଭାଇସ । ଯାହାକି ରୁମ ମଧ୍ୟରେ ଏକ ଭଲ ସ୍ପିକରର କାମ କରିବ । ଏହା IP67 ପ୍ରମାଣିତ । ପିଲ 24 ଘଣ୍ଟା ପର୍ଯ୍ୟନ୍ତ ପ୍ଲେବ୍ୟାକ୍‌ ପ୍ରଦାନ କରିପାରିବ । କଲ୍‌ କରିବା ଲାଗି ଏହାକୁ ସ୍ପିକର ଭାବେ ମଧ୍ୟ ବ୍ୟବହାର କରିହେବ ।

ଏହା ବି ପଢନ୍ତୁ- 20ହଜାର ଭିତରେ ବେଷ୍ଟ ସ୍ମାର୍ଟଫୋନ ଖୋଜୁଛନ୍ତି କି ? ଏହି 5 ଅପସନ୍‌ ଉପରେ ନଜର ପକାନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.