ETV Bharat / state

ବଲାଙ୍ଗୀରରେ ଚାକିରି ନାଁରେ ଠକେଇ, ଥାନାର ଦ୍ବାରସ୍ଥ ହେଲେ ଯୁବକ - Fraudster In Balangir

Money For Job Fraud In Balangir: ବଲାଙ୍ଗୀର ଜିଲ୍ଲାରେ ଏନଏସଏସ ନାମକ ଏନଜିଓ ସଂସ୍ଥା ଚାକିରି ନାଁରେ ଯୁବକମାନଙ୍କ ଠାରୁ ଲୁଟର ଅଭିଯୋଗ ଆସିଛି । ମାସକୁ 12 ହଜାର ଟଙ୍କା ଦରମା ଦେବାର କହି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବକ ମାନଙ୍କ ଠାରୁ ଅଗ୍ରୀମ ସିକ୍ୟୁରିଟି ନାଁରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ନେଇଥିଲା ଠକ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଚାକିରୀ ନାଁରେ ଠକେଇ ଅଭିଯୋଗ , ପୀଡିତ ଯୁବକମାନେ ଥାନାର ଦ୍ବାରସ୍ଥ

author img

By ETV Bharat Odisha Team

Published : Feb 29, 2024, 8:22 AM IST

ବଲାଙ୍ଗୀରରେ ଚାକିରୀ ନାଁରେ ଠକେଇ ଅଭିଯୋଗ , ପୀଡିତ ଯୁବକମାନେ ଥାନାର ଦ୍ବାରସ୍ଥ

ବଲାଙ୍ଗୀର: ଚାକିରି ନାଁରେ ଯୁବକମାନଙ୍କ ଠାରୁ ଠକେଇ ଅଭିଯୋଗ । ବଲାଙ୍ଗୀର ଜିଲ୍ଲାରେ ଏନଏସଏସ ନାମକ ଏନଜିଓ ସଂସ୍ଥା ଚାକିରି ନାଁରେ ଯୁବକମାନଙ୍କ ଠାରୁ ଲୁଟ କରିଛି । କିନ୍ତୁ ପୋଲିସରେ ଅଭିଯୋଗ କରିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନହେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଯୋଗକାରୀ । ସୂଚନା ଅନୁଯାୟୀ ଏନଏସଏସ ଏମ୍ପ୍ଲୋମେଣ୍ଟ ପ୍ରୋଜେକ୍ଟ ସଂସ୍ଥା ନାଁରେ ସୋନପୁର ଜିଲ୍ଲା ତରଭାର ଜଣେ ବ୍ୟକ୍ତି ପ୍ରଦୀପ୍ତ କୁମାର ଦାସ ଏଭଳି ଠକେଇ କରିଥିବାର ଯୁବକ ମାନେ ଅଭିଯୋଗ ଆଣିଛନ୍ତି । ଏହି ସଂସ୍ଥାରେ ଚାକିରି ଦେବା ସହ ମାସକୁ 12 ହଜାର ଟଙ୍କା ଦରମା ଦେବାର କହି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବକ ମାନଙ୍କ ଠାରୁ ସମ୍ପୃକ୍ତ ଅଭିଯୁକ୍ତ ପ୍ରଦୀପ୍ତ କୁମାର ଦାସ ଅଗ୍ରୀମ ସିକ୍ୟୁରିଟି ନାଁରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ନେଇଥିଲେ । ଗତ ନଭେମ୍ବର ମାସ 2022 ରେ ସେ ଏଭଳି ଚାକିରି ନାଁରେ ଟଙ୍କା ନେଇଥିଲେ ବୋଲି ଯୁବକ ମାନେ ଅଭିଯୋଗ ଆଣିଛନ୍ତି ଏବଂ ଏଥିପାଇଁ ଏମାନଙ୍କୁ ଗାଁ ଗାଁ ବୁଲି ବେକାର ଯୁବକ ଯୁବତୀଙ୍କ ସର୍ଭେ କାମ କରିବାକୁ ହେବ ବୋଲି କୁହାଯାଇଥିଲା ।

ତେବେ ସମ୍ପୃକ୍ତ ବ୍ୟକ୍ତି ଟଙ୍କା ନେଇ ଆଉ ଧରା ଛୁଆଁ ଦେଇ ନଥିଲେ । ଯାହା ଫଳରେ ପଚାଶରୁ ଅଧିକ ଯୁବକ ବଲାଙ୍ଗୀର ଟାଉନ ଥାନାରେ ସମ୍ପୃକ୍ତ ବ୍ୟକ୍ତି ନାଁରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ ପୋଲିସ ହସ୍ତକ୍ଷେପ ପରେ ସଂପୃକ୍ତ ବ୍ୟକ୍ତି ଗତ 25 ଅଗଷ୍ଟ 2023ରେ ସମସ୍ତ ଟଙ୍କା ଫେରସ୍ତ କରିବ ବୋଲି ଏକ ବଣ୍ଡ ଲିଖିତ ଭାବରେ ଦେଇଥିଲେ । ହେଲେ ଏଥିରେ ଉଲ୍ଲେଖ ଥିବା ଦିନ ଗଡ଼ି ଯାଇଥିଲେ ସୁଦ୍ଧା ଏଯାଏଁ ପୀଡିତ ଯୁବକ ମାନେ ଟଙ୍କା ଫେରସ୍ତ ପାଇ ନ ଥିବାର କହିଛନ୍ତି । ସେହିପରି ସମ୍ପୃକ୍ତ ବ୍ୟକ୍ତି ମୋବାଇଲ ବନ୍ଦ ଥିବା ବେଳେ ଯୁବକ ମାନେ ନିଜ ସହ ଠକେଇ ହୋଇଥିବାର ଜାଣିବାକୁ ପାଇଛନ୍ତି ଏବଂ ପୁନଃ ବଲାଙ୍ଗୀର ଟାଉନ ଥାନାରେ କିଛି ଯୁବକ ଲିଖିତ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରି କରାଇଦେବା ମାମଲା, ୨ ଅଭିଯୁକ୍ତ ଗିରଫ

ସେହିପରି ଆଉ କିଛି ଯୁବକ ଜିଲ୍ଲାର ଅନ୍ୟ ଥାନା ମାନଙ୍କରେ ମଧ୍ୟ ଅଭିଯୋଗ କରିଥିବାର ଜଣାପଡ଼ିଛି । ତେବେ ସମ୍ପୃକ୍ତ ବ୍ୟକ୍ତି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ, ଖପ୍ରାଖୋଲା ବ୍ଲକ ସହିତ ଅନ୍ୟ ଅଞ୍ଚଳର ଯୁବକ ମାନଙ୍କୁ ସମାନ ଭାବରେ ଠକି ଥିବାର ଅଭିଯୋଗ ଆସିଛି । ଏଭଳି ଠକେଇର ଅଭିଯୋଗ ଆଣିବା ଯୁବକ ମାନେ ସମ୍ପୃକ୍ତ ବ୍ୟକ୍ତିକୁ ଶୀଘ୍ର ଗିରଫ ସହ ତାଙ୍କର ଟଙ୍କା ଫେରସ୍ତ ଦାବି କରିଛନ୍ତି । ପୋଲିସ ଏ ଦିଗରେ ସଠିକ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନ୍ୟାୟ ଦେବା ପାଇଁ ଯୁବକମାନେ ଦାବି କରିଛନ୍ତି । ଯଦି ପୋଲିସ କୌମସି ପ୍ରକାର ତ୍ବରିତ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆଗକୁ ଆନ୍ଦୋଳନର ଧମକ ଦେଇଛନ୍ତି ଅଭିଯୋଗକାରୀ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.