ETV Bharat / state

ଜଗନ୍ନାଥଙ୍କ ଉପରେ ମୋହନ ମାଝୀଙ୍କ ମନ୍ତବ୍ୟକୁ ନେଇ ପ୍ରତିବାଦ, କ୍ଷମା ପ୍ରାର୍ଥନା ଦାବି କଲା ଯୁବ କଂଗ୍ରେସ - Youth Congress Protest

author img

By ETV Bharat Odisha Team

Published : Aug 27, 2024, 10:57 PM IST

Youth Congress Protest Against CM Mohan: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ପ୍ରତିବାଦ । ପ୍ରଭୁ ଜଗନ୍ନାଥଙ୍କୁ ନେଇ ଦେଇଥିବା ବୟାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ରାଜରାସ୍ତାରେ କଂଗ୍ରେସର ହଲ୍ଲାବୋଲ । ଅଧିକ ପଢ଼ନ୍ତୁ

Youth Congress Protest Against CM Mohan
Youth Congress Protest Against CM Mohan (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଯୁବ କଂଗ୍ରେସର ପ୍ରତିବାଦ ।ମୁଖ୍ୟମନ୍ତ୍ରୀ ବିରୋଧୀ ନାରାବାଜି ଦେଇ ବିକ୍ଷୋଭ ପଦର୍ଶନ କରିଛି ଯୁବ କଂଗ୍ରେସ । କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରି ଗାନ୍ଧୀମାର୍ଗରେ ବିକ୍ଷୋଭ ପଦର୍ଶନ କରିବା ସହ ହାଲାବୋଲ କରିଛି ଯୁବ କଂଗ୍ରେସ । ମୁଖ୍ୟମନ୍ତ୍ରୀ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଯେଭଳି ଭାବେ ନିଜ ସହ ତୁଳନା କରି ଉପେକ୍ଷା କରିଛନ୍ତି ଓ ଅପମାନ କରିଛନ୍ତି, ସେଥିପାଇଁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

କ୍ଷମା ମାଗନ୍ତୁ ମୋହନ:

ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ତାତିଲା ଯୁବ କଂଗ୍ରେସ । ଭୁବନେଶ୍ବର ଲୋୟର ପିଏମ୍‌ଜିରେ ମୋହନ ମାଝୀଙ୍କ ବୟନାକୁ ନେଇ ବିକ୍ଷୋଭ ପଦର୍ଶନ କରିଛି କଂଗ୍ରେସ । ମୋହନ ମାଝୀଙ୍କୁ ଆତ୍ମଘୋଷିତ ଜଗନ୍ନାଥ ବୋଲି ସମ୍ବୋଧନ କରି ରାସ୍ତାରେ ନଡ଼ିଆ ବାଡେଇ ମୁଖ୍ୟମନ୍ତ୍ରୀଙ୍କ ଫଟୋରେ ପାଣି ଚଢ଼ାଇଥିଲେ । ନଡ଼ିଆ ପାଣି ଢାଲିସାରିବା ପରେ ମୋହନ ମାଝୀଙ୍କ ଫୋଟୋରେ ନିଆଁ ଲଗାଇ ପ୍ରତିବାଦ ଜଣାଇଛି ଯୁବ କଂଗ୍ରେସ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବଚାଳିଆମୀ ମନ୍ତବ୍ୟ କହିଥିବା ବେଳେ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଯୁବ କଂଗ୍ରେସ ।

ବିକ୍ଷୋଭ ବେଳେ ପୋଲିସ ସହ ମୁହାଁମୁହିଁ:

ତେବେ ଯୁବ କଂଗ୍ରେସ ବିକ୍ଷୋଭ ପଦର୍ଶନ କରି ବିଧାନସଭା ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ପୋଲିସ ସହ ଯୁବ କଂଗ୍ରେସର ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । କିଛି କର୍ମୀ ଧସି ହୋଇ ବ୍ୟାରିକେଡ଼ ଚଢି ବିଧାନସଭାକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ପ୍ରତିବାଦକାରୀ କର୍ମୀଙ୍କୁ ଗିରଫ କରିଥିଲା ପୋଲିସ । ତେବେ ପ୍ରତିବାଦ ମାଧ୍ୟମରେ ଯୁବ କଂଗ୍ରେସ ମୋହନ ମାଝୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଥିବା ବେଳେ ଆଗାମୀ ଦିନରେ ଯଦି ମୁଖ୍ୟମନ୍ତ୍ରୀଙ୍କ କ୍ଷମା ନ ମାଗନ୍ତି ତାହାଲେ ଓଡିଶା ସାରା ଯେଉଁଠିକି ଯିବେ ତାଙ୍କୁ ଯୁବ କଂଗ୍ରେସ ପ୍ରତିବାଦ କରିବ ଓ ଅଟକାଇବା ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରସ ।

ଜଗନ୍ନାଥଙ୍କୁ ଅପମାନ ବରଦାସ୍ତ କରାଯିବନି :

ଯୁବ କଂଗ୍ରେସ ନେତା ୟାଶୀର ନୱାଜ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ ଘଟିଲାଣି । ସେ ଯେଭଳି ଭାବେ ବିଶ୍ୱ ନିୟନ୍ତାଙ୍କୁ ତାଙ୍କର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି ଆଉ ଅପମାନିତ କରୁଛନ୍ତି ତାକୁ ଯୁବ କଂଗ୍ରେସ ବରଦାସ୍ତ କରିବ ନାହିଁ । ଓଡ଼ିଆ ଅସ୍ମିତା କଥା କହି ନିର୍ବାଚନ ଜିତି ସାରିବ ପରେ ଏଭଳି ମନ୍ତବ୍ୟ ଦେଇ ଓଡିଆ ଲୋକଙ୍କ ଭାବାବେଗ ସହ ଆପଣ ଯେଭଳି ଖେଳୁଛନ୍ତି ଏନେଇ ଓଡ଼ିଶାବାସୀ କେବେ ଆପଣାକୁ କ୍ଷମା ଦେବେନି । ତାର ଜବାବ ଓଡ଼ିଶାବାସୀ ଦେବେ । ତେଣୁ ମୁଖ୍ୟମନ୍ତ୍ରୀ ଶୀଘ୍ର କ୍ଷମା ମାଗନ୍ତୁ ନଚେତ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ସବୁ ସ୍ଥାନରେ ଘୋର ବିରୋଧ କରିବ ।"

ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରେ ଚଳାଇଦେବ ନାହିଁ ଯୁବ କଂଗ୍ରେସ:

ଆଜିର ପ୍ରତିବାଦକୁ ନେଇ ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର କହିଛନ୍ତି, "ଯେଉଁ ବିଜେପି ଓଡ଼ିଆ ଅସ୍ମିତାର କଥା କହି ଓଡ଼ିଶାରେ କ୍ଷମତାରେ ଆସିଥିଲା । ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ସହ ଦୁଇ ଦୁଇଥର ନିଜକୁ ତୁଳନା କଲେଣି । କୋଟି ଓଡ଼ିଆଙ୍କ ସହ ବିଶ୍ୱରେ ବିଦିତ ଯେଉଁ ଠାକୁର ତାଙ୍କୁ ସେ ବଚାଳିଆମୀ କରି ଯେଉଁ ତୁଳନାତ୍ମକ କଥା କହୁଛନ୍ତି କାହିଁକି କହୁଛନ୍ତି ତାର ଜବାବ ମାଗିବାକୁ ଆସିଛି ଯୁବ କଂଗ୍ରେସ । ଏହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ରଖିବା ସହ କ୍ଷମା ପ୍ରାର୍ଥନା କରନ୍ତୁ । ଯଦି କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଆଗମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଯୁବ କଂଗ୍ରେସ ରାସ୍ତାରେ ଚଳାଇଦେବ ନାହିଁ । ସାରା ଓଡ଼ିଶାରେ ତାଙ୍କୁ ତୀବ୍ର ବିରୋଧ କରାଯିବ । ପ୍ରତି ଜିଲ୍ଲା ଓ ବିଧାନସଭା କ୍ଷେତ୍ରରେ ତାଙ୍କୁ ବିରୋଧ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ସାର୍ବଜନୀନ ହେବ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ, ବିରୋଧିଙ୍କ ଦାବି ଯାହା ବି ଅଛି ବାହାରକୁ ଆଣନ୍ତୁ - Lakshmanananda Investigation report

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.