ETV Bharat / state

ଜନ୍ମମାଟିରେ ନନ୍ଦିଘୋଷ ଖମାରି: ବୁଲିଲେ କାଶ୍ମୀରରୁ କନ୍ୟାକୁମାରୀ, ଦେଶବାସୀଙ୍କୁ ଦେଲେ ପରିବେଶ ସୁରକ୍ଷା ବାର୍ତ୍ତା

author img

By ETV Bharat Odisha Team

Published : Mar 3, 2024, 10:50 PM IST

Awareness To Protect Environment: ଭାରତ ଭ୍ରମଣ କରୁଥିବା ନନ୍ଦିଘୋଷ ଖମାରି ନିଜ ଜନ୍ମମାଟି ଝାରସୁଗୁଡାରେ ପହଞ୍ଚିଛନ୍ତି । ସାରା ଦେଶରେ ଭ୍ରମଣ କରିବା ସହ ସେ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ

Awareness Across Country
Awareness Across Country
ଜନ୍ମମାଟିରେ ନନ୍ଦିଘୋଷ ଖମାରି: ବୁଲିଲେ କାଶ୍ମୀରରୁ କନ୍ୟାକୁମାରୀ, ଦେଶବାସୀଙ୍କୁ ଦେଲେ ପରିବେଶ ସୁରକ୍ଷା ବାର୍ତ୍ତା

ଝାରସୁଗୁଡ଼ା: ପରିବେଶ ସୁରକ୍ଷା ପାଇଁ ଭାରତ ଭ୍ରମଣ କରୁଥିଲେ ନନ୍ଦିଘୋଷ ଖମାରି । ଆଜି ସେ ନିଜ ଜନ୍ମମାଟି ଝାରସୁଗୁଡାରେ ପହଞ୍ଚିଛନ୍ତି । ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହାସହ ସଂସ୍କୃତି ଭବନ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିମାନେ ନନ୍ଦିଘୋଷଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ବରଗଡ଼ ଜିଲ୍ଲାର ଭଟଲି ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ପଞ୍ଚାୟତ ନିବାସୀ ନନ୍ଦିଘୋଷ ଖମାରି ଗତ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ । ରାଜ୍ୟକୁ ରାଜ୍ୟ ବୁଲି ସ୍କୁଲର ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ସଚେତନତା ଯାତ୍ରା ସେ ନିଜ ହାଇସ୍କୁଲରୁ ଆରମ୍ଭ କରି ଛତିଶଗଡ଼, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ଲଦାଖ, କନ୍ୟାକୁମାରୀ ଦେଇ ଶ୍ରୀରାମ ଜନ୍ମ ଭୂମି ଅଯୋଧ୍ୟା ଯାଇଥିଲେ । ଆଜି ଓଡିଶା ସୀମାନ୍ତ ସୁନ୍ଦରଗଡ଼ ଓ ଏବେ ଝାରସୁଗୁଡ଼ା ପହଞ୍ଚିଛି ତାଙ୍କର ଏହି ଯାତ୍ରା । କାଶ୍ମୀରଠୁ କନ୍ୟାକୁମାରୀ ଯାଏଁ ଏବଂ ମୁମ୍ବାଇ ଠାରୁ ଗୁଜୁରାଟ ପର୍ଯ୍ୟନ୍ତ ସାଇକେଲ ଚାଳନା କରି ଦେଶବ୍ୟାପୀ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ନନ୍ଦିଘୋଷ ।

ଏହା ମଧ୍ୟ ପଢନ୍ତୁ...ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ ମିଜୋରାମ ଯୁବକଙ୍କ ଭାରତ ଭ୍ରମଣ

ଏହା ମଧ୍ୟ ପଢନ୍ତୁ...ବାଲୁକା ଚିତ୍ରକଳାରେ ବନ୍ୟପ୍ରାଣୀ ସୁରକ୍ଷା ବାର୍ତ୍ତା ଦେଲେ ସୁଦର୍ଶନ

ଏହା ମଧ୍ୟ ପଢନ୍ତୁ...ଆସୁଛି ଗ୍ରୀଷ୍ମଦିନ ବଢୁଛି ଖରା, ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ପରିବେଶବିତଙ୍କ ଚିନ୍ତା ପ୍ରକଟ

ନନ୍ଦିଘୋଷ ଖମାରି କହିଛନ୍ତି, "ଏହି ସଚେତନତା ସାଇକେଲ ଯାତ୍ରାରେ ଦେଶର କୋଣ ଅନୁକୋଣରେ ସମସ୍ତେ ସମ୍ମାନ ପ୍ରଦାନ କରିଥିଲେ । ବିଶେଷ କରି ତାମିଲନାଡୁରେ ବସବାସ କରୁଥିବା ମହାରାଷ୍ଟ୍ରର ଜଣେ ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ମୋର ସଚେତନତା ଯାତ୍ରାରୁ ପ୍ରେରିତ ହୋଇଛନ୍ତି । ସେ ନିଜେ ସାଇକେଲ ଚାଳନା ଓ ବୃକ୍ଷରୋପଣ କରି ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ । ମୁଁ ସମ୍ପୂର୍ଣ୍ଣ ଭାରତ ବର୍ଷକୁ ନିଜ ପାଦରେ ମାପିବାର ଏବଂ ପରିବେଶ ନିୟନ୍ତ୍ରଣ ସଚେତନ କରିବାରେ ଏକ ଭୂମିକା ଗ୍ରହଣ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛି ।" ତେବେ ନନ୍ଦିଘୋଷ ୫୪୫ ଦିନର ଯାତ୍ରାରେ ୨୦ ହଜାରରୁ ଉର୍ଦ୍ଧ୍ବ କିଲୋମିଟର ପରିଭ୍ରମଣ କରି ୨୮ଟି ରାଜ୍ୟକୁ ଗସ୍ତ କରି ସଚେତନ କରାଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.