ETV Bharat / state

ସ୍କୁଲରେ ପ୍ରାର୍ଥନା ପରେ ଯୋଗ କରିବେ ପିଲା, ଶିଖାଇବେ କ୍ରୀଡା ଶିକ୍ଷକ - Yoga session in Odisha schools

author img

By ETV Bharat Odisha Team

Published : Jul 21, 2024, 7:49 AM IST

Yoga Education: ସ୍କୁଲରେ ଯୋଗ ଶିକ୍ଷା ବାଧ୍ୟତାମୂଳକ । ପ୍ରାର୍ଥନା ପରେ 10 ମିନିଟ ଯୋଗ ଶିକ୍ଷା ଦେବେ କ୍ରୀଡା ଶିକ୍ଷକ । ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ

Yoga Education
Yoga Education (ETV BHARAT ODISHA)

ଭୁବନେଶ୍ବର: ଏଣିକି ସ୍କୁଲରେ ଦିଆଯିବ ଯୋଗ ଶିକ୍ଷା । ପ୍ରାର୍ଥନା ସରିବା ପରେ ଯୋଗ, ପ୍ରାଣାୟମ ଓ ଶାରିରୀକ ବ୍ୟାୟମ 10 ମିନିଟ କରିବେ ଛାତ୍ରଛାତ୍ରୀ । କ୍ରୀଡ଼ା ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଏହି ଶିକ୍ଷା ଦେବେ । ଏନେଇ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଗତ ମେ' ମାସ 6 ତାରିଖରେ ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ।

ଯୋଗ କଲେ ପିଲାଙ୍କ ପାଠ ପଢାରେ ମନ ଲାଗିବ: ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରାର୍ଥନା ପରେ 10 ମିନିଟ ପାଇଁ ପିଲା ସ୍କୁଲରେ ଯୋଗ କରିବେ । କ୍ରୀଡ଼ା ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା କିଛି ଯୋଗ, ପ୍ରାଣାୟମ, ଶାରିରୀକ ବ୍ୟାୟମ କରାଇବେ । ଯାହାକି ପିଲାଙ୍କୁ ମନ ଲଗାଇ ପାଠ ପଢ଼ିବାରେ ସାହାଯ୍ୟ କରିବ । ସେହିପରି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ସ୍କୁଲରେ ପ୍ରତିଭା ଚିହ୍ନଟ ପାଇଁ ପରାମର୍ଶ ଦିଆଯାଇଛି । 15 ଜଣ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ (ଡିପିଇଓ) ଏବଂ 15 ଜଣ ଭାରାପ୍ରାପ୍ତ ଡିପିଇଓଙ୍କୁ ସ୍କୁଲ, ବ୍ଲକ ଏବଂ ଜିଲ୍ଲାସ୍ତରରେ କ୍ରୀଡ଼ା ଆକ୍ଟିଭିଟିକୁ ନେଇ ଯୋଜନା କରିବେ । ଯେଉଁ ସ୍କୁଲ ଜିଲ୍ଲାସ୍ତରରେ ଭଲ କରିବ, ସେହି ସ୍କୁଲକୁ କ୍ରୀଡା କିଟ୍ସ ମିଳିବ । ଜାତୀୟ ଇଭେଣ୍ଟ ପାଇଁ ଯୋଗ୍ୟ ରାଜ୍ୟ ଟିମ୍‌କୁ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ମିଳିବ ବୋଲି ଉକ୍ତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଶିକ୍ଷା ବିଭାଗର ବଡ଼ ପଦକ୍ଷେପ, ଏଥର ଦୂର ହେବ ହଷ୍ଟେଲ ସମସ୍ୟା ! - Hostel Problem

ସ୍କୁଲରେ ପାଳନ ହେବ ଶିକ୍ଷା ସପ୍ତାହ: ଆସନ୍ତା 22 ତାରିଖ ଠାରୁ 28 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ ହେବ ଶିକ୍ଷା ସପ୍ତାହ । ପ୍ରତ୍ୟେକ ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯିବ । ଜୁଲାଇ 22 ତାରିଖରେ ଶିକ୍ଷକ ଶିକ୍ଷା ସାମଗ୍ରୀ (ଟିଏଲଏମ) ଦିବସ ପାଳନ କରାଯିବ । 23 ତାରିଖରେ ଏଫଏଲଏନ ଦିବସ ଓ 24 ତାରିଖରେ ସ୍ପୋର୍ଟ୍ସ ଦିବସ, 25 ତାରିଖରେ ସାଂସ୍କୃତିକ ଦିବସ, 26 ତାରିଖରେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ, 27 ତାରିଖରେ ମିଶନ ଲାଇଫ୍ ପାଇଁ ଇକୋ କ୍ଲବ/ସ୍କୁଲ ପୋଷଣ ଦିବସ ଓ 28 ତାରିଖରେ ସଂପଦୀୟ ଯୋଗଦାନ ଦିବସ ପାଳନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.