ETV Bharat / state

ବିରଳ ରଥଯାତ୍ରାର ସାକ୍ଷୀ ବଡ଼ଦାଣ୍ଡ: ଜଗାକୁ ପାଖରେ ପାଇ ଭକ୍ତିରେ ବିଭୋର ଭକ୍ତ, ଜନସମୁଦ୍ର ଶ୍ରୀକ୍ଷେତ୍ର - RATH YATRA 2024

Rath Yatra 2024: ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି ରଥଯାତ୍ରା । ଏଥିପାଇଁ ଉତ୍ସବ ମୁଖର ପୁରୀ ସମେତ ରାଜ୍ୟ ଓ ଦେଶ । ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଉଥିବାବେଳେ କେମିତି ଥିଲା ଆଜିର ଦିନ ? ଜାଣନ୍ତୁ

author img

By ETV Bharat Odisha Team

Published : Jul 7, 2024, 9:46 PM IST

Rath Yatra
Rath Yatra (ETV Bharat Odisha)

ପୁରୀ: ପ୍ରତିବର୍ଷ ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆଜି ହେଉଛି ସେହି ପବିତ୍ର ଦିନ । 53 ବର୍ଷ ପରେ ଗୋଟିଏ ଦିନରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡିଛି । ସେଥିପାଇଁ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି ରଥଯାତ୍ରା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ବହୁ ନେତୃବୃନ୍ଦ ଆସି ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । କାଳିଆ ସାଆନ୍ତେଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Rath Yatra (ETV Bharat Odisha)

ଶ୍ରୀମନ୍ଦିରରୁ ବାହାରି ଧାଡି ପହଣ୍ଡିରେ ଝୁଲି ଝୁଲି ଆସିଥିଲେ କାଳିଆ ସାଆନ୍ତେ । ସେହି ସମୟରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା । ଆଉ ଭକ୍ତି ଭାବରେ ଭିଜିଥିଲେ ଭକ୍ତ । ମୁଣ୍ଡରେ ଟାହିଆ, ମଥାରେ କିରଟ ଲଗାଇ ଝୁଲି ଝୁଲି ଆସି ରଥାରୁଢ ହେଲେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା । ଖୋଲା ଆକାଶ ତଳେ ହେଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଆଉ ଚକାଆଖିକୁ ଦେଖି ଭାବବିହ୍ୱଳ ହୋଇଥିଲେ ଭକ୍ତ । ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡିରେ ଆସି ରଥରେ ବସିଥିଲେ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ବଡଦାଣ୍ଡ । ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା ।

Rath Yatra
Rath Yatra (@SJTA_Puri)

ଏହା ବି ପଢନ୍ତୁ...ବଡ଼ଦାଣ୍ଡରେ ରଥ ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - President Pulling Chariot Rope

Rath Yatra
Rath Yatra (@SJTA_Puri)

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରିବା ପରେ ଆରମ୍ଭ ହୋଇଥିଲା ଛେରା ପହଁରା ନୀତି । ପ୍ରଥମେ ଶ୍ରୀଜିଉମାନଙ୍କୁ ଦଣ୍ଡପ୍ରଣାମ କରି ଲାଲବସ୍ତ୍ର ପ୍ରଦାନ ପରେ ସୁବର୍ଣ୍ଣ ଝାଡୁରେ ରଥ ପଥ ପରିଷ୍କାର କଲେ ଗଜପତି ମହାରାଜ । ଏହାପରେ ଘୋଡା ଖଞ୍ଜାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ରଥ ଦଉଡି ଟାଣି ନେଇ ପରମାନନ୍ଦ ଲାଭ କରିଛନ୍ତି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲା । ହେଲେ ପ୍ରବଳ ଭିଡ କାରଣରୁ ଅନେକ ଶ୍ରଦ୍ଧାଳୁ ହଠାତ ଅଣନିଶ୍ବାସୀ ହୋଇପଡିଥିଲେ । ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ ସନ୍ଧ୍ୟା ହୋଇଯିବାରୁ ଆଜି ପାଇଁ ରଥଟଣା ସରିଛି । ଆସନ୍ତାକାଲି (ସୋମବାର) ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ୩ ରଥ । ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ କିଛି ଦୂର ଟଣାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାତ୍ର 2 ପାଦ ଆଗେଇ ସିଂହଦ୍ବାରରେ ହିଁ ଅଟକି ରହିଛି ।

Rath Yatra
Rath Yatra (@SJTA_Puri)
Rath Yatra
Rath Yatra (@SJTA_Puri)

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.