ETV Bharat / state

ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ମଣ୍ଡପରେ ପହଞ୍ଚି ନିର୍ଧୂମ ଛେଚିଲେ ପ୍ରଥମ ପତ୍ନୀ

Woman Beaten Her Husband: ବଲାଙ୍ଗୀର ପାଟଣାଗଡ଼ରେ ଅଭାବନୀୟ ଘଟଣା । ଅନ୍ୟ ଝିଅ ସହ ବିବାହ କରୁଥିବା ବେଳେ ମଣ୍ଡପରେ ପହଞ୍ଚି ସ୍ବାମୀକୁ ଛେଚିଲା ପ୍ରଥମ ସ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 2, 2024, 4:16 PM IST

Updated : Feb 2, 2024, 4:26 PM IST

Woman Beaten Her Husband
Woman Beaten Her Husband

ବଲାଙ୍ଗୀର: ବାଜୁଥିଲା ସାହାନାଇ, ଧୁମଧାମରେ ଚାଲିଥିଲା ବାହାଘର । ଅନ୍ୟ ଏକ ଝିଅ ସହ ହାତଗଣ୍ଠି ପଡୁଥିବା ବେଳେ ବେଦୀରେ ପହଞ୍ଚି ଗଲେ ପ୍ରଥମ ସ୍ତ୍ରୀ । ରାଗରେ ଜର୍ଜରିତ ହୋଇ ସ୍ବାମୀ ସହ ସମ୍ପର୍କୀୟଙ୍କୁ ମାରିଲେ ମାଡ଼ । ଥାନାରେ ପହଞ୍ଚିଲା ମାମଲା । ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି ବଲାଙ୍ଗୀର ପାଟଣାଗଡ଼ରୁ । ଅଭିଯୋଗ ଅନୁସାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତ 2015 ମସିହାରେ ପାଟଣାଗଡର ଝିଅ ପ୍ରିୟମ୍ବଦା ବାଗ ରାଉରକେଲାର ପ୍ରକାଶ ହରିପାଲଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ତେବେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ବାହାଘର ତିଷ୍ଠି ନପାରିବା କାରଣରୁ ଦୁହେଁ ଅଲଗା ରହି ଆସୁଥିଲେ । ସେପଟେ ପ୍ରକାଶ ହରିପାଲ ଆଜି ପାଟଣାଗଡରେ ଦ୍ଵିତୀୟ ବିବାହ କରୁଥିବା ଖବର ପାଇଥିଲେ ପ୍ରିୟମ୍ବଦା । ଅତିଥିମାନଙ୍କ ଉପସ୍ଥିତିରେ ହାତଗଣ୍ଠି ପଡୁଥିବା ସମୟରେ ପ୍ରଥମ ସ୍ତ୍ରୀ ଅର୍ଥାତ ପ୍ରିୟମ୍ବଦା ପହଞ୍ଚି ହଙ୍ଗାମା କରିଥିଲେ । ଏହାସହ ବର(ପ୍ରକାଶ ହରିପାଲ)ଙ୍କ ସହ ତାଙ୍କ ସମ୍ପର୍କୀୟଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ଉଗ୍ରରୂପ ନେବା ପରେ ମାମଲା ଥାନାରେ ପହଞ୍ଚିଥିଲା । ତେବେ ଅଭିଯୋଗ ପରେ ପୋଲିସ ମହିଳାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ପାଖେ ପାଖେ ରହିଲେ, ପକେଟ ଖାଲି କରିଦେଲେ; ଓ୍ୱେଡିଂ ଫଙ୍କସନ୍‌ରେ ଯୁବକଙ୍କଠୁ ୨୬ହଜାର ଲୁଟ

ଖବର ଅନୁସାରେ, କୋର୍ଟରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇ ସାରିଛି । ତେଣୁ ଏହି ମାମଲାରେ ପୋଲିସ୍ ହସ୍ତକ୍ଷେପ କରିବା ପରିବର୍ତ୍ତେ ତାଙ୍କୁ କୋର୍ଟର ଆଶ୍ରୟ ନେବାକୁ ପରାମର୍ଶ ଦେଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ବୁର୍ଲା ଥାନାରେ ଅଭିଯୋଗ ରହିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହି ଘଟଣାକୁ ନେଇ ପ୍ରିୟମ୍ବଦା ମଧ୍ୟ ଥାନାରେ ପହଞ୍ଚିଛନ୍ତି । ତେବେ ପ୍ରିୟମ୍ବଦା ବାଗଙ୍କ କହିବା ଅନୁସାରେ, "ମୋତେ ପୋଲିସ ନ୍ୟାୟ ଦେବାରେ ବିଫଳ ହୋଇଛି । ପୂର୍ବରୁ ବଲାଙ୍ଗୀର ଏସପି ଓ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲି । ହେଲେ ପୋଲିସ କୌଣସି ପଦକ୍ଷେପ ନେଇନାହିଁ । ଯଦି ବିବାହ ବିଚ୍ଛେଦ ହୋଇଛି ତାହା ହେଲେ କାହିଁକି ସ୍ବାମୀ ଲୁଚୁଛନ୍ତି ।" ତେବେ ଏନେଇ ପୋଲିସ କିମ୍ବା ପ୍ରକାଶ ହରିପାଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 2, 2024, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.