ETV Bharat / state

ଟଙ୍କା ଆଗରେ ତୁଚ୍ଛ ହେଲା ପ୍ରେମ, ବିବାହିତା ମହିଳାଙ୍କ ଜୀବନ ନେଲା ପ୍ରେମିକ ! - Murder For Money

author img

By ETV Bharat Odisha Team

Published : Jun 28, 2024, 10:06 PM IST

Woman Allegedly Killed By Her Lover: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ବିବାହିତ ମହିଳାଙ୍କୁ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଟଙ୍କା ପାଇଁ ମହିଳାଙ୍କ ଜୀବନ ନେଲା ପ୍ରେମିକ!
ଟଙ୍କା ପାଇଁ ମହିଳାଙ୍କ ଜୀବନ ନେଲା ପ୍ରେମିକ! (ETV Bharat Odisha)

ଢେଙ୍କାନାଳ: ପରକୀୟ ପ୍ରୀତି, ପରେ ଟଙ୍କାନେଣ ଦେଣ ଆଉ ଏବେ ହତ୍ୟା ! ତେବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳରୁ । ଟଙ୍କା ନେଣଦେଣକୁ ନେଇ ପ୍ରେମିକ ଜଣଙ୍କ ଜଣେ ବିବାହିତ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ଢେଙ୍କାନାଳ କାମାକ୍ଷାନଗର ଥାନା ଡ଼ୁବୁରୀ-ବୁଢାପଙ୍କ ରେଳଲାଇନର ଇନ୍ଦିପୁର ନିକଟରେ ଏକ ଗଛର ଝୁଲନ୍ତା ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଠାବ କରାଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପଘର ଲୋକ ।

ସୂଚନା ଅନୁସାରେ, ପ୍ରାୟ 10 ବର୍ଷ ପୂର୍ବେ ଶାନ୍ତିଲତା ନାଏକ ନାମକ ମୃତ ମହିଳା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳୁତମା ଗ୍ରାମ ବଡ଼ବିଲା ସାହିର ଗୋବିନ୍ଦ ପାତ୍ରଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଏପଟେ ପ୍ରାୟ 3 ବର୍ଷ ହେବ ଶାନ୍ତିଲତା ଇନ୍ଦିପୁର ଗାଁର ମିଥୁନ ନାଏକଙ୍କୁ ପ୍ରେମ କରି ଆସୁଥିଲେ । ଯାହା ଫଳରେ ଶାନ୍ତିଲତା ଅନେକ ସମୟରେ ମିଥୁନଙ୍କୁ ଲୁଚାଛପାରେ ଟଙ୍କା ଦେଉଥିଲେ । କିଛିଦିନ ତଳେ ସେ ମିଥୁନକୁ ୫୦ ହଜାର ଟଙ୍କା ଦେଇଥିଲେ । ତେବେ ମିଥୁନକୁ ଦେଇଥିବା ଟଙ୍କା ଆଣିବା ପାଇଁ ଗତକାଲି (ଗୁରୁବାର) ମିଥୁନ ପାଖକୁ ଇନ୍ଦିପୁର ଆସିଥିଲେ ଶାନ୍ତିଲତା । କିନ୍ତୁ ସେଠାରେ ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରେମ ବିବାହ, ନିର୍ଯାତନା ପରେ ହତ୍ୟା ! ଯୌତୁକ ପାଇଁ ଶାଶୁଘରେ ଗଲା ବୋହୁର ଜୀବନ - Woman Killed For Dowry

ଗତକାଲି ଠାରୁ ଶାନ୍ତିଲତା ଘରକୁ ଫେରିନଥିବା ବେଳେ ଆଜି (ଶୁକ୍ରବାର) ଇନ୍ଦିପୁର ଗ୍ରାମ ଦେଇ ଯାଇଥିବା ରେଳଲାଇନ ପାଖରେ ଏକ ଗଛରେ ଶାନ୍ତିଲତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି l ଯାହାକୁ ନେଇ ମିଥୁନ ହିଁ ଶାନ୍ତିଲତାଙ୍କୁ ମାରପିଟ କରିବା ସହ ହତ୍ୟା କରିଥିବା ନେଇ ଶାନ୍ତିଲତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଝୁଲନ୍ତା ମୃତଦେହ ନିକଟରେ ଏକ ଭ୍ୟାନିଟି ବ୍ୟାଗ ଝୁଲୁଥିବା ବେଳେ ଗଛ ତଳେ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି l ସେପଟେ ଏ ସମ୍ପର୍କରେ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଦ୍ବାରା ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.