ETV Bharat / state

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବଜେଟ ୫୦୦ କୋଟିକୁ ବୃଦ୍ଧି - ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

WODC Review Meeting: ରାଜୀବ ଭବନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସମୀକ୍ଷା ବୈଠକ ଅନୁଷ୍ଠିତ । ପରିଷଦର ବଜେଟକୁ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
WODC Meeting
author img

By ETV Bharat Odisha Team

Published : Feb 10, 2024, 9:39 AM IST

Updated : Feb 10, 2024, 3:54 PM IST

WODC Meeting

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର(WODC) ୬୩ତମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । WODC ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନରେ ଶୁକ୍ରବାର ଏହି ବୈଠକ ବସିଥିଲା । ୧୧ ଜିଲ୍ଲାର ବିଶେଷଜ୍ଞ ସଦସ୍ୟ ଓ ପରିଷଦର ଅଧିକାରୀ ଏଥିରେ ସାମିଲ ହୋଇଥିଲେ । ପରିଷଦର ବଜେଟକୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି WODC ଅଧ୍ୟକ୍ଷ ।

WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ପ୍ରାଧାନ୍ୟ ଦେଇଛନ୍ତି । ଏଥିପାଇଁ ପରିଷଦର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ୫୦୦ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ୫-ଟି ଉପକ୍ରମ ଅଧିନରେ ପରିଷଦ ସର୍ବଦ ସ୍ୱଚ୍ଛତା ରକ୍ଷା କରି କାର୍ଯ୍ୟ କରିଆସିଛି । ଆଗକୁ ମଧ୍ୟ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାରେ ପରିଷଦର କାର୍ଯ୍ୟାଳୟକୁ ଆହୁରି ସୁଦୃଢ କରାଯିବ । ପଶ୍ଚିମ ଓଡ଼ିଶାରେ ରାଜ୍ୟ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଭା ଘର ଅନ୍ୟତମ । ପ୍ରାୟ ଏକ ହଜାର ମୁଖ୍ୟମନ୍ତ୍ରୀ ସଭାଘରର ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ କରାଯିବ ।''

ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷରେ ଅତିରିକ୍ତ ୫୦୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ମୋଟ ଅନୁଦାନରୁ ୭୪ କୋଟି ୧୧ ଲକ୍ଷ ଟଙ୍କା ବ୍ୟୟବରାଦରେ ୮୯୩ଟି ମୁଖ୍ୟମନ୍ତ୍ରୀ ସଭାଘର ନିର୍ମାଣ କାର୍ଯ୍ୟ ସାରିବା ନିମନ୍ତେ ପରିଷଦ ପକ୍ଷରୁ ମଞ୍ଜୁର କରାଯାଇଛି । ପରିଷଦର ସଦସ୍ୟ ସଚିବ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର ବୈଠକରେ ଏଜେଣ୍ଡା ଉପସ୍ଥାପନ କରିଛନ୍ତି । ଏଥିରେ ଗତବର୍ଷ ୨୨ ଅଗଷ୍ଟରୁ ୭ ଫେବୃଆରୀ ମଧ୍ୟରେ ସାଂସଦ, ବିଧାୟକ ଏବଂ ସଦସ୍ୟଙ୍କ ଦ୍ଵାରା ସୁପାରିଶ ହୋଇଥିବା ୧୭୬୭ଟି ଲୋକ କେନ୍ଦ୍ରିତ ଉନ୍ନୟନ ପ୍ରକଳ୍ପ ପାଇଁ ୧୨୮ କୋଟି ୨୨ ଲକ୍ଷ ଟଙ୍କାର ଅନୁମୋଦନକୁ ମଞ୍ଜୁର କରାଯାଇଛି ବୋଲି WODC ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-WODC ର ୫୮ତମ ପରିଷଦ ବୈଠକ: ପ୍ରସ୍ତାବ ଦେଲେ ବିଧାୟକ, ପ୍ରସ୍ତୁତ ହେଉଛି ଭିଜନ ୨୦୨୫

ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଶିଳ୍ପ ବିକାଶ, କୃଷି ସମୃଦ୍ଧି, ଐତିହାସିକ ସ୍ଥାନର ପୁନରୁଦ୍ଧାର, ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଗ୍ରାମାଞ୍ଚଳରେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ, ସହରରେ ଆଧୁନିକ ବହୁମୁଖୀ ଅଡିଟୋରିୟମ ନିର୍ମାଣ, ଡ୍ୟାମଗୁଡିକର ବିକାଶ ସମେତ ଏହାର ଚାରିପାଖରେ ସୌନ୍ଦର୍ଯ୍ୟୀକରଣ ଆଦି ପ୍ରକଳ୍ପ କାର୍ଯ୍ୟକୁ ହାତକୁ ନେଇଥିବା ପରିଷଦ ଅଧ୍ୟକ୍ଷ ସୂଚନା ଦେଇଥିଲେ । ପରିଷଦ ବୈଠକରେ ସମସ୍ତ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ସଭାଘର, ଅଡିଟୋରିୟମ ଏବଂ ଜୀବିକା ନିର୍ବାହ ପ୍ରକଳ୍ପର ସଫଳତା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ଫଳପ୍ରଦ ସମନ୍ୱୟ ଏବଂ ପରିଚାଳନା ଦିଗରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ବୈଠକରେ ଉପଦେଷ୍ଟା ଏବଂ ସମସ୍ତ ବିଶେଷଜ୍ଞ ସଦସ୍ୟମାନେ ନିଜ ନିଜ ଜିଲ୍ଲାର ଯୋଜନା ଏବଂ ଆଗାମୀ ଦିନରେ ଆବଶ୍ୟକତା ଥିବା ପ୍ରକଳ୍ପ ସମ୍ପର୍କରେ ମତ ରଖିଥିଲେ । ଅନୁଗୋଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାରୁ ପରିଷଦ ସଦସ୍ୟମାନେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ବାର୍ଷିକ ବୈଠକରେ ପରିଷଦର ପରାମର୍ଶଦାତା ନାରାୟଣ ସାହୁ, ବିଶେଷଜ୍ଞ ସଦସ୍ୟ ବୈକୁଣ୍ଠ ନାୟକ, ଅବିନାଶ ଠାକୁର ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ସୁନୀଲ କୁମାର ନାୟକ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 10, 2024, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.