ETV Bharat / state

କାହିଁକି ଆମ୍ବ ଟାକୁଆ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ଆଦିବାସୀ, ଖାଦ୍ୟ ଅଭାବ ନା ପାରମ୍ପରିକ ଆହାର? ଜାଣନ୍ତୁ - KANDHAMAL MANGO SEED CASE

କ'ଣ ସୂଚିତ କରୁଛି ଆଦିବାସୀଙ୍କ ଆମ୍ୱ ଟାକୁଆ ଖାଦ୍ୟ? ଖାଦ୍ୟ ଅଭାବ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ସେନେଇ ପ୍ରଶ୍ନ ଉଠିଛି ।

KANDHAMAL NEWS
KANDHAMAL NEWS (ETV Bharat Odisha)
author img

By ETV Bharat Odisha Team

Published : Nov 1, 2024, 11:11 PM IST

ବ୍ରହ୍ମପୁର: ଏକ ବିଂଶ ଶତାବ୍ଦୀରେ ପହଞ୍ଚିଲାଣି ଦେଶ ତଥା ରାଜ୍ୟ । ବିକଶିତ ଭାରତର ନାରା ଦେଉଥିବା ଦେଶରେ ଏବେ ବି ଆଦିବାସୀମାନେ ଖାଉଛନ୍ତି ଆମ୍ୱ ଟାକୁଆ । ରାୟଗଡା ପରେ କନ୍ଧମାଳ ଜିଲ୍ଲାରେ ଆମ୍ୱ ଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନ ଯିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପଲଟିଛି । କନ୍ଧମାଳ ଜିଲ୍ଲାରେ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଆମ୍ୱ ଟାକୁଆ ଖାଦ୍ୟ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପରେ, ପ୍ରଶ୍ନ ଉଠିଛି ଯେ ଏହା ପଛର କାରଣ ଖାଦ୍ୟ ଅଭାବ ନା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ।

ରାଜ୍ୟରେ ଆମ୍ୱ ଟାକୁଆ ଖାଦ୍ୟ ଖାଇ ମୃତ୍ୟୁ ଘଟଣା କହିଲେ ସିଧାସଳଖ ରାଜ୍ୟର ରାୟଗଡା ଜିଲ୍ଲାର କାଶୀପୁର ଅଞ୍ଚଳ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ କନ୍ଧମାଳ ଜିଲ୍ଲରୁ ସମାନ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଏକ ବଂଶ ଶତାଦ୍ଧୀରେ ଉଠିଛି ପ୍ରଶ୍ନବାଚୀ । ଆଦିବାସୀ ବହୁଳ ଅଞ୍ଚଳର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ (କୋଇଲି)ରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିବା ଏବଂ ୬ ଜଣ ଗୁରୁତ୍ତର ହେବା ଘଟଣା ଉଭୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଅଙ୍କୁଳି ଉଠାଇଛି ।

KANDHAMAL NEWS (ETV Bharat Odisha)

ଏମିିତି କହିଲେ ଅସୁସ୍ଥଙ୍କ ପରିବାର ବର୍ଗ:

ମାଣ୍ଡିପଙ୍କା ଗ୍ରାମର ଅସୁସ୍ଥ ମହିଳାଙ୍କ ପରିବାର ବର୍ଗଙ୍କ କହିଛନ୍ତି," ଆମ୍ୱ ଆଦାୟ ହେଉଥିବା ଋତୁରେ ହିଁ ଆମ୍ୱରୁ ଟାକୁଆକୁ ସଂଗ୍ରହ କରି ରଖାଯାଏ । ତାହାକୁ ବିଭିନ୍ନ ସମୟରେ ବାହାର କରି ଭିନ୍ନ ତରିକାରେ ପ୍ରସ୍ତୁତ କରାଯାଏ । ଆମ୍ୱ ଟାକୁଆରୁ ଜାଉ ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ ହୁଏ । " ତେବେ ଆମ୍ୱ ଟାକୁଆରୁ ଯାଉ ମାଣ୍ଡିପଙ୍କାରେ ଜଣେ ମହିଳା ଏହାକୁ ପ୍ରସ୍ତୁତ କରି ସମସ୍ତଙ୍କ ମଧ୍ୟରେ ବଣ୍ଟନ କରି ଖାଇଥିବା ଜଣାପଡ଼ିଛି । ସେପଟେ ଆମ୍ୱ ଟାକୁଆ ଯାଉ ଖାଇ ଏପରି ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ପଞ୍ଚାୟତର ସରପଞ୍ଚ ।

KANDHAMAL NEWS (ETV Bharat Odisha)

ଆଦିବାସୀମାନେ କାହିଁକି ଆମ୍ୱ ଟାକୁଆ ଖାଆନ୍ତି :

ମୃତକଙ୍କ ପରିବାରରେ ଆମ୍ୱ ଟାକୁଆକୁ ରଖାଯାଇଥିଲା । ଗତ କିଛି ଦିନ ତଳେ ରଖାଯାଇଥିବା ଆମ୍ବ କୋଇଲିକୁ ବାହାର କରାଯାଇ ସେଥିରୁ ଯାଉ ପ୍ରସ୍ତୁତ କରି ଗ୍ରାମର ବହୁ ବ୍ୟକ୍ତିବିଶେଷ ବଣ୍ଟନ କରି ଖାଇଥିଲେ । ହେଲେ ସେଥିରୁ ବଳକା ରହିଥିବା କୋଇଲିକୁ ଗଚ୍ଛିତ ରଖି ପୁଣି ଗତ (ଗୁରୁବାର) ଥରେ ପ୍ରସ୍ତୁତ କରି ଆଠ ଜଣ ଆଦିବାସୀ ମହିଳା ବଣ୍ଟନ କରି ଖାଇଥିଲେ । ଆଉ ଏହା ପରେ ଏଭଳି ଘଟଣା ଘଟିଥିଲା । ହେଲେ ଏହି ଘଟଣା ପରେ ପ୍ରଶ୍ନ ଉଠିଛି ସତରେ କ'ଣ ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ଖାଦ୍ୟ ଭାବରେ ଆମ୍ୱ ଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି ନା ଅଭାବୀ କାରଣରୁ ସେମାନଙ୍କୁ ବାଧ୍ୟ କରିଥାଏ, ଏହାକୁ ଖାଇବା ପାଇଁ । ସେପଟେ ଆଦିବାସୀ ନେତା ଭାଲଚନ୍ଦ୍ର ଷଡଙ୍ଗୀ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

KANDHAMAL NEWS
KANDHAMAL NEWS (ETV Bharat Odisha)

'ତର୍ଜମା ହେବାର ଆବଶ୍ୟକତା ରହିଛି ':

ଏହି ଘଟଣାକୁ ନେଇ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲାରେ ନୂତନ ଭାବରେ ଯୋଗଦାନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପାଢୀ କହିଛନ୍ତି," ଆମ୍ୱ ଟାକୁଆ ଖାଇବାର ପ୍ରକୃତ କାରଣ ଅଭାବୀ ନାଁ ଦାରିଦ୍ର କିମ୍ୱା ସଚେତନତାର ଅଭାବ ରହିଛି । ତାହା ତର୍ଜମା ହେବାର ଆବଶ୍ୟକତା ରହିଛି ।" ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୂର ପଞ୍ଚାୟତ ମାଣ୍ଡି ପଙ୍କା ଗ୍ରାମର ଦଡାସାହିରେ ଘଟିଥିବା ଘଟଣାର ମୃତ ବ୍ୟକ୍ତି ହେଲେ ରମିତା ପାଟ ମାଝୀ(28 ), ରୁନୁ ମାଝୀ (28) ।

KANDHAMAL NEWS
KANDHAMAL NEWS (ETV Bharat Odisha)
ଏହା ମଧ୍ୟ ପଢନ୍ତୁ ....ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ, ବ୍ରହ୍ମପୁର MKCGରେ ଗୁରୁତରଙ୍କ ଚିକିତ୍ସା

ସମ୍ପୂର୍ଣ୍ଣ ଘଟଣା କ'ଣ ଥିଲା ?

ସୂଚନା ଅନୁଯାୟୀ, ଗତ (ଗୁରୁବାର) ଦିନ ରମିତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ (ଶୁକ୍ରବାର) ଦିନ ପୁଣି ଅଚାନକ ଭାବେ ଆଉ 7ଜଣ ଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ନେବା ରାସ୍ତାରେ ରୁନୁ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଆଉ ୬ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତ୍ତର ରହିଥିବାରୁ ଆଇ.ସି.ୟୁରେ ଭର୍ତ୍ତି କରାଯାଇଛି । ଚିକିତ୍ସିତ ମହିଳା ହେଲେ ପ୍ରଭାତୀ ପାଟ ମାଝୀ (32) , ଡ୍ରାଙ୍ଗାଲୁ ପାଟ ମାଝୀ (55) ,ଟୁନି ମାଝୀ (45) ,ସୁଷମା ପାଟ ମାଝୀ (25), ଜିତା ମାଝୀ( 30), ଜୀବନ୍ତି ମାଝୀ (45) ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.