ETV Bharat / state

କାହା ଭୁଲ ପାଇଁ ଜଣଙ୍କ ପରେ ଜଣେ ଛାଡୁଛନ୍ତି ଓଡିଶା; କାହିଁକି ଦୋଷ ମୁଣ୍ଡାଉନି OCA, BCCI ନିୟମକୁ କରୁଛି କି ଢାଲ ? - Why crickets leaving Odisha

author img

By ETV Bharat Odisha Team

Published : Jul 25, 2024, 12:05 PM IST

Updated : Jul 25, 2024, 12:32 PM IST

Why Odisha crickets leaving Odisha cricket team: ଏବ ପ୍ରଶ୍ନ ଉଠୁଛି କାହିଁକି ଜଣଙ୍କ ପରେ ଜଣେ କ୍ରିକେଟର ରାଜ୍ୟ ଟିମରେ ନଖିଳି ବାହାର ଟିମରେ ଖେଳିବାକୁ ପସନ୍ଦ କରୁଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ପ୍ରଜ୍ଞାନ ଓଝା ଆନ୍ଧ୍ର ପ୍ରଦେଶ ତରଫରୁ ଖେଳି ଭାରତୀୟ ଟମରେ ସ୍ଥଆନ ପାଇଥିଲେ । ଏବେ ଷ୍ଟାର କ୍ରିକେଟର ଶ୍ରୁଭାଂଶୁ ସେନାପତି ଓସିଏ ହାତ ଛାଡିବା ପରେ କଣ ଆଗକୁ ଏହି ଟ୍ରେଣ୍ଡ ଜାରି ରହିବ ? ଭୁଲ କାହାର ଆଉ ଏଥିପାଇଁ ଦାୟୀ କିଏ ?

Etv Bharat
Etv Bharat (Etv Bharat)

କଟକ: ଦୋଷ ମୁଣ୍ଡାଉନି ଓଡିଶା କ୍ରିକେଟ ଆସୋସିଏସନ । ଓଡ଼ିଶା ଛାଡି ମଧ୍ୟ ପ୍ରଦେଶ ପାଇଁ ଖେଳିବେ ଓଡ଼ିଶାର ଅନ୍ୟତମ ତାରକା କ୍ରିକେଟର ଶୁଭ୍ରାଂଶୁ ସେନାପତି । ଆସନ୍ତା ସିଜିନ ପାଇଁ ଆଉ ଓଡିଶାରୁ ପ୍ରତିନିଧିତ୍ବ କରିବେନାହିଁ ଶୁଭ୍ରାଂଶୁ ସେଥିପାଇଁ ଓସିଏ କୁ ଅଳବିଦା କହିଛନ୍ତି ସେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ତେବେ ଜଣକ ପରେ ଜଣେ ଉଦୟମାନ କ୍ରିକେଟର ରାଜ୍ୟ ଛାଡିବା ଏବେ ଓସିଏ ପାଇଁ ଚିନ୍ତାର କାରଣ ପାଲଟିଛି । ଜଦି ଏଭଳି ଖେଳାଳି ଓଡିଶା ଛାଡି ସେ ଅନ୍ୟ ରାଜ୍ୟ ପାଇଁ ଖେଳୁଛନ୍ତି ତେବେ ଓଡିଶା ପାଇଁ ନିଶ୍ଚିତ କ୍ଷତିହେବା ସହ ଓଡ଼ିଶା ଟିମରେ ଏହାର ପ୍ରଭାବ ପଡିବ ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ।

କାହା ଭୁଲ ପାଇଁ ଜଣଙ୍କ ପରେ ଜଣେ ଛାଡୁଛନ୍ତି ଓଡିଶା (ETV Bharat Odisha)

ଫେଲ ମାରିଲା କି ଓସିଏ ର ଭିଜନ-24 । ଓଡ଼ିଶା ଛାଡି ମଧ୍ୟ ପ୍ରଦେଶ ମୁହଁ ହୋଇଛନ୍ତି ପୂର୍ବତନ ରଣଜୀ ଅଧିନାୟକ ତଥା ଆଇପିଏଲ ତାରକା ଶୁଭ୍ରାଂଶୁ ସେନାପତି । ଖୁବ କମ ବୟସରେ ଓଡ଼ିଶା କ୍ରିକେଟରେ ନିଜର ଦକ୍ଷତା ପଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ ଶୁଭ୍ରାଂଶୁ । ଆଉ ଏଥିପାଇଁ ତାଙ୍କୁ ଓଡ଼ିଶା ରଣଜୀ ଦଳର ଅଧିନାୟକ ଭାବେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା । ବିଗତ ରଣଜୀ ସିଜିନ ଗୁଡିକ ରେ ସେ ଭଲ ପଦର୍ଶନ କରି ବିସିସିଆଇ ତଥା IPl ଫ୍ରାଞ୍ଚାଇଜଙ୍କ ନିଜର କୁ ଆସିଥିଲେ । ଏପରିକି iplର ଚମ୍ପିୟାନ ଟିମ ଚେନାଇ ସୁପର କିଙ୍ଗସହ ସେ ଦୁଇ ବର୍ଷ ଟିମରେ ସାମିଲ ହୋଇଥିଲେ । ଓଡ଼ିଶା କ୍ରିକେଟ ଜଗତରେ ବେଶ ଖାତି ଅର୍ଜ୍ଜନ କରିଥିବା ଶୁଭ୍ରାଂଶୁ ହଠାତ ଓଡ଼ିଶା ଛାଡି ମଧ୍ୟ ପ୍ରଦେଶ ରଣଜୀ ଟିମରେ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହା ଏବେ ସମସ୍ତ ଙ୍କୁ ଚକିତ କରିଛି ।

କ୍ରୀଡ଼ା ସମୀକ୍ଷକ ପୱନ ଅଗ୍ରୱାଲ କହିଛନ୍ତି, "ଶୁଭ୍ରାଂଶୁଙ୍କ ଏହି ନିଷ୍ପତ୍ତି ଓଡ଼ିଶା ପାଇଁ ନିଶ୍ଚିତ କ୍ଷତି ସେ ଜଣେ ଭଲ ଖେଳାଳି ତେବେ ଏହା ଆଦୌ ଓଡ଼ିଶା କ୍ରିକେଟ ଆସୋସିଏସନ ପାଇଁ ଶୁଭଙ୍କର ନୁହେଁ । ତେଣୁ ଓଡିଶା ରେ କ୍ରିକେଟ ସଂଘରେ ଅନେକ କିଛି ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ । ତେଣୁ ଆଜିକା ଦିନରେ ଓସିଏରୁ ଶୁଭ୍ରାଂଶୁ ଗଲେ ଆଗମୀ ଦିନରେ ଆଉ କିଏ ନଯିବ ବୋଲି ପ୍ରଶ୍ନ ଉଠିବା ସ୍ୱଭାବିକ ।"

ଅଧିକ ପଢନ୍ତୁ- କାହିଁକି OCA ହାତ ଛାଡିଲେ ଶୁଭ୍ରାଂଶୁ ? ସାମ୍ନାକୁ ଆସିଲା କାରଣ - SUBHRANSHU Vs OCA DISPUTE

ସେପଟେ ଶୁଭ୍ରାଂଶୁ ଏହି ନିଷ୍ପତ୍ତି କୁ ନେଇ ଦୋଷ ନେବାକୁ ଅମଙ୍ଗ ଓସିଏ । ବିସିସିଆଇର ନିୟମକୁ ଫ୍ରଣ୍ଟଫୁଟକୁ ଆଣି ଶୁଭ୍ରାଂଶୁ ପ୍ରସଙ୍ଗକୁ ବ୍ୟାକଫୁ କୁ ନେଇଛି ଓଡିଶା କ୍ରିକେଟ ସଂଘ । ସମ୍ନାରେ ଶୁଭ୍ରାଂଶୁଙ୍କୁ ଆସେଟ କହିବା ପରେ ତାଙ୍କର ଓଡିଶା ଛାଡିବା ଉପରେ ଓସିଏ କିଛି କ୍ଷତି ସହିବନି ବରଂ ଆଗମୀ ଦିନରେ ଆଉ ଅନେକ ନୂଆ ପ୍ରତିଭା ସମ୍ନାକୁ ଆସିଯିବେ ବୋଲି ସ୍ପଷ୍ଟ କରିଥିଲା ଓସିଏ ।

ତେବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, "ଶୁଭ୍ରାଂଶୁ ଯଦି ସେ ଏଭଳି ମାଇଣ୍ଡ ସେଟରେ ଅଛନ୍ତି ତେବେ ତାଙ୍କୁ କେହି ଅଟକାଇ ପାରିବେ ନାହିଁ । ଗତ ରଣଜୀ ସିଜିନରେ ଶୁଭ୍ରାଂଶୁ ମଧ୍ୟପ୍ରଦେଶ ବିପକ୍ଷରେ ଏକ ଦ୍ଵିଶତକ ଓ ଅନ୍ୟ ଏକ ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ । କିନ୍ତୁ ଦଳ ତାଙ୍କ ଉପରେ ବିଶ୍ୱାସ ରଖଥିଲା । କିନ୍ତୁ ସେ ଓଡ଼ିଆ ପୁଅ ହିସାବରେ ଓଡିଶା ପ୍ରତି ସେ ଭଲ ପାଇବା ଦେଖାଇ ନାହାଁନ୍ତି । କିନ୍ତୁ ତାଙ୍କର ଏହି ନିଷ୍ପତିକୁ ସ୍ୱାଗତ କରିବା ଛଡା ଅନ୍ୟଗତି ନାହିଁ ଓସିଏ ପାଖରେ ।"

ଯଦି ଶୁଭ୍ରାଂଶୁ ରାଜ୍ୟ ବହାର ଦଳ ରୁ ରଣଜୀ ଖେଳିବା ପାଇଁ ସୁଯୋଗ ପାଆନ୍ତି ତେବେ ଏହା ଓଡିଶା ପାଇଁ କ୍ଷତି ନାଁ ଲାଭ ତାହା ସମୟ ସାପେକ୍ଷ । କିନ୍ତୁ ଅପରପକ୍ଷରେ ଓସିଏ ନିଜ ଦୋଷକୁ ବିସିସିଆଇର ନିୟମ ମଧ୍ୟରେ ଭସାଇ ଦେଉଛି । ବର୍ତ୍ତମାନ ଓସିଏ ଭୁଲକୁ ସୁଧାର ଆଣିବା ପାଇଁ ନଜର ଦେବା ପାଇଁ ବରିଷ୍ଠ କ୍ରୀଡାସମୀକ୍ଷକ ମତ ରଖିଛନ୍ତି ।

ବିସିସିଆଇ ନିିୟମ-

ଜଣେ କ୍ରିକେଟର କୌଣସି ରାଜ୍ୟ ପାଇଁ ଖେଳିପାରିବେ

ଘରୋଇ ପ୍ରତିଯୋଗିତାରେ କୌଣସି ଟିମରେ 3 ଜଣ ବାହାର ଖେଳାଳି ଖେଳିପାରିବେ

ସମସ୍ତ ଖେଳାଳି ଭାରତୀୟ ହୋଇଥିବେ

ଯଦି ରାଜ୍ୟର ଖେଳାଳି ଯୋଗ୍ୟତା ଅର୍ଜନରେ ବିଫଳ ହେଲେ ଅନ୍ୟ ରାଜ୍ୟର ଖେଳାଳି ଖେଳିପାରିବେ

ଇଟିଭି ଭାରତ, କଟକ

Last Updated : Jul 25, 2024, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.