ETV Bharat / state

ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ; କାଲି ଶପଥ ନେବ ମୋହନ ସରକାର, ରାଜଭବନ ପକ୍ଷରୁ ସୂଚନା - ODISHA NEW CM LIVE UPDATES

author img

By ETV Bharat Odisha Team

Published : Jun 11, 2024, 1:06 PM IST

Updated : Jun 11, 2024, 10:16 PM IST

ODISHA CM SUSPENSE
ODISHA CM SUSPENSE (ETV BHARAT ODISHA)

ଭୁବନେଶ୍ୱର: କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ବିଜେପି ସରକାରକୁ କିଏ ଦେବେ ନେତୃତ୍ବ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ମିଳିଛି । ନିର୍ବାଚନ ଫଳାଫଳ ପରେ ଲାଗି ରହିଥିବା ସସପେନ୍ସ ହଟିଛି । ରାଜ୍ୟ ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କ ନାଁରେ ଲାଗିଛି ମୋହର । ଭୁବନେଶ୍ବରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଅପରାହ୍ନ ସାଢେ 4ଟାରେ ବୈଠକ ବସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି । ଏହି ବୈଠକରେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭୁପେନ୍ଦ୍ର ଯାଦବ ସାମିଲ ହୋଇଥିଲେ । ବୈଠକରେ କେନ୍ଦୁଝର ସଦରର 4ଥରର ବିଧାୟକ ମୋହନ ମାଝୀଙ୍କ ନାଁ ଉପରେ ମୋହର ଲାଗିଥିବା ବେଳେ ଆସନ୍ତାକାଲି ସେ ଶପଥ ଗ୍ରହଣ କରିବେ ।

LIVE FEED

10:12 PM, 11 Jun 2024 (IST)

ଆସନ୍ତାକାଲି ଅପରାହ୍‌ଣରେ ଶପଥ ନେବ ମୋହନ ସରକାର । ଶପଥଗ୍ରହଣ ସମାରୋହ ନେଇ ରାଜଭବନ ପକ୍ଷରୁ ସୂଚନା

ଆସନ୍ତାକାଲି ଅପରାହ୍‌ଣରେ ଶପଥ ନେବ ମୋହନ ସରକାର । ଶପଥଗ୍ରହଣ ସମାରୋହ ନେଇ ରାଜଭବନ ପକ୍ଷରୁ ସୂଚନା । ଅପରାହ୍‌ଣ ୪ଟା ୫୫ରେ ହେବ ଶପଥଗ୍ରହଣ ସମାରୋହ ଭୁବନେଶ୍ବର ଜନତା ମୈଦାନରେ ହେବ ସମାରୋହ । ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ । ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିଲା ବିଜେପି ।

7:10 PM, 11 Jun 2024 (IST)

ମୋହନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାଁ ଘୋଷଣା ହେବା ପରେ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଲେ ଦଳର ଶୀର୍ଷ ନେତୃତ୍ବ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୋହନ ଜଣେ ଯୁବ ନେତା ଓ ରାଜ୍ୟରେ ବିକାଶର ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆଗାମୀ ଦିନରେ ସେ ଓଡ଼ିଶାର ବିକାଶକୁ ଆଗେଇ ନେବେ ବୋଲି କହିଛନ୍ତି ରାଜନାଥ ।

7:03 PM, 11 Jun 2024 (IST)

ରାଜଭବନ ଗଲେ ବିଜେପି ଟିମ୍‌

ରାଜଭବନ ଅଭିମୁଖେ ବାହାରିଲେ ବିଜେପି ଟିମ । ରାଜ୍ୟରେ ନୂତନ ସରକାର ଗଢିବାକୁ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ।

6:58 PM, 11 Jun 2024 (IST)

ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଭାତୀ

ନିମାପଡ଼ାରୁ ପ୍ରଥମ କରି ବିଧାୟିକା ହୋଇଥିବା ପ୍ରଭାତୀ ପରିଡ଼ା ଆଉ ଏକ ଗୁରୁ ଦାୟିତ୍ବ ସମ୍ଭାଳିବାକୁ ଯାଉଛନ୍ତି । ଓଡ଼ିଶାରେ ପ୍ରଥମ ବିଜେପି ସରକାରରେ ସେ ହେବାକୁ ଯାଉଛନ୍ତି ଉପମୁଖ୍ୟମନ୍ତ୍ରୀ । ତାଙ୍କ ନାଁ ଘୋଷଣା ହେବା ପରେ X ସାଇଟରେ ଟ୍ବିଟ କରି ସେ ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

6:52 PM, 11 Jun 2024 (IST)

ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝୀ, ରଖିଲେ ପ୍ରଥମ ପ୍ରତିକ୍ରିୟା

ମୋହନ ମାଝୀ ଓଡ଼ିଶାରେ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ଘୋଷଣା ହେବା ପରେ ସେ ରଖିଛନ୍ତି ପ୍ରଥମ ପ୍ରତିକ୍ରିୟା । ସର୍ବପ୍ରଥମେ ମହାପ୍ରଭୁଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ ଓଡ଼ିଶାବାସୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

6:23 PM, 11 Jun 2024 (IST)

ଓଡ଼ିଶାକୁ ମିଳିଲା ନୂଆ ମୁଖିଆ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶାକୁ ମିଳିଛି ନୂଆ ମୁଖିଆ । ସମିତି ସଭ୍ୟରୁ ରାଜନୀତିରେ ପାଦ ଥାପିଥିବା ମୋହନ ମାଝୀ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ପାଟଣାଗଡ଼ ବିଧାୟକ କେଭି ସିଂହଦେଓଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ବେଳେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିଛି ।

Odisha New CM and Deputy CM
Odisha New CM and Deputy CM (ETV BHARAT ODISHA)

6:02 PM, 11 Jun 2024 (IST)

ଓଡ଼ିଶାରେ ବିଜେପି ସରକାରରେ ମୋହନ ମାଝୀ ପ୍ରଥମ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ବିଜେପି ସରକାରରେ ମୋହନ ମାଝୀ ହେବେ ପ୍ରଥମ ମୁଖ୍ୟମନ୍ତ୍ରୀ । କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ ।

ODISHA NEW CM
ODISHA NEW CM (ETV Bharat Odisha)

5:35 PM, 11 Jun 2024 (IST)

ସରିଲା ବିଜେପି ବିଧାୟକ ଦଳ ବୈଠକ

ସରିଲା ବିଜେପି ବିଧାୟକ ଦଳ ବୈଠକ । କିଛି ସମୟ ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ଓଡ଼ିଶାକୁ ମିଳିବ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ । କାଲି ଅପରାହ୍ନରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ସମାରୋହ । ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

4:48 PM, 11 Jun 2024 (IST)

ବସିଲା ବିଜେପି ବିଧାୟକ ଦଳ ବୈଠକ; ନୂଆ ମୁଖ୍ୟମନ୍ତ୍ରୀ ବାଛୁଚି ଦଳ, ରେସରେ ଅଛନ୍ତି ଅନେକ

ରାଜଧାନୀ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଲା ବିଜେପି ବିଧାୟକ ଦଳ ବୈଠକ । ସମସ୍ତ ନବନିର୍ବାଚିତ ବିଧାୟକ ଓ ସାଂସଦମାନେ ରାଜ୍ୟ ମୁଖ୍ୟାଳୟରେ ପହଞ୍ଚିସାରିଛନ୍ତି । କେନ୍ଦ୍ରୀୟ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ରେସରେ ଅନେକଙ୍କ ନାଁ ରହିଛି । ବୈଠକ ପରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାଙ୍କ ନାଁ ଘୋଷଣା କରାଯିବ ।

ODISHA CM SUSPENSE
ODISHA CM SUSPENSE (ETV Bharat Odisha)

4:14 PM, 11 Jun 2024 (IST)

ଆଉ କେଇ ମିନିଟର ଅପେକ୍ଷା, ମନମୋହନ-ସୁରେଶ-କନକବର୍ଦ୍ଧନଙ୍କ ନାଁକୁ ନେଇ ବଢିଲା ଚର୍ଚ୍ଚା

ଆଉ କେଇ ମିନିଟର ଅପେକ୍ଷା । 4ଟା 30ରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ମୋହର ବାଜିବ । ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପାଇଁ କେନ୍ଦ୍ରୀୟ ନେତା ଓଡ଼ିଶାରେ ପହଞ୍ଚିଛନ୍ତି । ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ଓ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ନାଁକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

ODISHA CM SUSPENSE
ODISHA CM SUSPENSE (ETV Bharat Odisha)

3:44 PM, 11 Jun 2024 (IST)

ପହଞ୍ଚୁଛନ୍ତି କେନ୍ଦ୍ରୀୟ ନେତୃତ୍ବ, ସାଢେ 4ଟାରେ ବସିବ ବୈଠକ

ଅପରାହ୍ନ ସାଢେ 4ଟାରେ ବସିବ ବିଜେପିର ବିଧାୟକ ଦଳ ବୈଠକ । ଧିରେ ଧିରେ ପହଞ୍ଚୁଛନ୍ତି କେନ୍ଦ୍ର ନେତା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ପରେ ଭୁବନେଶ୍ବର ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଅଶ୍ବିନୀ ବୈଷ୍ଣବ ପହଞ୍ଚିଛନ୍ତି । କେନ୍ଦ୍ରୀୟ ନେତାଙ୍କୁ ଭେଟୁଛନ୍ତି ରାଜ୍ୟ ବିଜେପି ନେତା ।

2:51 PM, 11 Jun 2024 (IST)

ଶପଥ ଗ୍ରହଣ ସମାରୋହକୁ ଶ୍ରୀଜିଉଙ୍କୁ ନିମନ୍ତ୍ରଣ

ଆସନ୍ତାକାଲି ଓଡ଼ିଶା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ । ଗୋଟିଏ ପଟେ ବିଜେପି ଶିବିର ଚଳଚଞ୍ଚଳ ଥିବା ବେଳେ ଏପଟେ ଶ୍ରୀଜିଉଙ୍କୁ ନିମନ୍ତ୍ରଣ କରିବା ଲାଗି ବଡଦେଉଳରେ ପହଞ୍ଚିଛନ୍ତି ବିଜେପିର ବରିଷ୍ଠ ନେତା । ଗୁଆ, ନଡିଆ, ଚାଉଳ ଦେଇ ମହାପ୍ରଭୁଙ୍କୁ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।

1:46 PM, 11 Jun 2024 (IST)

ଭୁବନେଶ୍ବରରେ ରାଜନାଥ-ଭୂପେନ୍ଦ୍ର

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ଏକା ସାଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଅପରାହ୍ନ ସାଢେ 4ଟାରେ ବିଜେପି ବିଧାୟକ ଦଳ ବୈଠକରେ ହେବେ ସାମିଲ । ଆଲୋଚନା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ ।

1:09 PM, 11 Jun 2024 (IST)

ଶପଥ ଗ୍ରହଣ ସାମରୋହକୁ ନବୀନଙ୍କୁ ନିମନ୍ତ୍ରଣ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବିଜେପିର ବିଧାୟକ ଦଳ ବୈଠକ ପରେ ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ରହିଛି ଶପଥ ଗ୍ରହଣ ସାମରୋହ । ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଲେ ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଓ ସମୀର ମହାନ୍ତି ।

12:49 PM, 11 Jun 2024 (IST)

ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଏ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ବିଜେପିର ଏକାଧିକ ହେଭିୱେଟ ନେତା । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ଏହି ରେସ୍‌ରେ ଆଗରେ ଥିଲେ । ମାତ୍ର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ ରେ ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେବା ପରେ, ତାଙ୍କ ନାମ କଟିଛି । ଏବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, କୁଚିଣ୍ଡା ବିଧାୟକ ରବି ନାଏକ । ମହିଳା ଚେହେରା ହିସାବରେ ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ରଣପୁର ବିଧାୟିକା ସୁରମା ପାଢ଼ୀ, ନିମାପଡ଼ା ବିଧାୟକା ପ୍ରଭାତୀ ପରିଡ଼ାଙ୍କ ନାମ ମଧ୍ଯ ଚର୍ଚ୍ଚା ହେଉଛି । ସେହିପରି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ରେସରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ IAS ଅଧିକାରୀ ଗିରିଶ ମୁର୍ମୁଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏସବୁ ଚର୍ଚ୍ଚା ଭିତରେ କାହା ମୁଣ୍ଡରେ ସୁନା କଳସୀ ଢାଳିବେ ବିଜେପିର ଶୀର୍ଷ ନେତୃତ୍ବ ?

Last Updated : Jun 11, 2024, 10:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.