ETV Bharat / state

ବର୍ଷାରେ ଉବୁଟୁବୁ ମାଲକାନଗିରି, ଧସିଲା ପାହାଡ଼-ବୁଡ଼ିଲା ବ୍ରିଜ, ସାରା ରାଜ୍ୟରେ ଛେଚୁଛି - Odisha weather update

author img

By ETV Bharat Odisha Team

Published : Jul 20, 2024, 2:12 PM IST

Updated : Jul 20, 2024, 7:09 PM IST

Weather alert: ଓଡିଶା ଉପକୂଳ ଅତିକ୍ରମ କରୁଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ସାରା ରାଜ୍ୟରେ ବର୍ଷା ଜାରି । ଦକ୍ଷିଣ ଓଡିଶା ଜିଲ୍ଲାଗୁଡିକରେ ଅଧିକ ବର୍ଷା । ମାଲକାନଗିରି ସର୍ବାଧିକ ପ୍ରଭାବିତ । ଅଧିକ ପଢନ୍ତୁ

ସାରା ରାଜ୍ୟରେ ବର୍ଷା ଜାରି: ଦକ୍ଷିଣ ଓଡିଶାରେ ପ୍ରବଳ, ଭାସିଲା ମାଲକାନଗିରି
ସାରା ରାଜ୍ୟରେ ବର୍ଷା ଜାରି: ଦକ୍ଷିଣ ଓଡିଶାରେ ପ୍ରବଳ, ଭାସିଲା ମାଲକାନଗିରି (ETV Bharat Odisha)

ମାଲକାନଗିରି/ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଫଳରେ ଗତ ତିନିଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ ଭାବେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ସର୍ବାଧିକ ବର୍ଷା ମାଲକାନଗିରିରେ ରେକର୍ଡ କରାଯାଇଛି । ଜିଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬-ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥ‌ିବା ଦେଖିବାକୁ ମିଳିଛି । ବନ୍ୟାପାଣିରେ ପୋଲ ବୁଡ଼ି ଯାଇଛି ।

ODISHA WEATHER UPDATE (ETV Bharat Odisha)

ତେବେ ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ଲଘୁଚାପ । ଆଜି ସକାଳେ ଛୁଇଁଛି ଓଡ଼ିଶା ଉପକୂଳ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି । ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୦ କିମି ଦୂର ଓ ଗୋପାଳପୁରରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୬୦ କିମି ଦୂରରେ ରହିଛି ଅବପାତ । ଏହାର ପ୍ରଭାବରେ ଆଗାମୀ ୫ ଦିନ ରାଜ୍ୟରେ ଜାରି ରହିବ ବର୍ଷା । ଏପଟେ ମାଲକାନଗିରିରେ ପ୍ରବଳ ବର୍ଷା ଫଳରେ ଧସିଲା ପାହାଡ଼ । ପାହାଡ଼ ଧସି ବଣ୍ଡାଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ । ଖଇରପୁଟ ବ୍ଲକ ମୁଦୁଲିପଡ଼ାକୁ ଯାତାୟତ ଠପ୍ ।

ପୋଲ ଉପରେ ୫ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥ‌ିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କାଙ୍ଗୁରୁକୋଣ୍ଡା, ଏମଭି-୯୦ ନମ୍ବର, ପଟେରୁ, କନ୍ୟା ଆଶ୍ରମ ପୋଲ ଉପରେ ଉପରେ ୫ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହଉଛି । ଯାହାଫଳରେ ଶତାଧିକ ଯାନବାହାନ ଜାତୀୟ ରାଜପଥରେ ଅଟକି ରହିଛି । କାଲିମେଳା ପୋଲିସ ପକ୍ଷରୁ ପୋଲ ପାର ହେବାକୁ ଲୋକଙ୍କୁ ବାରଣ କରାଯାଇଛି । ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ଵରେ ନାଲିଫିତା ଟଣା ଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ଏହା ଫଳରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତ କରି ସ୍ଥିତି ଉପରେ ନଜର ରଖିଛନ୍ତି । କାଲିମେଳା ବିଡିଓ, ମଟୁ ତହସିଲଦାର ଓ ଥାନାଧିକାରୀ ମଧ୍ୟ ବୁଡ଼ି ଯାଇଥିବା ପୋଲ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରିଛନ୍ତି ।

ମାଲକାନଗିରିରେ ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ହୋଇଥିବା ବର୍ଷା ପରିମାଣ:-

ମାଲକାନଗିରି -176.0 ମିମି

ମାଥିଲି- 163.0 ମିମି

ଖାଇରପୁଟ- 221.20 ମିମି

ଚିତ୍ରାକୋଣ୍ଡା -220.46 ମିମି

କୋରୁକୋଣ୍ଡା- 217.0 ମିମି

କାଲିମେଲା -202.0 ମିମି

ପୋଡିଆ -130.5

କଣ କହିଲେ ମନ୍ତ୍ରୀ ?

ମାଲକାନଗିରିରେ ବନ୍ୟା ସ୍ଥିତିକୁ ନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟାରଖି କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଲୋକଙ୍କ ରକ୍ଷା କବଚ ଭଳି ରହିବାକୁ ନିର୍ଦ୍ଦେଶ ସରକାର ଦେଇଛନ୍ତି । ଯେଉଁ ଜାଗାରେ ପାଣି ବଢିବାର ସମ୍ଭାବନା ଅଛି, ସେ ସବୁ ଜାଗାରୁ ଲୋକଙ୍କୁ ଆଗୁଆ ଉଚ୍ଚ ଜାଗାକୁ ନେଇ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ରହିବା ଏବଂ ଭୋଜନ ବ୍ୟବସ୍ଥା କରିବାକୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ । ପରିସ୍ଥିତି ସୁଧୁରିବା ପରେ ଲୋକଙ୍କୁ ସସମ୍ମାନେ ନିଜ ଘରକୁ ପହଞ୍ଚାଇ ଦିଆଯିବ । ଏନେଇ ଏସଆରସି, ରାଜସ୍ୱ ବିଭାଗ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଘଣ୍ଟାରେ ମନ୍ତ୍ରୀଙ୍କୁ ଅଧିକାରୀମାନେ ଅପଡେଟ ଦେଉଛନ୍ତି । ଆଗାମୀ 24 ଘଣ୍ଟା ଭିତରେ ପରିସ୍ଥିତି ସଂପୂର୍ଣ୍ଣ ସୁଧୁରି ଯିବ ବୋଲି ଆଶା ।

ମାଲକାନଗିରିର ଜିଲ୍ଲା ପ୍ରଶାସନ ଏବଂ ଏସଆରସି ସବିଶେଷ ତଥ୍ୟ ଦେଇଛନ୍ତି । ବିଗତ 24 ଘଣ୍ଟା ଭିତରେ ମାଲକାନଗିରିରେ 100 ମିମି ବର୍ଷା ହୋଇଛି । ହେଲେ ବର୍ତ୍ତମାନ ବର୍ଷା କମିବା ଆରମ୍ଭ ହେଲାଣି । ବର୍ଷା ପାଇଁ ଅନେକ କମ ଉଚ୍ଚତା ଥିବା ପୋଲ ଉପରେ ପାଣି ଚାଲିଛି । ପୋଲ ଉପରେ ପାଣି ଯିବା ଫଳରେ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । ମାଲକାନଗିରି ସହରରେ ମଧ୍ୟ କିଛି ସ୍ଥାନରେ ପାଣି ପଶିବା ଫଳରେ ଲୋକ ମାନଙ୍କୁ ସେଠାରୁ ସ୍ଥାନାନ୍ତରିତ କରାଯାଇଛି । ଉଚ୍ଚ ସ୍ଥାନରେ ଲୋକ ମାନଙ୍କର ରହିବା ଏବଂ ଭୋଜନ ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଯେତେବେଳେ ପର୍ଯ୍ୟନ୍ତ ପାଣି ସଂପୂର୍ଣ୍ଣ କମି ନାହିଁ ଏବଂ ଲୋକ ଘରକୁ ଫେରିବା ଭଳି ସ୍ଥିତି ନ ଆସିଛି, ସେ ପର୍ଯ୍ୟନ୍ତ ଲୋକଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି । ପାଣି କମିବା ଆରମ୍ଭ ହେଲାଣି । ଯେଉଁଠି ରାସ୍ତା ବିଚ୍ଛିନ୍ନ ହୋଇଛି ଓ ଯେଉଁଠି ଲୋକଙ୍କୁ ସ୍ଥାନାନ୍ତର କରିବା ଆବଶ୍ୟକ ଅଛି, ସେଠାରେ ବିଡିଓ, ତହସିଲଦାର ଏବଂ ଥାନା ଆଇଆଇସିମାନେ ଉପସ୍ଥିତ ରହି ଅପରେଟ କରୁଛନ୍ତି ।

ପାଣିପାଗ ବିଭାଗର ବର୍ଷା ଅପଟେଡ: ସେପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂୂଚନା ଅନୁସାରେ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରିର ଚିତ୍ରକୋଣ୍ଡାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 220 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କୋରୁକୋଣ୍ଡାରେ 217 ମିମି ବର୍ଷା ରେକର୍ଡ ହୋଇଛି । ଅନ୍ୟ ଏହି ଜିଲ୍ଲାଗୁଡିକରେ 100ରୁ 160 ମି.ମି ମଧ୍ୟରେ ବର୍ଷା ରେକର୍ଡ ହୋଇଛି । ରାଜଧାନୀ କଟକରେ 12 ମିମି ଓ କଟକରେ 16 ମି.ମି ବର୍ଷା ରେକର୍ଡ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ରାଜ୍ୟରେ ଆଗାମୀ ୫ଦିନ ପ୍ରବଳ ବର୍ଷିବ, ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି - Odisha Weather

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରେ ସୃଷ୍ଟ ଅବପାତ ଓଡିଶା ଉପକୂଳ ମୁହାଁ ହେଉଛି । ପୂର୍ବାହ୍ନ ସୁଦ୍ଧା ଏହା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ 40 କି.ମି ଦୂରରେ ଥିଲା । ଏହା ପୁରୀ ଚିଲିକା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସହ ଆସନ୍ତା 12 ଘଣ୍ଟା ମଧ୍ୟରେ ଦୁର୍ବଳ ହେବ । ପ୍ରଭାବରେ ଓଡିଶା ଓ ଛିତଶଗଡରେ ପ୍ରବଳ ବର୍ଷା ହେବ । ଗତ ଦୁଇଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିଛି । ଉପକୂଳ ଅପେକ୍ଷା ବିଶେଷ ଭାବେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଏହି ସ୍ଥିତି ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ଜାରି ରହିପାରେ ।

ଇଟିଭି ଭାରତ, ମାଲକାନଗିରି ଓ ଭୁବନେଶ୍ବର

Last Updated : Jul 20, 2024, 7:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.