ETV Bharat / state

ଶୁଖି ଶୁଖି ଯାଉଛି ମାଛକାନ୍ଦଣା ନଦୀ, ଜଳକଷ୍ଟ ଭୋଗୁଛନ୍ତି ସହରବାସୀ - Water Problem

author img

By ETV Bharat Odisha Team

Published : Jun 10, 2024, 10:11 PM IST

Water Problem In Kendujhar: କେନ୍ଦୁଝର ଜିଲ୍ଲା ମାଛକାନ୍ଦଣା ନଦୀ ପାଣି ଶୁଖି ଯାଉଛି । ଗାଧୋଇବା ପାଇଁ ତ ଦୂରର କଥା ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି । ଅଧିକ ପଢ଼ନ୍ତୁ

ଶୁଖି ଶୁଖି ଯାଉଛି ମାଛକାନ୍ଦଣା ନଦୀ
ଶୁଖି ଶୁଖି ଯାଉଛି ମାଛକାନ୍ଦଣା ନଦୀ (ETV Bharat Odisha)

କେନ୍ଦୁଝର: ଖରାଦିନେ ତାତି ଠାରୁ ଅଧିକ ଦାଉ ସାଧୁଛି ଜଳକଷ୍ଟ । ଏପଟେ ବର୍ଷାର ଦେଖାନାହିଁ । ସେପଟେ ପାଣି ସୁଖି ମାଟି ଫାଟି ଆଁ କଲାଣି । କେନ୍ଦୁଝର ଜିଲ୍ଲା ମାଛକାନ୍ଦଣା ନଦୀ ଉପରେ ରାଜା ରାଜୁଡ଼ା ଅମଳରେ ଏକ ନଦୀ ବନ୍ଧ ବନ୍ଧାଯାଇ ବଡ ଘାଗରା ଡ୍ୟାମରୁ ସହରବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା । ସେବେଠାରୁ କେନ୍ଦୁଝର ସହରକୁ ଦୀର୍ଘ ଦିନ ଧରି ସାନ ମାଛକାନ୍ଦଣା ନଦୀରୁ ପାନୀୟ ଜଳ ଯୋଗାଣ ହୋଇ ଆସୁଛି । କିନ୍ତୁ ଏହି ନଦୀବନ୍ଧରେ ଜଳ ଧାରଣ କ୍ଷମତା କମି କମି ଯାଉଥିବା ବେଳେ ଚଳିତ ବର୍ଷ ଏହା ଶୁଖିଯାଇଛି ।

ସେପଟେ ମାତ୍ର ଅଳ୍ପ ପାଣିରୁ ସହରବାସୀଙ୍କ ସ୍ୱଳ୍ପ ତୃଷା ମେଣ୍ଟାଉଛି ଜଳ ଯୋଗାଣ ବିଭାଗ । ଏହା ଫଳରେ ସହରରେ ପାନୀୟ ଜଳ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିନ ଦିନ ଧରି ସହରର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି । ଯାହାଦ୍ବାରା ସହରବାସୀ ନାହିଁ ନଥିବା ଜଳକଷ୍ଟର ଶୀକାର ହେଉଛନ୍ତି । ବିଶେଷ କରି 1 ନମ୍ୱର ୱାର୍ଡରୁ 10 ନମ୍ବର ୱାର୍ଡ ପର୍ଯ୍ୟନ୍ତ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣି ପାଇଁ ଦୂରରେ ଥିବା ନଳକୂପ ହିଁ ସାହାରା ପାଲଟିଛି । ଗାଧେଇବା ପାଇଁ ମଧ୍ୟ ପାଣି ଟୋପେ ମିଳୁନି । ବିଭିନ୍ନ ୱାର୍ଡରେ ଥିବା ପୋଖରୀ ଗୁଡ଼ିକ ମଧ୍ୟରୁ କିଛି ରୂପାନ୍ତରିତ କାର୍ଯ୍ୟ ନେଇ ବନ୍ଦ ହୋଇ ପଡ଼ିଥିବା ବେଳେ କିଛି ପୋତି ହୋଇଗଲାଣି । ବିଶେଷ କରି ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପିଇବା ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ, ଦାବି ପୂରଣ ପାଇଁ ରାସ୍ତାରୋକ୍‌ - Protest For Drinking Water

ଏହି ସମୟରେ ସହର ପାନୀୟ ଜଳ ଯୋଗାଣ ବିଭାଗର ଟ୍ୟାଙ୍କର ହିଁ ସାହାରା ପାଲଟିଛି । ଏହି ଟ୍ୟାଙ୍କରରୁ ପାନୀୟ ଜଳ ନେବା ପାଇଁ ଲାଇନ୍ ଲଗାଇ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡୁଛି । ଯେତିକି ପାଣି ହେଉଛି ସହରବାସୀଙ୍କୁ ସେତିକିରେ ସନ୍ତୁଷ୍ଟ ହେବାକୁ ପଡୁଛି । ଏନେଇ କେନ୍ଦୁଝର ପୌରପାଳିକା ପକ୍ଷରୁ କିଛି ଟ୍ୟାଙ୍କର ଯୋଗାଇ ଦିଆଯାଉଥିବା ବେଳେ ବହୁ ସମୟରେ ପାଣି ନପାଇ ସହରବାସୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସ୍ଥାନୀୟ ଆଦିବାସୀ କହିଛନ୍ତି ଯେ, କେବେ ହେଲେ ଏହି ଡ୍ୟାମରେ ପାଣି ଶୁଖିବା ଦେଖି ନଥିଲେ । ଏବେ ପାଣି ଶୁଖି ଯାଇଥିବାରୁ ସ୍ଥାନୀୟ ଲୋକେ ଅଳ୍ପ ପାଣିରୁ ମାଛ ଧରୁଛନ୍ତି । ଏନେଇ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ବଡଘାଗରା ଡ୍ୟାମରେ ବର୍ତ୍ତମାନ 2ରୁ 3 ଦିନ ପର୍ଯ୍ୟନ୍ତ ପାଣି ରହିଛି । ବର୍ଷା ନହେଲେ ପାଣି ଆଉ ସହରବାସୀଙ୍କୁ ଯୋଗାଇ ହେବ ନାହିଁ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.