ETV Bharat / state

ମତଦାନ ପାଇଁ ଶତାୟୁ ଭୋଟରଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ - General Election 2024

author img

By ETV Bharat Odisha Team

Published : Apr 16, 2024, 11:48 AM IST

Invitation to voters for cast vote: ଘରେ ରହି ମତଦାନ କରିବେ ୮୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର । ଏନେଇ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେଲା ପ୍ରକ୍ରିୟା । ଶତାୟୁ ଭୋଟରଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇ ମତଦାନ କରିବାକୁ ପ୍ରୋତ୍ସାହିତ କରାଯାଇଛି । ଅଧିକ ପଢନ୍ତୁ

shatayu voters
shatayu voters

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଶତାୟୁ ଭୋଟରଙ୍କୁ ସମ୍ବର୍ଦ୍ଧନା ଓ ନିମନ୍ତ୍ରଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସେହିପରି ୮୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି ମତଦାନ କରିବା ଲାଗି ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି । ଘରେ ରହି ଭୋଟ ଦେବା ପାଇଁ ଫର୍ମ-୧୨ (ଡି) ପ୍ରଦାନ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାରେ ୮୫ରୁ ୧୦୦ ବର୍ଷ ବୟସ ବର୍ଗରେ ୧୭ ହଜାର ୫୩୨ ଜଣ ଭୋଟର ଅଛନ୍ତି । ଜିଲ୍ଲାରେ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୩୨ ହଜାର ୬ ଜଣ । ସେହିପରି ୫୦୪ ଜଣ ଶତାୟୁ ଭୋଟର ଚିହ୍ନଟ ହୋଇଛନ୍ତି । ଶତାୟୁ ଭୋଟରଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ ପତ୍ର ପଠାଯାଇ ମତଦାନ କରିବାକୁ ପ୍ରୋତ୍ସାହିତ କରାଯାଇଛି ।

ଏହି କ୍ରମରେ ୧୧୨-ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ-୪ ସ୍ଥିତ ଶତାୟୁ ଭୋଟର ବ୍ରଜମୋହନ ଚକ୍ରବର୍ତ୍ତୀଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଫିସର ତଥା ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସୋମବାର ସକାଳେ ବ୍ରଜଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଅନୁରୂପ ଭାବରେ ୧୧୪-ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେବି ନଗରରେ ରହୁଥିବା ଶତାୟୁ ଭୋଟର ଶଶିଧର ମିଶ୍ରଙ୍କୁ ମଧ୍ୟ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ଉପଜିଲ୍ଲାପାଳ ତଥା ଉକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଫିସର ଚିନ୍ମୟ ଆଚାର୍ଯ୍ୟ ଶଶିଧରଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିବା ସହ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କୋରାପୁଟରେ ଗଡ଼ିଲା ଭୋଟର ସଚେତନତା ରଥ, ଜିଲ୍ଲାରେ ଭୋଟହାର ବୃଦ୍ଧି ଲକ୍ଷ୍ୟ - Voter Awareness Program

ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର, ଜୟଦେବ, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା ଆଦି ୮ ବିଧାନସଭା ନିର୍ବାଚନ ମଣ୍ଡଳୀର ୫୦୪ ଜଣ ଶତାୟୁ ଭୋଟରଙ୍କୁ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୨୬୩ ଜଣ ପୁରୁଷ ଭୋଟର ଅଛନ୍ତି । ମହିଳା ଶତାୟୁ ଭୋଟରଙ୍କ ସଂଖ୍ୟା ୨୪୧ । ସେହିଭଳି ୮୫ରୁ ୧୦୦ ବର୍ଷ ବୟସ ବର୍ଗରେ ୧୭ ହଜାର ୫୩୨ ଜଣ ଭୋଟରଙ୍କୁ ଘରେ ରହି ଭୋଟ ଦେବା ପାଇଁ ଫର୍ମ-୧୨ (ଡି) ପ୍ରଦାନ କରାଯାଉଛି । ସେମାନଙ୍କ ମଧ୍ୟରେ ୯ ହଜାର ୪୮୬ ଜଣ ପୁରୁଷ ଓ ୮ ହଜାର ୪୫ ଜଣ ମହିଳାଙ୍କ ସମେତ ଜଣେ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି ।

ଜିଲ୍ଲାର ୩୨ ହଜାର ୬ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେମାନଙ୍କୁ ମଧ୍ୟ ଘରେ ରହି ଭୋଟ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ଫର୍ମ-୧୨ (ଡି) ପ୍ରଦାନ କରାଯାଉଛି । ସେମାନଙ୍କ ମଧ୍ୟରେ ୧୯ ହଜାର ୨୧୮ ଜଣ ପୁରୁଷ, ୧୨ ହଜାର ୭୮୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଉକ୍ତ ଭୋଟରମାନେ ସେମାନଙ୍କ ଇଚ୍ଛା ମୁତାବକ ଘରେ ରହି ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । କିମ୍ବା ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.