ETV Bharat / state

ପିଇବା ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ, ଦାବି ପୂରଣ ପାଇଁ ରାସ୍ତାରୋକ୍‌ - Protest For Drinking Water

author img

By ETV Bharat Odisha Team

Published : Jun 8, 2024, 7:33 PM IST

Protest For Drinking Water: ନବରଙ୍ଗପୁର ଜିଲ୍ଲାର ଦେଉଳା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଫଳରେ ନବରଙ୍ଗପୁରଠାରୁ କୋଷାଗୁମୁଡା ବ୍ଲକକୁ ଯାତାୟତ ଠପ୍‌ ହୋଇଛି । ଅଧିକ ପଢନ୍ତୁ

Protest For Drinking Water
Protest For Drinking Water (ETV Bharat Odisha)

ନବରଙ୍ଗପୁର: କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଦିନେ କି ୨ ଦିନ ନୁହଁ ମାସ ମାସ ଧରି ପାନୀୟ ଜଳ ସଙ୍କଟ ଭୋଗୁଛନ୍ତି ଗ୍ରାମବାସୀ । ନିଜର ଅସୁବିଧାକୁ ସରକାରୀ ସ୍ତରରେ ଜଣାଇଲେ ସୁଦ୍ଧା କୌଣସି ଫଳ ନପାଇବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିକ୍ରମପୁର ପଞ୍ଚାୟତର ଦେଉଳା ଗ୍ରାମରେ ଘଟିଛି । ଦେଉଳା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ ସ୍ବରୂପ ଦେଉଳା ଗ୍ରାମ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ଠାରୁ କୋଷାଗୁମୁଡା ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଏହା ମଧ୍ୟ ପଢନ୍ତୁ .... ବୌଦ୍ଧରେ ଉତ୍କଟ ପାନୀୟଜଳ ସମସ୍ୟା, ବିଡ଼ିଓଙ୍କୁ ଘେରିଲେ ମହିଳା - Drinking Water Problem in Boudh

ସୂଚନାଯୋଗ୍ୟ ଯେ ପ୍ରାୟ ଦୁଇ ହଜାର ଜନସଂଖ୍ୟା ସଂଖ୍ୟା ବିଶିଷ୍ଟ ଦେଉଳା ଗ୍ରାମରେ ୨୨ ଟି ନଳକୂପ ରହିଛି । ତେବେ ଦୀର୍ଘ ଦିନ ଧରି ସେଥିମଧ୍ୟରୁ ୧୦ରୁ ଊର୍ଦ୍ଧ୍ୱ ନଳକୂପ ବିଭିନ୍ନ କାରଣରୁ ଅଚଳ ହୋଇପଡିଛି । ଏହାସହ ଗ୍ରାମରେ ରହିଥିବା ପାନୀୟ ଜଳ ପ୍ରକଳ୍ପରୁ ଦୀର୍ଘ ପାଞ୍ଚ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଯାହାଫଳରେ ଗ୍ରାମରେ ଥିବା ଅନ୍ୟ ନଳକୂପ ମାନଙ୍କରେ ଭିଡ଼ ଜମିବା ସହ ଘଣ୍ଟା ଘଣ୍ଟା ଧରି ଲାଇନ ଲାଗୁଛି । ଗ୍ରାମର ପାନୀୟ ଜଳ ସମସ୍ୟା ନେଇ ବ୍ଲକ ପ୍ରଶାସନ ସହିତ ସ୍ଥାନୀୟ ଜିଲ୍ଲା ପରିଷଦଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ତଳସାହିରେ ବର୍ଷେ ହେବ ନଳକୂପ ଖରାପ ହେବା କାରଣରୁ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଏନେଇ ସରପଞ୍ଚ, ସମିତି ସଭ୍ୟ, ବିଡିଓ, ପିଇଓ, ଆରଡବ୍ଲୁସି ଭଳି ବିଭିନ୍ନ ପଦାଧିକାରୀଙ୍କ ନିକଟରେ ଗୁହାରି ଜଣାଇବା ସତ୍ତ୍ବେ ନିରାଶ ହୋଇଥିଲେ ଗ୍ରାମବାସୀ । ପୂର୍ବରୁ ଏ ପ୍ରକାର ସମସ୍ୟା ନେଇ ଅର୍ଜୁନ ସାହିରେ ମଧ୍ୟ ରାସ୍ତାରୋକ କରାଯାଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ସକାଳ ୭ ଟାରୁ ପ୍ରତିବାଦକୁ ଓହ୍ଲାଇବା ସହ ଦେଉଳା ଗ୍ରାମ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ଯାଏଁ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.