ETV Bharat / state

୭ ବର୍ଷ ପରେ ବି କାମରେ ଆସୁନି ପାଣି ଟାଙ୍କି, ପାଣି ପାଇଁ ଡହଳବିକଳ ଗ୍ରାମବାସୀ

Drinking water problem in Nimapada: କୋଟିଏ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ପାନୀୟ ଜଳ ପ୍ରକଳ୍ପ । କିନ୍ତୁ ନିର୍ମାଣର ୭ ବର୍ଷ ପରେ ବି କାମରେ ଆସୁନି ଏହି ପ୍ରକଳ୍ପ । ଫଳରେ ମୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଇବାକୁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ପୁରୀ ଜିଲ୍ଲା ନିମାପଡା ବ୍ଲକ ଶଗଡା ଗ୍ରାମରୁ ଏଭଳି ପାନୀୟ ଜଳ ସମସ୍ୟା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 15, 2024, 10:23 AM IST

Drinking water problem in Nimapada

ନୂଆପଡା: ବସୁଧା ଯୋଜନାରେ ଗାଁରେ ବସିଛି ପାଣି ଟାଙ୍କି । ପାଇପ୍ ବିଛାଯାଇ ଘରେ ଘରେ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିର୍ମାଣ ହୋଇଛି । ହେଲେ ଲୋକଙ୍କ କାମରେ ଆସୁନି ଏହି ପାନୀୟ ଜଳ ପ୍ରକଳ୍ପ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଦୀର୍ଘ ୭ ବର୍ଷ ବିତିଯାଇଥିଲେ ବି ଲୋକଙ୍କୁ ମିଳିପାରୁନି ପାଣି । ଫଳରେ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବାକୁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଏଭଳି ସମସ୍ୟା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ନିମାପଡା ବ୍ଲକର ଶଗଡା ପଞ୍ଚାୟତରୁ ।

ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଆଜକୁ ୭ ବର୍ଷ ତଳେ ବସୁଧା ଯୋଜନାରେ ଶଗଡା ପଞ୍ଚାୟତରେ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ 50 ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍ ଟ୍ୟାଙ୍କ ନିର୍ମାଣ ହୋଇଥିଲା । ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାଇପ୍ ବିଛାଯାଇ ପ୍ରତି ଘର ଆଗରେ ଷ୍ଟାଣ୍ଡପୋଷ୍ଟ ବସିଥିଲା । ଏଥିରୁ ପଞ୍ଚାୟତର ୫ ଗୋଟି ଓ୍ଵାର୍ଡର ହଜାର ହଜାର ଲୋକ ଉପକୃତ ହୋଇଥାନ୍ତେ । କିନ୍ତୁ ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଏଥିରୁ ଆଇରନ ଯୁକ୍ତ ପାଣି ଲୁଣି ପାଣି ବାହାରିଲା । ଏମିତିକି ଏହି ପାଣିକୁ ଗଛରେ ଦେଲେ ଗଛ ବି ମରିଗଲା । ଫଳରେ ଏହା ଆଉ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ । ଯେଉଁ କାରଣରୁ ୭ ବର୍ଷ ହେଲା ଏହି ପ୍ରକଳ୍ପଟି ଏବେ ଅଚଳ ହୋଇ ପଡିରହିଛି ।

ଏହା ମଧ୍ୟ ପଢନ୍ତୁ: ଜଳକଷ୍ଟରେ ଜର୍ଜରିତ ଗ୍ରାମବାସୀ; ଷ୍ଟାଣ୍ଡପୋଷ୍ଟ ଲାଗିଛି, ହେଲେ ପାଣି ଆସୁନି

ଏହି ପାନୀୟ ପ୍ରକଳ୍ପ ମାଧ୍ୟମରେ ଶଗଡା ପଞ୍ଚାୟତର ଶଗଡା, କନପୁର, ଦେଉଳି ଆଦି ଗ୍ରାମଗୁଡିକର ଲୋକେ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଏହି ପ୍ରକଳ୍ପ ଏଠି ଫେଲ୍ ମାରିବା ପରେ ଲୋକେ ପୂର୍ବଭଳି ଅପରିଷ୍କାର ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି । ବିଶେଷକରି ଧନୁଆ ନଦୀରେ ବନ୍ୟା ଆସିଲେ ବନ୍ୟା ପାଣି ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥାଏ । ପାଣିରେ ନଳକୂପ ବୁଡି ଯାଉଥିବା ବେଳେ ଲୋକେ ବାଧ୍ୟ ହୋଇ ଏହାର ଦୂଷିତ ପାଣିକୁ ବ୍ୟବହାର କରନ୍ତି ।

ସେପଟେ ବାରମ୍ଵାର ଟାଙ୍କିର ମରାମତି କାର୍ଯ୍ୟ ତ୍ଵାରନିତ ହେଉଥିଲେ ମଧ୍ୟ ପାନୀୟ ଜଳ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ବିଧାୟକ ଠାରୁ ଆରମ୍ଭ କରି ବିଡ଼ିଓ, ଯନ୍ତ୍ରୀଙ୍କୁ ସମସ୍ୟା ଜଣାଇଥିଲେ ମଧ୍ୟ ଫଳ ଶୂନ । ତେବେ ବିଭାଗୀୟ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ସ୍ଥାନୀୟ ସମାଜସେବୀ ଅଭିଯୋଗ କରିଥିବା ବେଳେ ଏହି ଘଟଣାରେ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ।

ସେପଟେ ପାନୀୟ ଜଳ ପ୍ରକଳ୍ପରେ ସମସ୍ୟା ରହିଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ସ୍ଵୀକାର କରିଥିବା ବେଳେ କ୍ୟାମେରା ଆଗରେ କୌଣସି ପ୍ରତିକିୟା ରଖିବାକୁ ମନା କରି ଦେଇଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ପ୍ରବୀର କୁମାର ବଳ କହିଛନ୍ତି ଯେ, ପୂର୍ବରୁ ଲାଗିଥିବା ଫିଲ୍ଟର କାମ ନକରିବା ଯୋଗୁଁ ପାନୀୟ ଜଳ ଯୋଗାଣ ହୋଇପାରିଲା ନାହିଁ । ପୁନର୍ବାର ଆଉ ଏକ ବଡ ଫିଲ୍ଟର୍ ଲଗାଯାଇ ଯଥାଶୀଘ୍ର ପାଣି ଦିଆଯିବ । ତେବେ ଶଗଡାବାସୀଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବାକୁ ଆଉ କେତେ ବର୍ଷ ଲାଗିବା ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.