ETV Bharat / state

ରାଜ୍ୟରେ ବଢୁଛି ପିଲା ଚୋରି ଗୁଜବ, ନିର୍ବାଚନ ପୁର୍ବରୁ ଭୟଙ୍କର ହେଉଛି ସ୍ଥିତି - Rumor Of Child Stealing

Rumor of Child Stealing: ସାଂଘାତିକ ରୂପ ନେଉଛି ପିଲା ଚୋରି ଗୁଜବ । ଆଇନକୁ ହାତକୁ ନେଇ ନିରିହଙ୍କୁ ପିଟୁଛନ୍ତି ଲୋକେ। ଏନେଇ ଡିଜିପି ସମସ୍ତ ଜିଲ୍ଲାର ଏସପି ଓ ଡିସିପିଙ୍କୁ ଏନେଇ କଡ଼ା କାର୍ଯାନୁଷ୍ଠାନ ନେବାକୁ କଡ଼ା ନିର୍ଦେଶ ଦେଇଛନ୍ତି ।ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 3, 2024, 4:30 PM IST

Rumor of Child Stealing
Rumor of Child Stealing
Rumor of Child Stealing

ଭୁବନେଶ୍ବର: ଦିନକୁ ଦିନ ସାଂଘାତିକ ରୂପ ନେଉଛି ପିଲା ଚୋରି ଗୁଜବ । ସୋସିଆଲ୍ ମିଡିଆରେ ଏନେଇ ଗୁଜବ ପ୍ରଚାରିତ ହେବା ପରେ ଲୋକେ ସ୍ଥାନୀୟ ଅଂଚଳରେ ଅଜଣା ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରୁଛନ୍ତି । ପୁରୀ, ଗଞ୍ଜାମ , କଟକ ପରେ ଏବେ ଭୁବନେଶ୍ୱରରେ। ଆଇନକୁ ହାତକୁ ନେଇ ନିରିହଙ୍କୁ ପିଟୁଛନ୍ତି ଲୋକେ। ଏନେଇ ଆଇନଶୃଙ୍ଖଳା ଭଳି ପରିସ୍ଥିତି ଏବେ ଉପୁଜିଛି । ନିର୍ବାଚନ ପୁର୍ବରୁ ଏଭଳି ସ୍ଥିତି ନେଇ ଚିନ୍ତାରେ ପୋଲିସ । ଏନେଇ ଡିଜିପି ସମସ୍ତ ଜିଲ୍ଲାର ଏସପି ଓ ଡିସିପିଙ୍କୁ ଏନେଇ କଡ଼ା କାର୍ଯାନୁଷ୍ଠାନ ନେବାକୁ କଡ଼ା ନିର୍ଦେଶ ଦେଇଛନ୍ତି ।

ଏନେଇ ଡିଜିପି ଅରୁଣ କୁମାର ଷଡଙ୍ଗୀ କହିଛନ୍ତି, ପିଲା ଚୋରି ଗୁଜବ ଖବର ଗାଁମାନଙ୍କରେ କିଛି ନୂଆ କଥା ନୁହେଁ । କିନ୍ତୁ ବର୍ତ୍ତମାନ ମିଡ଼ିଆ ଓ ସୋସିଆଲ ମିଡିଆ ଯୋଗୁଁ ଲୋକେ ବେଶି ମାତ୍ରାରେ ଜାଣି ପାରୁଛନ୍ତି। ଯେଉଁ ଲୋକ ସନ୍ଦେହ କରି ପିଲା ଚୋରି ଭଳି ଧରୁଛନ୍ତି ଆକ୍ରମଣ କରୁଛନ୍ତି ଏଇଟା ଠିକ ନୁହେଁ ।ଆମେ ବିହିତ ପଦକ୍ଷେପ ନେଇଛୁ ଯଦି ଗୁଜବ ହୁଏ ସମସ୍ତଙ୍କୁ ସାବଧାନ ହେବାକୁ ପଡିବ। ତେବେ ପିଲା ଚୋରିର ଗୁଜବ ପରେ ଏ ନେଇ ଏବେ ପୋଲିସ କଣ୍ଟ୍ରୋଲ‌ ରୁମକୁ ଅନେକ ଅଲ୍ ଆସୁଛି। ଲୋକେ ଆଇନକୁ ହାତକୁ ନେଇ କେଉଁଠି କାହାକୁ ଆକ୍ରମଣ କଲେଣି । କାହାକୁ ବାନ୍ଧି ମାଡ଼ ମାରି ଲହୁଲୁହାଣ କରୁଛନ୍ତି । ଯାହାର କ୍ରମରେ ଭୁବନେଶ୍ୱର ଏବେ ଲଗାତାର‌ କେତୋଟି ଘଟଣା ନଜର ଆସିଛି। ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଶୈଳଶ୍ରୀ ବିହାର , ଇନଫୋସିଟି ଥାନା ମୈତ୍ରୀ ବିହାର ଓ ମଞ୍ଚେଶ୍ବର ଥାନା ପଳାଶୁଳି ଅଞ୍ଚଳରୁ ଏଭଳି ଘଟଣା ଆସିବା ପରେ ‌ପୋଲିସ କିଛି ମହିଳା ଓ ନୀରିହ ଲୋକଙ୍କୁ ଲୋକଙ୍କ ଆକ୍ରୋଶରୁ ଉଧାର‌ କରିଛି । ତେବେ ଏହି ଘଟଣା ଏବେ ଏକ‌ପ୍ରକାର ଚିନ୍ତା ଜନକ ବିଷୟ ହୋଇଛି।

ଏହା ମଧ୍ୟ ପଢନ୍ତୁ-ପୁରୀରେ ପିଲା ଚୋରି ନେଇ ଅଭିଭାବକ ମହଲରେ କୋକୁଆ ଭୟ ! ଅଭିଯୋଗକୁ ଗୁଜବ କହିଲେ ଏସପି

ପ୍ରକାଶ ଥାଉକି, ଗତ ମାସ ୧୫ ତାରିଖରେ ପୁରୀ ସଦର ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ୩ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଭିଡିଓ ଭାଇରାଲ୍ କରିଥିଲେ ସ୍ଥାନୀୟ ଯୁବକ । ଏହି ଘଟଣା ପରେ ଉଗ୍ରରୁପ ନେଇଥିଲା ପିଲା ଚୋରି ସନ୍ଦେହ ଗୁଜବ। ଫଳରେ ପୋଲିସ ଏନେଇ ପ୍ରଚାର କରିବା ସହ ପୁରୀ ଏସପି ଏନେଇ ଗୁଜବ ଉପରେ ବିଶ୍ବାସ ନ କରିବାକୁ ପୁର୍ବରୁ ଚେତାବନୀ ଦେଇଥିଲେ। ସେହିପରି 30ମାର୍ଚ୍ଚ ଇନଫୋସିସ ଥାନା ପ୍ରଶାନ୍ତି ବିହାରରୁ ଜଣେ କବାଡିଆ ବ୍ୟବସାୟୀକୁ ଲୋକେ ପିଲା ଚୋରି ସନ୍ଦେହରେ ଧରି ପୋଲିସ ଜିମାରେ ଦେଇଥିଲେ । ପରେ ପୋଲିସ ଗୁଜବ ବୋଲି ସେହି ଲୋକଟିକୁ ଛାଡ଼ି ଦେଇଥିଲା। ଅନ୍ୟପଟେ ୨୨ ମାର୍ଚ୍ଚରେ ମହେଶ୍ବର ଥାନା ପଳାଶୁଣି ଅଞ୍ଚଳରୁ ଦୁଇ ଜଣ ମହିଳାଙ୍କୁ ପିଲାଚୋର ବୋଲି ଲୋକେ ଅଟକ ରଖିଥିବା ବେଳେ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ । ଏହା ପରେ ପୋଲିସ ସେମାନଙ୍କୁ ଥାନାକୁ ଆଣି ଅଣଓଡ଼ିଆ ଦୁଇ ମହିଳାଙ୍କୁ ଭେରିଫିକେସନ ପରେ ଛାଡ଼ି ଦେଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.