ମାଲକାନଗିରି: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ଭଡ଼ାଘରୁ ୧ ଲକ୍ଷ 20ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ଏଥିସହ ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ସ୍କାନରରେ ୨ ସରକାରୀ ବାବୁ, ନିଯୁକ୍ତି ଆଳରେ ନେଉଥିଲେ ୬୦ ହଜାର ଟଙ୍କା
ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ମାଲକାନଗିରିର ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର ଓ ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଦେଉଳି ପଞ୍ଚଘୁଣ୍ଟା ଅଞ୍ଚଳର ତିନି ମହଲା ବିଶିଷ୍ଟ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ବାସଭବନ ଉପରେ ଏକା ସମୟରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ମାଲକାନଗିରି ସମେତ ନିଜ ଘର ଜଳେଶ୍ଵର ଓ ଭୁବନେଶ୍ବରରେ ଥିବା ନିଜସ୍ୱ ଏକ ଫ୍ଲାଟ୍ ଓ ପୋଖରୀପୁଟରେ ଥିବା ଶଶୁର ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ଟିମରେ ଜଣେ ଆଡ଼ିସିନାଲ ଏସପି, ୩ଜଣ ଡିଏସପି, ୮ ଜଣ ଇନିସ୍ପେକ୍ଟର, ୮ ଜଣ ଏଏସଆଇ ସମେତ ଅନ୍ୟ ଅଧିକାରୀମାନେ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ - ଭିଜିଲାନ୍ସ ଜାଲରେ ଇନସ୍ପେକ୍ଟର, କାର୍ ବୋଝେଇ ଟଙ୍କା ସହ ଧରାପଡ଼ିଲେ
ଏହା ମଧ୍ୟ ପଢନ୍ତୁ - ଭିଜିଲାନ୍ସ ଜାଲରେ ନୟାଗଡ ଏମଭିଆଇ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢ଼ାଉ
ମାଲକାନଗିରି ଭଡ଼ା ଘରୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଟଙ୍କା ନଗଦ ମିଳିଥିବା ବେଳେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟର ପାସବୁକ ସହ 30ଟି ଏଟିଏମ୍ ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ । ଜୟପୁର ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ବରେ ଏହି ଚଢ଼ାଉ ଜାରି ରହିଛି । ୨୦୦୮ ମସିହା ଠାରୁ ସଞ୍ଜୟ କୁମାର ମହାନ୍ତି ଜଳସମ୍ପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରିଆସୁଛନ୍ତି । ମାଲକାନଗିରିଠାରେ ଭିଜିଲାନ୍ସର ତିନୋଟି ଟିମ୍ ଚଢାଉ ଜାରି ରଖିଛି । ସେହିପରି ଗତ କିଛି ଦିନ ପୂର୍ବେ ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନସ୍ଥ କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା 9 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ଏନେଇ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଥିଲେ ।
ଇଟିଭି ଭାରତ, ମାଲକାନଗିରି