ETV Bharat / state

Vigilance raid; ତାଳଚେର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଅଡୁଆରେ DDM ଧରଣୀଧର ନାୟକ, 9 ସ୍ଥାନରେ ଏକକାଳୀନ ଚଢାଉ, ମିଳିଲା ବଡ ବଡ କୋଠା - Vigilance raid

author img

By ETV Bharat Odisha Team

Published : Sep 2, 2024, 9:21 AM IST

Updated : Sep 2, 2024, 10:30 AM IST

Vigilance raid at Talcher Deputy Director of Mines Dharanidhar Nayak; DDM ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଧରଣୀଧରଙ୍କ 9ଟି ଠିକଣାରେ ଏକକାଳୀନ ରେଡ୍ । ଭୁବନେଶ୍ବର, କେନ୍ଦୁଝର ଓ ଅନୁଗୁଳର 9ଟି ସ୍ଥାନରେ ରେଡ୍ । ଅଧିକ ପଢନ୍ତୁ

Vigilance raid
Vigilance raid (ETV Bharat Odisha)

ଭୁବନେଶ୍ବର/ଅନୁଗୋଳ: ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଅଧିକାରୀ ତଥା ଡେପୁଟି ଡାଇରେକ୍ଟର ଧରଣୀଧର ନାୟକ ସମ୍ପତ୍ତି ନେଇ ଚାଲିଛି ସର୍ଚ୍ଚ ଅପରେସନ । ଏକକାଳୀନ ୮ଟି ସ୍ଥାନରେ‌ ବଡ ରେଡ ଚାଲିଥିବା ବେଳେ ଭିଜିଲାନ୍ସ ପାଇଛି କୋଠାର ଗୋଟିଏ ପରେ ଗୋଟିଏ ସୁରାକ ।

Vigilance raid (ETV BHARAT Odisha)
ତେବେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ । ସକାଳୁ ସକାଳୁ ୧୦ ଡିଏସପି ଓ ୧୬ଇନସ୍ପେକ୍ଟରଙ୍କ ସହ ୭ ଏସଆଇଙ୍କ ଜରିଆରେ ରେଡ ବେଳେ 9ଟି ସ୍ଥାନରେ ଭିଜିଲାନ୍ସ ହାତରେ‌ ଲାଗିଛି ବାବୁଙ୍କ କୋଠାର ସୁରାକ ।
Vigilance raid
Vigilance raid (ETV Bharat Odisha)

ଭିଜିଲାନ୍ସ ଜାଲରେ ଖଣି ଉପ ନିର୍ଦ୍ଦେଶକ, ୯ଟି ସ୍ଥାନରେ ଚାଲିଛି ରେଡ଼-

ଅନୁଗୋଳ ଜିଲା ତାଳଚେରରେ କାର୍ଯ୍ୟରତ ଡେପୁଟି ଡ଼ାଇରେକ୍ଟର ମାଇନ୍ସଙ୍କ ଅଫିସ ଓ ସରକାରୀ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ଏକକାଳୀନ ୯ ସ୍ଥାନରେ ଚଢ଼ାଉ ଜାରି ରଖିଛି ବିଭାଗ । DDM ଧରିଣୀଧର ନାୟକଙ୍କ ଘରେ ଚାଲିଛି ଚଢ଼ାଉ । ଅନୁଗୋଳ ଭିଜିଲାନ୍ସ ଟିମ କରୁଛି ଛାନଭିନ ।

ଆୟବହୂର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ । ଆଜି ଅନୁଗୋଳର ତାଳଚେର ସ୍ଥିତ ଖଣି ଉପ ନିର୍ଦେଶକ ଅଫିସ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ସୂଚନା ଅନୁସାରେ ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ହିଛି । ଅନୁଗୋଳ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଏହି ଯାଞ୍ଚ ଜାରି ରଖିଛି ।

ଧରଣୀଧରଙ୍କ ତାଳଚେର ଅଫିସ ଓ ସରକାରୀ ବାସଭବନ, ସମେତ ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବର ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ବଶୂର ଘରରେ ଏକକାଳୀନ ରେଡ୍ ଚାଲିଛି ।

ଏହା ବି ପଢନ୍ତୁ- ଭିଜିଲାନ୍ସ ଜାଲରେ CHSE ଅଧିକାରୀ: ଏକକାଳୀନ 3ଟି ସ୍ଥାନରେ ରେଡ୍, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ - VIGILANCE RAID

ଭୁବନେଶ୍ବର ପଟିଆ ଶିଶୁ ବିହାରରେ ଥିବା ଅର୍କିଡ ଆପାର୍ଟମେଣ୍ଟରର ଫ୍ଲାଟ ନମ୍ବର ୨୦୫ରେ ଜାରି ରହିଛି ରେଡ୍ । ଯେଉଁଠି ସେ ଆପାର୍ଟମେଣ୍ଟରରେ ରହୁଥିଲେ । ସେହିପରି କେନ୍ଦୁଝର ତେଲକୋଇରେ ଦୁଇ ମହଲା କମର୍ସିଆଲ ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଛି । ଯେଉଁଠି ଉପରେ ୯ଟି ଦୋକାନ ବିଶିଷ୍ଟ ଓ ତଳେ ୬ ଦୋକାନ ବିଶିଷ୍ଟ କମ୍ପ୍ଲେକ୍ସ ଠାବ କରାଯାଇଛି । ସେହିପରି ଜଗମୋହନ ପୁରରେ ଥିବା ପୈତୃକ ଘର ମଧ୍ୟ ଠାବ ହୋଇଛି ତା ସହିତ ଏକ ଅର୍ଦ୍ଧନିର୍ମିତ ଦୁଇ ମହଲା କୋଠାର ମଧ୍ୟ ଠାବ ହୋଇ ତେଲକୋଇରେ । ତେବେ ଏନେଇ ବାବୁଙ୍କ ଗହଣା ଟଙ୍କା ଓ ଗାଡ଼ିର ମଧ୍ୟ ହିସାବ ନିକାଶ ଚାଲିଛି । ଖଣି ବିଭାଗ ଅଧିକାରୀ ଭାବେ ସେ କାର୍ଯ୍ୟରତ ।

ଏହା ବି ପଢନ୍ତୁ- 7000 ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମ୍ବଲପୁର ଆରଆଇ ଓ ଅମିନ, ଗତକାଲି 20 ଲାଞ୍ଚୁଆ ଅଧିକାରୀଙ୍କ ତଥ୍ୟ ମାଗିଥିଲା SIT - sambalpur RI Amin in Vigilance net

  • ତାଳଚେର ଖଣି ଉପନିର୍ଦେଶକଙ୍କ ଘରେ ରେଡ୍
  • DDM ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍
  • ଧରଣୀଧରଙ୍କ ୮ଟି ଠିକଣାରେ ଏକକାଳୀନ ରେଡ୍
  • ଚଢ଼ାଉରେ ୧୦ DSP, ୧୬ ଇନ୍ସପେକ୍ଟର, ୭ SI ସାମିଲ
  • ଭୁବନେଶ୍ବର, କେନ୍ଦୁଝର ଓ ଅନୁଗୁଳର ୮ଟି ସ୍ଥାନରେ ରେଡ୍
  • କେନ୍ଦୁଝରର ମାର୍କେଟ କଂପ୍ଲେକ୍ସ, ପୈତୃକ ଘରେ ରେଡ୍
  • ଅନୁଗୁଳ ଅଫିସ ଓ ଭଡ଼ା ଘରେ ବି ଚାଲିଛି ରେଡ୍
  • ଭୁବନେଶ୍ବର ପଟିଆ ଶିଶୁବିହାରରେ ବି ଚାଲିଛି ରେଡ୍

Vigilance raid
Vigilance raid (ETV Bharat Odisha)

ଭିଜିଲାନ୍ସ ପଞ୍ଝାରେ ପୋଲିସ ଅଧିକାରୀ-

ଲାଞ୍ଚ ନେବାବେଳେ ପୋଲିସ ଅଧିକାରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାର ଏଏସଆଇ ରାମଚନ୍ଦ୍ର ସୋରେନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ନିକଟରେ ପଡିଥିଲେ । ଟାଉନ ଥାନାର ଏକ ମାମଲାରେ ସମ୍ପୃକ୍ତଙ୍କ ନାମ କାଟିବା ପାଇଁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରା ପଡିଥିଲେ ।

Vigilance raid
Vigilance raid (ETV Bharat Odisha)

ଅଡୁଆ ଘେରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSEର ଅଧିକାରୀ-

ଭିଜିଲାନ୍ସ ପଞ୍ଝାରେ CHSE ଅଧିକାରୀ । CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ ଭୁବନେଶ୍ବରରେ ୨ଟି ସ୍ଥାନ ଓ ଜଗତସିଂହପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏକ କାଳୀନ ୩ଟି ସ୍ଥାନରେ ହୋଇଥିଲା ଭିଜିଲାନ୍ସ ରେଡ୍ । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା ।

Last Updated : Sep 2, 2024, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.