ETV Bharat / state

ଲାଞ୍ଚ ନେଉଥିଲେ ପୋଲିସ ବାବୁ, ମାଡି ବସିଲା ଭିଜିଲାନ୍ସ - VIGILANCE RAID

author img

By ETV Bharat Odisha Team

Published : Jul 4, 2024, 10:46 PM IST

Vigilance Raid: ଲାଞ୍ଚ ନେଇ ଧରାପଡିଛନ୍ତି ପୋଲିସ ଥାନାଧିକାରୀ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାରେ କାର୍ଯ୍ୟରତ ବିବେକାନନ୍ଦ ସାହୁ ନାମକ ଜଣେ ଏସଆଇ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ

Vigilance Raid
Vigilance Raid (ETV Bharat Odisha)

ଜଗତସିଂହପୁର: ଲାଞ୍ଚ ନେଇ ଧରା ପଡିଲେ ଲାଞ୍ଚୁଆ ପୋଲିସ ବାବୁ । ଲୋକଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ ଆଳରେ ନେଉଥିଲେ ଲାଞ୍ଚ । ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ରେ କାର୍ଯ୍ୟରତ ବିବେକାନନ୍ଦ ସାହୁ ନାମକ ଜଣେ ଏସଆଇ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ ତାଙ୍କୁ ଗିରଫ କରିଛି । ଏହି ଘଟଣାରେ କଟକ ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ଏସଆଇଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଗୋଇ ଗ୍ରାମର ସରୋଜ ସ୍ବାଇଁ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ଉଗ୍ର ହେବାରୁ ସରୋଜ ସ୍ବାଇଁ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ ।

Vigilance Raid (ETV Bharat Odisha)

କୁଜଙ୍ଗ ଥାନା ଏସ ଆଇ ବିବେକାନନ୍ଦ ସାହୁ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲେ । ପରେ ଏହି ମାମଲା କୋର୍ଟକୁ ଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଉଭୟ ପକ୍ଷ ପୋଲିସ ଉପସ୍ଥିତିରେ ଅପୋଷ ସମାଧାନ ପାଇଁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏଥିରେ ମଞ୍ଜୁରୀ ଦେବାରୁ ଉଭୟ ପକ୍ଷ ଥାନାରେ ତଦନ୍ତ କରୁଥିବା ଏସଆଇକୁ ସମାଧାନ ପାଇଁ ନିବେଦନ କରିଥିଲେ, ହେଲେ ଲାଞ୍ଚୁଆ ପୋଲିସ ବାବୁ ସମାଧାନ ପାଇଁ 8 ହଜାର ଟଙ୍କା ଲାଞ୍ଚ ସରୋଜ ସ୍ବାଇଁଙ୍କୁ ମାଗିଥିଲେ । ଏଥିରେ ସେ ରାଜି ନ ହେବାରୁ ସମାଧାନ ହୋଇ ପାରିନଥିଲା ।

ଏହା ମଧ୍ୟ ପଢନ୍ତୁ ... ଭିଜିଲାନ୍ସ ଜାଲରେ କୋଟିପତି ପିଇଓ, ୩ଟି ସ୍ଥାନରେ ଏକକାଳୀନ ରେଡ୍ - Kaniguma PEO Arrested

ମାମଲାକୁ ଆଉଥରେ କୋର୍ଟକୁ ପଠାଇବାକୁ ଧମକ ଦେଇ ପୋଲିସ ବାବୁ ଜଣଙ୍କ ଅର୍ଥଦାବି କରିଥିଲେ । ଏହି ଘଟଣା ସମ୍ପର୍କରେ ସରୋଜ ସାହୁ କଟକ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ । ଆଜି ସନ୍ଧ୍ୟାରେ ଭିଜିଲାନ୍ସ ଅଧିକାରୀ ମାନେ ଆଠ ହଜାର ଟଙ୍କାରେ ରାସାୟନିକ ପ୍ରଲେପ ଦେଇ ସରୋଜ ସାହୁଙ୍କ ମାଧ୍ୟମରେ ସମ୍ପୃକ୍ତ ଏସଆଇଙ୍କୁ ଦେବାପାଇଁ କହିବା ସହିତ କୁଜଙ୍ଗ ଥାନା ନିକଟରେ ଛପି ରହିଥିଲେ । ସରୋଜ ସାହୁ ଲାଞ୍ଚ ଟଙ୍କା ଦେବାବେଳେ ଲାଞ୍ଚୁଆ ଏସଆଇ କୁ ଭିଜିଲାନ୍ସ ଅଧିକାରୀ ମାନେ କାବୁ କରିବା ପାଇଁ ଉଦ୍ୟମ କରିବା ବେଳେ ସେ ଖସି ଜଗତସିଂହପୁର ଆଡକୁ ପଳାଇ ଯାଇଥିଲେ । ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ତାଙ୍କୁ ପିଛା କରି କାବୁ କରିନେବା ପରେ ପ୍ରଥମେ ଜଗତସିଂହପୁର ଓ ପରେ କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ଅଧିକ ପଚରା ଉଚରା କରାଯାଉଛି । ଏହି ଘଟଣା କୁଜଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.