ETV Bharat / state

ଅନୂକୂଳ ତଥା ଉପଯୋଗୀ ନୀତି ଯୋଗୁଁ ରାଜ୍ୟର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ସମ୍ଭବ ହୋଇଛି: ମନ୍ତ୍ରୀ ଅତନୁ

author img

By ETV Bharat Odisha Team

Published : Feb 18, 2024, 11:02 PM IST

Vibrant Odisha Conclave 2024: ରାଜଧାନୀରେ ଆୟୋଜିତ ହୋଇଛି ଭାଇବ୍ରାଣ୍ଟ ଓଡିଶା କନକ୍ଲେଭ -୨୦୨୪ । ଯେଉଁଥିରେ ରାଜ୍ୟର ବିଶିଷ୍ଟ ଅର୍ଥନୀତିଜ୍ଞ, ଶିଳ୍ପ ବିଶେଷଜ୍ଞ, ବୁଦ୍ଧିଜୀବୀ ଏବଂ ଶିକ୍ଷାବିତମାନେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ,

ଆୟୋଜିତ ହେଲା ଭାଇବ୍ରାଣ୍ଟ ଓଡିଶା କନକ୍ଲେଭ 2024

ଭୁବନେଶ୍ବର: ରାଜଧାନୀରେ ଆୟୋଜିତ ହୋଇଛି ଭାଇବ୍ରାଣ୍ଟ ଓଡିଶା କନକ୍ଲେଭ -୨୦୨୪ । ଯେଉଁଥିରେ ରାଜ୍ୟର ବିଶିଷ୍ଟ ଅର୍ଥନୀତିଜ୍ଞ, ଶିଳ୍ପ ବିଶେଷଜ୍ଞ, ବୁଦ୍ଧିଜୀବୀ ଏବଂ ଶିକ୍ଷାବିତମାନେ ଯୋଗ ଦେଇଛନ୍ତି । ରାଜ୍ୟର ଅର୍ଥନୀତି କିଭଳି ସର୍ବବ୍ୟାପୀ ତଥା ସମାବେଶୀ ହୋଇପାରିବ ଏବଂ ଏହାର ଆବଶ୍ୟକତା ବିଷୟରେ ଆଲୋଚନା କରାଯାଇଛି । ଓଡ଼ିଶା ବିଗତ ଦିନରେ କରିଥିବା ଉନ୍ନତି ତଥା ଅର୍ଥନୀତି ବିଷୟରେ ମଧ୍ୟ ଆଲୋଚନା କରାଯାଇଛି ।

କନକ୍ଲେଭରେ ଭାଗ ନେଇଥିବା ବିଶେଷଜ୍ଞମାନଙ୍କ ମତରେ, ଓଡିଶାର ଅର୍ଥନୀତି ଏବେ ବେଶ୍ ସୁଦୃଢ ରହିଛି। ରାଜ୍ୟର ଅଭିବୃଦ୍ଧି ହାର ମଧ୍ୟ ବହୁତ ଉତ୍ସାହଜନକ ରହିଛି । ଏହି କନକ୍ଲେଭରେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି , "ଏବେ ଧାରବାହିକ ଭାବରେ ରାଜ୍ୟର ବାର୍ଷିକ ଅଭିବୃଦ୍ଧି ହାର ହାରାହାରି ୭ ପ୍ରତିଶତ ଉପରେ ରହୁଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଏହି ଅଭିବୃଦ୍ଧିର ସୁଫଳ ସରକାର ଜନସାଧାରଣଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଭିତିଭୂମି ନିର୍ମାଣ ମାଧ୍ୟମରେ ଉପଲବ୍‌ଧ କରାଉଛନ୍ତି ।’ ଏକ ସମୟ ଥିଲା ଯେତେବେଳେ ରାଜ୍ୟରେ ଯଥେଷ୍ଟ ପରିମାଣର ସେତୁ, ଭଲ ରାସ୍ତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିଲା କିନ୍ତୁ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ସରକାର ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା କରାଇପାରିଛନ୍ତି । ରାଜ୍ୟରେ ମାତ୍ର ତିନି ଗୋଟି ମେଡିକାଲ କଲେଜ ଥିଲା । ଏବେ ଏହି ସଂଖ୍ୟା ୧୭ରେ ପହଞ୍ଚିଛି । ବିଭିନ୍ନ ସ୍ଥାନରେ ଉନ୍ନତ ସ୍ୱସ୍ଥ୍ୟସେବା ଯୋଗାଇ ଦେବା ଲାଗି ଭଲ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି । ମାଆ ଏବଂ ପିଲାମାନଙ୍କୁ ସରକାର ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି । ଫଳସ୍ୱରୂପ, ମାତୃ ମୃତ୍ୟୁ ହାର ଏବଂ ଶିଶୁ ମୃତ୍ୟୁ ହାର ବହୁ ପରିମାଣରେ ହ୍ରାସ ପାଇଛି । ରାଜ୍ୟର ଯୁବକମାନଙ୍କୁ ଦକ୍ଷତା ପ୍ରଦାନ ମାଧ୍ୟମରେ ରୋଜଗାର କ୍ଷମ କରାଯାଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ.... ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ପାରିଶ୍ରମିକ 15 ହଜାରକୁ ବୃଦ୍ଧି

ଏହି ସମାବେଶରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କହିଛନ୍ତି, "ନବୀନ ପଟ୍ଟନାୟକ ସରକାରଙ୍କ ଅଧୀନରେ ୨୪ ବର୍ଷ ମଧ୍ୟରେ ରାଜ୍ୟ ଏକ ରାଜସ୍ୱ ଏକ ନିଅଣ୍ଟ ରାଜସ୍ୱ ଅର୍ଥନୀତିରୁ ଏକ ବଳକା ଅର୍ଥନୀତିରେ ପରିଣତ ହୋଇପାରିଛି । ରାଜ୍ୟର ରାଜନୈତିକ ସ୍ଥିରତା ଏବଂ ସକ୍ରିୟ ତଥା ଅନୂକୂଳ ଶିଳ୍ପ ନୀତି ଯୋଗୁଁ ଓଡିଶା ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ସ୍ଥାନ ହୋଇପାରିଛି ।" ଏହା ସହ ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଓଡିଶାର ପ୍ରମୁଖ ଶିଳ୍ପପତି ଆର.ପି ଗୁପ୍ତା ସ୍ୱାଧୀନତା ପରବର୍ତ୍ତୀ ଯୁଗରେ ଭାରତ ଓ ଓଡିଶାରେ ହୋଇଥିବା ଶିଳ୍ପ ଅଭିବୃଦ୍ଧିର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ । ଦେଶର ବିକାଶରେ ସହଯୋଗ କରିଥିବା ବିଭିନ୍ନ ରାଷ୍ଟ୍ରାୟତତ୍ତ ସଂସ୍ଥା ଗଠନ ପାଇଁ ସେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ଶ୍ରେୟ ପ୍ରଦାନ କରିଥିଲେ । ରାଜ୍ୟର ଶିଳ୍ପ ବିକାଶରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଗ୍ରଣୀ ଭୂମିକା ଯୋଗୁ ରାଜ୍ୟରେ ଦ୍ରୁତ ଶିଳ୍ପ ପ୍ରଗତି ସମ୍ଭବ ହୋଇପାରିଛି । ଓଡିଶାର ଦାରିଦ୍ର‌୍ୟ ହାରରେ ମଧ୍ୟ ବ୍ୟାପକ ହ୍ରାସ ଘଟିଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.