ETV Bharat / state

ଧାରଣାରେ ପ୍ରାଣୀ ଚିକିତ୍ସକ, ସିଡିଭିଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ପଶୁପାଳକ - ପ୍ରାଣୀ ଚିକିତ୍ସକ ଧାରଣା

Veterinary Doctors Strike: 22 ଦିନରେ ପହଞ୍ଚିଲା ଓଡିଶା ପ୍ରାଣୀ ଚିକିତ୍ସା ସଂଘର ଧାରଣା । ସେପଟେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ସୁବିଧା ନପାଇବାରୁ ସିଡିଭିଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ପଶୁପାଳକ । ଅଧିକ ପଢନ୍ତୁ

ଧାରଣାରେ ପ୍ରାଣୀ ଚିକିତ୍ସକ
Veterinary Doctors Strike
author img

By ETV Bharat Odisha Team

Published : Feb 9, 2024, 2:29 PM IST

ଧାରଣାରେ ପ୍ରାଣୀ ଚିକିତ୍ସକ

ନବରଙ୍ଗପୁର: ବିଭିନ୍ନ ଦାବି ନେଇ ନବରଙ୍ଗପୁର ଜିଲ୍ଲାରେ ଧାରାଣା ଜାରି ରଖିଛନ୍ତି ଓଡିଶା ପ୍ରାଣୀ ଚିକିତ୍ସା ସଂଘର କର୍ମୀ । 22 ଦିନ ହେଲା ଧାରଣା ଜାରି ରହିଥିବା ବେଳେ ପ୍ରାଣୀ ଚିକିତ୍ସାଳୟରେ ତାଲା ଝୁଲୁଛି । ଫଳରେ ଚିକିତ୍ସା ଅଭାବରୁ ପଶୁପକ୍ଷୀଙ୍କ ଜୀବନ ଯାଉଛି । ପଶୁଙ୍କ ଚିକିତ୍ସା ସୁବିଧାନ ନପାଇବାରୁ ସିଡିଭିଓଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ପଶୁପାଳକ ।

ନବରଙ୍ଗପୁର ଜିଲ୍ଲାର 31 ଜଣ ପ୍ରାଣୀ ଚିକିତ୍ସା ଡାକ୍ତରଙ୍କ ସମୂହ ଛୁଟିରେ ରହିବା ସହିତ କଳା ବ୍ୟାଚ ପରିଧାନ କରି ଧାରଣା ଦେଇଛନ୍ତି । ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା, ରାଜ୍ୟରେ ପ୍ରାଣୀଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି ଓ ନିଯୁକ୍ତି ନେଇ ଧାରଣା ଦେଇଛନ୍ତି ପ୍ରାଣୀ ଚିକିତ୍ସକ । ଗତ 18 ତାରିଖଠାରୁ ଆଜି ପର୍ଯ୍ୟନ୍ତ ଧାରଣା ଜାରି ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ପ୍ରାଣୀ ଚିକିତ୍ସା ଠପ୍ ହୋଇଯାଇଛି l ରାଜ୍ୟ ସରକାର ଯେପର୍ଯ୍ୟନ୍ତ ଦାବିଗୁଡିକ ପୂରଣ କରିବେ ନାହିଁ ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପ୍ରାଣୀ ଚିକିତ୍ସା ଡାକ୍ତର ସେବା ସଂଘ କହିଛି ।

ଏହା ମଧ୍ୟ ପଢନ୍ତୁ-ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମହିଳାଙ୍କ ବିକ୍ଷୋଭ

ଦୀର୍ଘ 22/23 ବର୍ଷ ଧରି ପଦୋନ୍ନତିରେ ତିନି ଗୁଣା କାର୍ଯ୍ୟଭାର ବହନ କରି ନିଜର ସେବା ଜାରି ରଖିଥିବା ଓଡିଶାର ପ୍ରାଣୀ ଚିକିତ୍ସକମାନେ ଅନେକ ଥର ସରକାର ନିକଟରେ ଦାବିଗୁଡିକୁ ଉପସ୍ଥାପନା କରିଆସିଛନ୍ତି l ସରକାରଙ୍କ ପକ୍ଷରୁ ପ୍ରତିଶୃତି ମିଳୁଥିଲେ ମଧ୍ୟ ତାହା ପୂରଣ ହୋଇପାରୁ ନାହିଁ । ସମାନ ଦାବିକୁ ନେଇ ଗତ ବର୍ଷ ମେ' ମାସରେ ପ୍ରାଣୀ ଚିକିତ୍ସା ଡାକ୍ତରମାନେ ସମୂହ ଛୁଟିରେ ରହିଥିଲେ । ସେହି ସମୟରେ ସରକାରଙ୍କ ପ୍ରତିଶୃତି ମିଳିଥିଲା କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାନଯିବାରୁ ଜିଲ୍ଲାର ସମସ୍ତ ପ୍ରାଣୀଚିକିତ୍ସା ଡାକ୍ତରମାନେ ପୁଣିଥରେ ଧାରଣାକୁ ଓହ୍ଲାଇଛନ୍ତି l

1- ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା 24 ଘଣ୍ଟା ସେବା ବ୍ୟବସ୍ଥା

2- ବିଶେଷଜ୍ଞ ସେବା ବ୍ୟବସ୍ଥା

3- ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା

4- ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି(ଡି.ଏ.ସି. ପି ) ସୁବିଧା ।

5- ରାଜ୍ୟରେ ପ୍ରାଣୀଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ନିଯୁକ୍ତି ଓ କ୍ୟାଡ଼ର ପୁର୍ନଗଠନ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.