ETV Bharat / state

6 ଦଫା ଦାବି ନେଇ ଧାରଣାରେ ବସିଲେ ଗ୍ରାମ୍ୟ କୃଷି କର୍ମଚାରୀ

author img

By ETV Bharat Odisha Team

Published : Feb 13, 2024, 8:20 PM IST

Protest by VAW Association: ଶାନ୍ତିପୂର୍ଣ୍ଣ ଧାରଣାରେ ବସିଲେ ଗ୍ରାମ୍ୟ କୃଷି କର୍ମଚାରୀ । ଛଅ ଦଫା ଦାବି ନେଇ ଆନ୍ଦୋଳକୁ ଓହ୍ଲାଇଛି ସଂଘ । ଅଧିକ ପଢନ୍ତୁ

ଧାରଣାରେ ବସିଲେ ଗ୍ରାମ୍ୟ କୃଷି କର୍ମଚାରୀ
ଧାରଣାରେ ବସିଲେ ଗ୍ରାମ୍ୟ କୃଷି କର୍ମଚାରୀ

ଧାରଣାରେ ବସିଲେ ଗ୍ରାମ୍ୟ କୃଷି କର୍ମଚାରୀ

କେନ୍ଦୁଝର: ଶାନ୍ତିପୂର୍ଣ୍ଣ ଧାରଣାରେ ବସିଲେ ଗ୍ରାମ୍ୟ କୃଷି କର୍ମଚାରୀ । ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଗଣ ଧାରଣା ଦିଆଯାଇଛି । ସଂଘ ଛଅ ଦଫା ଦାବି ନେଇ ଆନ୍ଦୋଳକୁ ଓହ୍ଲାଇଛି । କୃଷି କର୍ମଚାରୀଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉଦାସିନ ରହୁଥିବା ଅଭିଯୋଗ କରାଯାଇଛି । ଏହି ଆନ୍ଦୋଳନ କାରଣରୁ କୃଷି ଓ କୃଷକଙ୍କର କୌଣସି କ୍ଷତି ଘଟିଲେ ବିଭାଗ ଓ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଆନ୍ଦେଳନକୁ ଓହ୍ଲାଇଛନ୍ତି ଗ୍ରାମ୍ୟ କୃଷି କର୍ମଚାରୀ ସଂଘ । ଦୀର୍ଘ ମାସ ଧରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସରକାରଙ୍କ ଦ୍ବାରା ଅବହେଳିତ ହୋଇଆସୁଥିବା ଅଭିଯୋଗ କରିଛି ସଂଘ । ବାରମ୍ବାର ନିଜର ସମସ୍ୟା ଜଣାଉଥିଲେ ମଧ୍ୟ କୌଣସି ସମାଧାନ ନମିଳିବାରୁ ସଂଘ ଆନ୍ଦେଳନକୁ ଓହ୍ଲାଇଛି । ଆଜି କେନ୍ଦୁଝର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଛଅ ଗୋଟି ଦାବି ଯଥା କ୍ୟାଡ଼ର ପୁନର୍ଗଠନ, ଗ୍ରେଡ ପେ ୪୨୦୦କୁ ବୃଦ୍ଧି, ପଦବୀର ନାମ ପରିବର୍ତ୍ତନ, ଶିକ୍ଷାଗତ ଯୋଗ୍ୟତା +୩ ବିଜ୍ଞାନ, ଛଅ ବର୍ଷରେ ମୂଳ ଚାକିରିରେ ଗଣନା ଓ ଲାପଟପ୍, ମୋବାଇଲ ଭାଉଚର ଆଦି ପ୍ରଦାନ ପାଇଁ ଦାବି ନେଇ ଏହି ଧାରଣା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ... ବିଭିନ୍ନ ଦାବି ନେଇ ସୂବର୍ଣ୍ଣପୁରରେ ଗ୍ରାମୀଣ କୃଷି କର୍ମଚାରୀଙ୍କ ଆନ୍ଦୋଳନ

ସଂଘର ଆହ୍ବାନ କ୍ରମେ କେନ୍ଦୁଝର ଜିଲ୍ଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଗତ ୮ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମୋବାଇଲ ଯୋଗେ ବିଭାଗୀୟ ସେବାରୁ ନିବୃତ ରହିଥିଲେ । ଯାହା କିଛି ଫଳପ୍ରଦ ହୋଇନଥିଲା । ଫଳରେ ଆଜି ପୁଣିଥରେ ଆନ୍ଦେଳନକୁ ଓହ୍ଲାଇଛନ୍ତି । ଯଦି ଏବେ କୌଣସି ସମାଧାନ ନ ମିଳେ ତେବେ ଆସନ୍ତା 20 ତାରିଖ ଠାରୁ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ କୃଷିଭବନ ସମ୍ମୁଖରେ ସମୁହ ଗଣଧାରଣା ଦେବେ ବୋଲି ସଂଘ ଚେତବନୀ ଦେଇଛି । ଏଥିରେ ଯଦି କୃଷି ଓ କୃଷକଙ୍କର କୌଣସି କ୍ଷତି ଘଟେ ତେବେ ବିଭାଗ ଓ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏନେଇ ପୂର୍ବରୁ ଜିଲ୍ଲା ସଂଘର କର୍ମକର୍ତ୍ତା ମାନେ ଜିଲ୍ଲା କୃଷି ଅଧିକାରୀଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଜି ସଂଘର ଜିଲ୍ଲା ସଭାପତି ଉମେଶ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କର୍ମଚାରୀ ଧାରଣାରେ ବସିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.