ETV Bharat / state

ଭବିଷ୍ୟତ ଗଢିବାରେ ବାଟ ଓଗାଳୁଛି ପାଠାଗାର ପରିସ୍ଥିତି; ମିଳୁନି ସ୍ଥାୟୀ ଠିକଣା, ହନ୍ତସନ୍ତ ଛାତ୍ରଛାତ୍ରୀ - Cuttack Biswanath Library

author img

By ETV Bharat Odisha Team

Published : Apr 16, 2024, 11:04 AM IST

Biswanath Library negligence: ଖାନନଗର ନେତାଜୀ ବସ ଟର୍ମିନାଲ ପାଇଁ ଭଙ୍ଗାଯାଇଛି 37 ବର୍ଷ ପୁରୁଣା ବିଶ୍ଵନାଥ ପଣ୍ଡିତ ପାଠାଗାର । ଶତାଧିକ ପାଠକ ତଥା ଛାତ୍ରଛାତ୍ରୀ ଏହି ପାଠାଗାର ଉପରେ ନିର୍ଭରଶୀଳ । ହେଲେ ଏବେ ବ୍ୟାପକ ସମସ୍ୟା ଘେରରେ ଏହି ପାଠାଗାର । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ।

Biswanath Library
Biswanath Library
Biswanath Library

କଟକ: କଟକର ଖାନନଗରରେ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ ନିର୍ମାଣ ହେବା ପରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୁରି ବୁଲୁଛି ପଣ୍ଡିତ ବିଶ୍ଵନାଥ ପାଠାଗାର । ତେବେ ବସ ଟର୍ମିନାଲ ଉପରେ ଖୋଲା ଯାଇଥିବା ଅସ୍ଥାୟୀ ପାଠାଗାରକୁ ଅଧ୍ୟୟନ ପାଇଁ ଆସୁଥିବା ପାଠକମାନେ ଏଠାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ଏହି ପାଠାଗାର ଉପରେ ନିର୍ଭର କରୁଥିବା ପାଠକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଖାନନଗର ନେତାଜୀ ବସ ଟର୍ମିନାଲ ପାଇଁ ଭଙ୍ଗା ଯାଇଛି 37 ବର୍ଷ ପୁରୁଣା ବିଶ୍ଵନାଥ ପଣ୍ଡିତ ପାଠାଗାର । ଏବେ ନେତାଜୀ ବସ ଟର୍ମିନାଲର ଉପର ମହଲାରେ ଅସ୍ଥାୟୀ ଭାବେ ଏହି ପୁରାତନ ପାଠାଗାର ଚାଲିଛି । ପାଠାଗାରଟି ବ୍ୟାପକ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ପାଠକଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲି ଯାଉଛି । ଏହା ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ତଥା ପାଠକଙ୍କ ଚିନ୍ତା ଢେର ବଢ଼ିଯାଇଛି । ଖରାଦିନେ ଏହି ପାଠାଗାରରେ ବସି ପାଠ ପଢିବା ଢେର୍ କଷ୍ଟକର ହୋଇପଡ଼ିଛି ।

ଅନ୍ୟପଟେ ପାଠାଗାରରେ ବସି ପାଠ ପଢୁଥିବା ପାଠକମାନଙ୍କ କହିବା ଅନୁଯାୟୀ, "ଏଠାରେ ଏସିର ସୁବିଧା ନଥିବାବେଳେ ଲାଗିଛି ମାତ୍ର କେଇଟି ପଙ୍ଖା । ଯାହାକୁ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ବସ ଟର୍ମିନାଲ ଥିବାରୁ ଗାଡ଼ି ମୋଟରର ଶବ୍ଦ ସେଠାରେ ନ ପହଞ୍ଚିବା ପାଇଁ ସେହି ପାଠାଗାରର ସମସ୍ତ କବାଟକୁ ବନ୍ଦ ରଖାଯାଉଛି । ଫଳରେ ପାଠାଗାର ଭିତରେ ଢେର ଅଧିକ ଗରମ ଅନୁଭୂତ ହେଉଛି । ଏତେ ଗରମରେ ବସି ପାଠ ପଢିବା ସମ୍ଭବ ହେଉନାହିଁ ।" ଏନେଇ ଅଭିଯୋଗ କଲା ପରେ ମଧ୍ୟ କିଛି ସୁଫଳ ମିଳୁନଥିବା କହିଛନ୍ତି ଛାତ୍ରଛାତ୍ରୀ ।

ଏହାମଧ୍ୟ ପଢନ୍ତୁ.. ସରିଲାଣି ଅବଧି, ଶେଷ ହୋଇପାରୁନାହିଁ କଟକ ଦେବୀନଦୀ ସେତୁ - Biju Setu Construction Negligence

ଅପରପକ୍ଷରେ କଟକ ନଗର ନିଗମର କମିଶନର ପାଠକଙ୍କ ଏହି ସମସ୍ୟା ବାବଦରେ ଅବଗତ ରହିଥିବା କହିଛନ୍ତି । ସେ ଆଉମଧ୍ୟ କହିଛନ୍ତି ଯେ, ଗରମକୁ ଦୃଷ୍ଟିରେ ରଖି ପାଠାଗାରକୁ ଅଧିକ ସଂଖ୍ୟକ ଷ୍ଟାଡିଙ୍ଗ ପଙ୍ଖା ଯୋଗାଇ ଦିଆଯାଇଛି । ସେଠାରେ ଏସି ଲଗାଇବା ପାଇଁ ବିଶେଷ କିଛି ସୁବିଧା ନାହିଁ । ତେଣୁ ଆଗକୁ ଆହୁରି ଅଧିକ ସଂଖ୍ୟକ ୱାଲ ପଙ୍ଖା ଲଗାଇବା ପାଇଁ ଯୋଜନା କରାଯାଉଛି ।

ସୂଚନାଯୋଗ୍ୟ, 1987 ମସିହାରେ ଆରମ୍ଭ ହୋଇଥିଲା ପଣ୍ଡିତ ବିଶ୍ଵନାଥ ପାଠାଗାର । ପ୍ରତିଦିନ ଏଠାକୁ 3 ଶହରୁ ଊର୍ଦ୍ଧ୍ୱ ପାଠକ ଆସି ପାଠ ପଢୁଥିଲେ । କିନ୍ତୁ ନୂଆ ବସ ଟର୍ମିନାଲ ପାଇଁ ପାଠାଗାର ଭଙ୍ଗାଯିବା ପରେ ଏବେ ଏହି ଅସ୍ଥାୟୀ ପାଠାଗାରରେ ଦେଖାଯାଇଛି ବ୍ୟାପକ ସମସ୍ୟା । ଏପରିକି ଦିନକୁ ଦିନ ପାଠକଙ୍କ ସଂଖ୍ୟା ଢେର କମିବାରେ ଲାଗିଛି । ଏଭଳି ସ୍ଥିତିରେ ଯଦି ଏହି ପାଠାଗାର ପାଇଁ କୌଣସି ପଦକ୍ଷେପ ନିଆନଯାଏ ତେବେ ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଧୂଳିସାତ ହେବାକୁ ଏଡାଇ ଦିଆଯାଇନପାରେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.