ETV Bharat / state

ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

author img

By ETV Bharat Odisha Team

Published : Sep 16, 2024, 5:10 PM IST

Features And Facilities In Vande Bharat Train: 'ବନ୍ଦେ ଭାରତ ଏକ୍ସପ୍ରେସ' ଟ୍ରେନରେ ଯାତ୍ରା କରିବାକୁ ଚାହୁଁଛନ୍ତି କି ? ଏହି ଟ୍ରେନର ରୂପରେଖ କିପରି ? କଣ ରହିଛି ନୂଆ ସୁବିଧା, ସ୍ବତନ୍ତ୍ରତା ଏବଂ ସୁରକ୍ଷା ବ୍ୟବସ୍ଥା ? ଇଟିଭି ଭାରତର ରିୟଲିଟି ଚେକ୍ ।

Vande Bharat Express
Vande Bharat Express (ETV Bharat Odisha)

ବ୍ରହ୍ମପୁର: 'ବନ୍ଦେ ଭାରତ ଏକ୍ସପ୍ରେସ' ହେଉଛି ଏକ ଅତ୍ୟାଧୁନିକ ଏକ୍ସପ୍ରେସ ଟ୍ରେନ । ଯେଉଁଥିରେ ଯାତ୍ରୀଙ୍କୁ ମିଳୁଛି ସମସ୍ତ ଆଧୁନିକ ସୁବିଧା । ନୂଆ ଟେକ୍ନୋଲୋଜି ସହ ଯାତ୍ରୀଙ୍କ ପାଇଁ ଉନ୍ନତମାନର ବ୍ୟବସ୍ଥା କରାଯାଇଛି । ଏହାସହ ସମସ୍ତଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ସେପ୍ଟେମ୍ବର ୧୫ (ରବିବାର) ରାଜ୍ୟକୁ ମିଳିଛି ଆଉ ୩ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନରେ ଯାତ୍ରା କଲେ, କେଉଁ ସବୁ ଅତ୍ୟାଧୁନିକ ସୁବିଧା ମିଳିବ, ଆସନ୍ତୁ ଜାଣିବା ।

ବନ୍ଦେ ଭାରତ ଟ୍ରେନ ସ୍ପିଡ୍ :

ରେଳ ବିଭାଗର ଏହା ଏକ ସେମି ହାଇସ୍ପିଡ୍ ଟ୍ରେନ । ଏହା ଖୁବ ଦ୍ରୁତ ଗତିରେ ଯାତ୍ରା କରିବାରେ ଏହାର କ୍ଷମତା ରହିଛି । ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ ରହିଥିବାବେଳେ ଏହା ସମୟାନୁବର୍ତ୍ତିତା ଅନୁସରଣ କରି ଗୋଟିଏ ଷ୍ଟେସନରୁ ଅନ୍ୟ ଷ୍ଟେସନରେ ପହଞ୍ଚିଥାଏ । ଭାରତୀୟ ରେଳ ବ୍ୟବସ୍ଥାରେ ଆଧୁନିକୀକରଣ ନୂଆ ଅଧ୍ୟାୟ ଆରମ୍ଭ କରିଛି ବନ୍ଦେ ଭାରତ । ବନ୍ଦେ ଭାରତର ଘଣ୍ଟା ପ୍ରତି ୧୩୦ କିଲୋମିଟର ଗଡ଼ିବାର କ୍ଷମତା ରହିଛି । ରେଳ ବିଭାଗ ପକ୍ଷରୁ ଦିଆଯାଇଥିବା ଗାଇଡଲାଇନକୁ ଅନୁପାଳନ ଦ୍ବାରା ଗତିକୁ ବୃଦ୍ଧି ଏବଂ କମ କରାଯାଇଥାଏ ।

  • ବନ୍ଦେ ଭାରତ ଏକ ସେମି ହାଇସ୍ପିଡ ଟ୍ରେନ
  • ଖୁବ ଦ୍ରୁତ ଗତିରେ ଯାତ୍ରା କରିବାର କ୍ଷମତା ଏହାର ରହିଛି
  • ସବୁ ବଗି (କୋଚ୍) ଶୀତତାପ ନିୟନ୍ତ୍ରିତ
  • ଘଣ୍ଟା ପ୍ରତି ବେଗ ୧୩୦ କିଲୋମିଟର
  • ଗାଇଡଲାଇନ ଅନୁସାରେ ବେଗ (Speed) କମ୍ କିମ୍ବା ବୃଦ୍ଧି କରାଯାଇ ପାରିବ

ବନ୍ଦେ ଭାରତରେ କେଉଁ ସବୁ ସୁବିଧା ରହିଛି:

ସେପ୍ଟେମ୍ବର ୧୫ରେ ବ୍ରହ୍ମପୁରରୁ ଟାଟାନଗର ଗଡିଲା ବନ୍ଦେ ଭାରତ ଟ୍ରେନ । ଏଥିରେ ମୋଟ ୮ଟି ବଗି ରହିଥିବାବେଳେ ରେଳଯାତ୍ରୀଙ୍କ ପାଇଁ ଚେୟାର କାର ରହିଛି । ସେଥିରୁ ଗୋଟିଏ ଏକ୍ସକ୍ୟୁଟିଭ କୋଚ୍ ରହିଥିବାବେଳେ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିବା ବ୍ୟକ୍ତି ଏହି ଚେୟାର କାରରେ ଅତ୍ୟନ୍ତ ଆରାମ ଦାୟକ ଭାବରେ ବସିପାରିବ । ନିଜର ଚେୟାର କାର ପାଖରେ ହିଁ ବସି କୌଣସି ଜିନିଷ ରଖିବା ହେଉ ବା ଖାଦ୍ୟ ଖାଇପାରିବା ଭଳି ଏକ ଛୋଟିଆ ଡେସ୍କ ସେଥିରେ ସଂଲଗ୍ନ ହୋଇ ରହିଛି । ଯାତ୍ରୀଙ୍କ ସାଥିରେ ରହିଥିବା ଲଗେଜ ରଖିବା ପାଇଁ ମଧ୍ୟ ଟ୍ରେନ ପରିସରରେ ସୁବିଧା ରହିଥିବା ବେଳେ ୩:୨ ଅନୁପାତରେ ଟ୍ରେନ ବଗିରେ ଚେୟାର ରହିଛି । ଯାତ୍ରା ସମୟରେ ଯେପରି କୌଣସି ଅସୁବିଧା ହେବ ନାହିଁ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ
  • ଏଥିରେ ମୋଟ ୮ଟି ବଗି, ରେଳଯାତ୍ରୀଙ୍କ ପାଇଁ ଚେୟାର କାର୍
  • ଏଥିରେ ଗୋଟିଏ ଏକ୍ସକ୍ୟୁଟିଭ କୋଚ୍ ରହିଛି
  • ଚେୟାର କାରରେ ଖାଦ୍ୟ ଖାଇବା ପାଇଁ ଡେସ୍କ ବ୍ୟବସ୍ଥା
  • ଲଗେଜ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
  • ୩:୨ ଅନୁପାତରେ ଟ୍ରେନ ବଗିରେ ଚେୟାର

ଏହା ବି ପଢନ୍ତୁ...କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

ଏହା ବି ପଢନ୍ତୁ...ଗଞ୍ଜାମରେ ୩ ନୂଆ ରେଳ ଲାଇନ, ଅନୁମୋଦନ ମିଳିଲେ ହେବ କାର୍ଯ୍ୟକାରୀ - New Rail Projects

ଏହା ବି ପଢନ୍ତୁ...ଓଡ଼ିଶା ଟ୍ରାକରେ ଗଡ଼ିଲା ଆଉ ୩ ବନ୍ଦେ ଭାରତ ଏକ୍ସପ୍ରେସ, ଦେଖନ୍ତୁ ଫଟୋ - Vande Bharat Express

ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା:

ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଟ୍ରେନର ପ୍ରତ୍ୟେକ ବଗିରେ ସିସିଟିଭି କ୍ୟାମେରା ରହିଥିବାବେଳେ ଟ୍ରେନ ଚାଲିବା ସମୟରେ ଏହାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରହିଥିବା ଫାଟକ ଲକ୍ ହୋଇ ରହିବ । କୌଣସି ମୁହୂର୍ତ୍ତ କିମ୍ବା ପରିସ୍ଥିତିରେ ଏହା ଖୋଲିବ ନାହିଁ । ସେହିପରି କୌଣସି ଯାତ୍ରୀ ଯଦି ଟ୍ରେନ ମଧ୍ୟରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେହି କୋଚରେ ହିଁ ଗାଡିର ପାଇଲଟ୍ ଏବଂ ରେଳ ବିଭାଗ ଅଧିକାରୀଙ୍କ ସହିତ ସିଧାସଳଖ କଥା ହେବା ପାଇଁ ଉଦ୍ଦିଷ୍ଟ ମାଇକ୍ ବଟନକୁ ଦବାଇ ଯେଉଁ ସୂଚନା ଦେବାକୁ ଚାହିଁବେ ତାହା ଯାଇ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବ । ବନ୍ଦେ ଭାରତ ଟ୍ରେନରେ ଯାତ୍ରା ସମୟରେ ପ୍ରତ୍ୟେକ ବଗିରେ ରହିଛି ଡିସପ୍ଲେ ବୋର୍ଡ । ସେଥିରେ ଟ୍ରେନ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଛି , କେତେ ଗତିରେ ଯାଉଛି ଏଭଳି ସୂଚନା ମାଇକ ଯୋଗେ ଯାତ୍ରୀଙ୍କ ନିକଟରେ ପହଞ୍ଚିବ ।

  • ବନ୍ଦେ ଭାରତ ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ
  • ପ୍ରତି ବଗିରେ ସିସିଟିଭି କ୍ୟାମେରା
  • ଟ୍ରେନ ଚାଲିବା ସମୟରେ ସବୁ ପ୍ରବେଶ ଓ ପ୍ରସ୍ଥାନ ଫାଟକ ଲକ୍ ହୋଇ ରହିବ
  • ଅସୁବିଧାର ସମ୍ମୁଖୀନ ହେଲେ ପାଇଲଟ୍ ଓ ରେଳ ଅଧିକାରୀଙ୍କୁ ଯୋଗାଯୋଗ ବ୍ୟବସ୍ଥା
  • ମାଇକ୍ ବଟନ ଦବାଇ ସୂଚନା ଦେଇ ପାରିବେ
  • ପ୍ରତି ବଗିରେ ଡିସପ୍ଲେ ବୋର୍ଡ ରହିଛି
  • ଟ୍ରେନ କେଉଁଠୁ କେଉଁଠାକୁ ଯାଉଛି, କେତେ ଗତିରେ ଯାଉଛି ମାଇକ ଯୋଗେ ସୂଚନା

ସଫା ସୁତୁରାକୁ ଗୁରୁତ୍ୱ:

ବନ୍ଦେ ଭାରତ ଟ୍ରେନରେ ବାୟୋ ଟଏଲେଟ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଉଭୟ ଇଣ୍ଡିଆନ ଏବଂ ୱେଷ୍ଟର୍ଣ୍ଣ ଟଏଲେଟ୍ ବ୍ୟବସ୍ଥା ପ୍ରତ୍ୟେକ ବଗିରେ ରହିଛି । ପ୍ରତି ୧୫ ମିନିଟରେ ସଫେଇ କରି ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ରେଳ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବି ପଢନ୍ତୁ...Good News: ଓଡ଼ିଶା ପାଇଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ସରିଲା ଟ୍ରାଏଲ-ରନ୍, ଏହି ସ୍ଥାନକୁ ଗଡ଼ିବ - Vande Bharat Trial Run

ଏହା ବି ପଢନ୍ତୁ...Vande Bharat: ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ, ବନ୍ଦେ ଭାରତ ସ୍ଲିପର ପରେ ଆସୁଛି କବଚ ଓ ବନ୍ଦେ ମେଟ୍ରୋ - Vande Bharat Express Train

ବିନା ଟିକେଟରେ ଯାତ୍ରା କଲେ ଜରିମାନା:

ବିନା ଟିକେଟ କିମ୍ବା ଅନ୍ୟ କୌଣସି ଟିକେଟରେ ଯାତ୍ରା କଲେ ବଡ଼ ଧରଣର ଜରିମାନା ଦେବାକୁ ହେବ । ବନ୍ଦେ ଭାରତ ଟ୍ରେନରେ କେବଳ ସେଥିପାଇଁ ରହିଥିବା ସ୍ୱତନ୍ତ୍ର ଟିକେଟ କରି ଯାତ୍ରା କରିପାରିବେ । ରେଳ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, କେବଳ ଏହି ଟ୍ରେନରେ ଯିବା ପାଇଁ ଏହାର ରହିଥିବା ଦରକୁ ଦାଖଲ କରି ଟିକେଟ କରି ଯାତ୍ରା କରିବେ । ନୋଚେତ ବଡ ଧରଣର ଜରିମାନା ଦେବାକୁ ପଡିପାରେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.