ETV Bharat / state

UCCIL Global Trade: ୨୦୪୭ ସୁଦ୍ଧା ଶିଳ୍ପ ବିକାଶରେ ଦେଶର ତୃତୀୟ ସ୍ଥାନରେ ପହଞ୍ଚିବ ଓଡିଶା: ମୁଖ୍ୟମନ୍ତ୍ରୀ - Resurgent Odisha 2024 - RESURGENT ODISHA 2024

Resurgent Odisha 2024: ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ଦେଶର ରପ୍ତାନୀ ପ୍ରତି ରାଜ୍ୟର ଅବଦାନ ଏବେ ୨.୫ ପ୍ରତିଶତ ଥିବା ବେଳେ ୨୦୪୭ ସୁଦ୍ଧା ତୃତୀୟ ସ୍ଥାନରେ ପହଞ୍ଚିବାକୁ ସରକାର ଲକ୍ଷ୍ୟ । ନିଯୁକ୍ତି ସୁଯୋଗ ସୃଷ୍ଟି । ଅଧିକ ପଢ଼ନ୍ତୁ

UCCIL Global Trade
UCCIL Global Trade (ETV Bharat Odisha)
author img

By ETV Bharat Odisha Team

Published : Aug 30, 2024, 9:37 PM IST

ଭୁବନେଶ୍ବର: ରାଜ୍ୟରେ ୨୦୩୬କୁ ଟାର୍ଗେଟ କରି ବଡ ଲକ୍ଷ୍ୟ ରଖାଯାଇଛି । ଅର୍ଥନୈତିକ କ୍ଷେତ୍ରରେ ବିକଶିତ ରାଜ୍ୟ ଭାବେ ପରିଗଣିତ ହେବ ଓଡିଶା । ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର । ତେଣୁ ରାଜ୍ୟରେ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ । ଏହାସହ ୨୦୪୭ ସୁଦ୍ଧା ଓଡ଼ିଶା ଦେଶର ଶିଳ୍ପ ବିକାଶରେ ତୃତୀୟ ସ୍ଥାନରେ ପହଞ୍ଚିବ । ଭୁବନେଶ୍ଵରେ ଆୟୋଜିତ UCCIL ଗ୍ଲୋବାଲ ଟ୍ରେଡ ଶୋ "Resurgent Odisha-2024" ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

UCCIL Global Trade (ETV Bharat Odisha)

ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ସମ୍ଭାବନା ଅଛି:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଓଡ଼ିଶାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଗୁରୁତ୍ବ ଦେଇଛନ୍ତି । ରାଜ୍ୟ ସରକାର କେବଳ ବୃହତ ଶିଳ୍ପ ଓ ଖଣିଜ ଶିଳ୍ପ ନୁହେଁ ବରଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା କୃଷି ଭିତିକ ଶିଳ୍ପ ଉପରେ ଜୋର ଦେଉଛନ୍ତି । ଓଡ଼ିଶା ହେଉଛି କୃଷିପ୍ରଧାନ ରାଜ୍ୟ । ଚାରି ଭାଗରୁ ତିନି ଭାଗ ଲୋକ କୃଷି ଉପରେ ନିର୍ଭର କରିଥାଆନ୍ତି । ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ସମ୍ଭାବନା ରହିଛି । ଓଡ଼ିଶାରେ ଶିଳ୍ପ ପାଇଁ ବଡ ସୁଯୋଗ ରହିଛି । ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ପ୍ରାକୃତିକ ସମ୍ପଦ ରହିଛି । ସୁଦୂର ବେଳାଭୂମି ରହିଛି । ବନ୍ଦର ଶିଳ୍ପ ଓ ପର୍ଯ୍ୟଟନ ଶିଳ୍ପ ରହିଛି । ଯାହାଦ୍ଵାରା ବହୁତ୍ ନିଯୁକ୍ତି ସୃଷ୍ଟି ହେବ ।"

ସୃଷ୍ଟି ହେବ ନିଯୁକ୍ତି ସୁଯୋଗ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ସାଧାରଣ ଶିକ୍ଷା ସହ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ଶିଳ୍ପାୟନ ସହ ଅଭିବୃଦ୍ଧି ଆଗକୁ ବଢ଼ାଇବାକୁ ପଡ଼ିବ । ମୂଲ୍ୟ ଯୋଗ ଓ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଅଧିକ ଜୋର ଦେବାର ଆବଶ୍ୟକତା ରହିଛି । ଶିଳ୍ପାୟନ ଆଗକୁ ବଢ଼ିଲେ ରାଜ୍ୟରେ ପାଠପଢ଼ୁଥିବା ଯୁବକଯୁବତୀମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେମାନଙ୍କୁ ଆଉ ରୋଜଗାର ବିଷୟରେ ଚିନ୍ତା କରିବାକୁ ପଡ଼ିବନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟ ବିକାଶ ଉପରେ ଜୋର ଦେଉଛନ୍ତି । ପୂର୍ବୋଦୟ ବିକାଶରେ ଓଡ଼ିଶା ସବୁଠୁ ଆଗରେ ରହିବ । ଶିଳ୍ପ ସଂସ୍ଥା ଲାଗି ଭିତ୍ତିଭୂମି ବିକାଶ କରିବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି ।"

ଶିଳ୍ପର ବିକାଶରେ ତୀୟ ସ୍ଥାନରେ ପହଞ୍ଚିବ ଓଡିଶା:

ସେହିପରି ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, "୨୦୩୬ ସୁଦ୍ଧା ରାଜ୍ୟ ହେବ ସମୃଦ୍ଧ ଓଡ଼ିଶା । ରାଜ୍ୟରେ ପୁଞ୍ଜି ନିବେଶ ପାଇ ସମ୍ଭାବନା ରହିଛି । ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଯେଉଁ ସ୍ଥାନରେ ପହଞ୍ଚିବା କଥା ତାହା ହେଇ ପାରି ନାହିଁ । ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନ ସରକାର । ଶିଳ୍ପ କ୍ଷେତ୍ରରେ ନୂଆ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ବିଦେଶ ପୁଞ୍ଜି ବିନିଯୋଗ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତ କରାଯିବ । ଓଡ଼ିଶାରେ ହେବ ମଲଟି ମଡ଼େଲ ଲଜିଷ୍ଟିକ ହବ । ଶ୍ରମିକମାନଙ୍କର ଉନ୍ନତି ହେଲେ ଓଡ଼ିଶାର ବିକାଶ ହେବ । ଏଭଳି ସମ୍ମିଳନୀ ଦ୍ୱାରା ୨୦୨୯ ସୁଦ୍ଧା ଦେଶ ଭିତରୁ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ୨ ବିଲିଅନ ଡଲାର ଏଫଡିଆଇ ଆଣିବାର ଯୋଜନା ରହିଛି । ଦେଶର ରପ୍ତାନୀ ପ୍ରତି ରାଜ୍ୟର ଅବଦାନ ଏବେ ୨.୫ ପ୍ରତିଶତ ଥିବା ବେଳେ ୨୦୪୭ ସୁଦ୍ଧା ତୃତୀୟ ସ୍ଥାନରେ ପହଞ୍ଚିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଗ୍ରିନ ହାଇଡ୍ରୋଜେନ, ସେମି କଣ୍ଡକ୍ଟର, ଆଇଟି ଆଦିରେ ପୁଞ୍ଜିନିବେଶ ଆଣିବା ଉପରେ ସରକାର କାର୍ଯ୍ୟ କରୁଛନ୍ତି ।"

ଓଡ଼ିଶାରେ ନୂଆ ଆଶା ସଂଚାର:

ସେହିପରି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, "ଶିଳ୍ପାୟନ ନିଯୁକ୍ତି ସୃଷ୍ଟି ଭିତ୍ତିକ ହେବା ଦରକାର । ଯେଉଁ ପ୍ରକାର ଶିଳ୍ପ ସଂସ୍ଥା ସ୍ଥାପନ ହେଉ ନା କାହିଁକି ତାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦରକାର । ଓଡ଼ିଶାର ଶିଳ୍ପର ବିକାଶ ୪ଟି ପିଲାରର ଆବଶ୍ୟକ । ଯାହା ଓଡ଼ିଶାରେ ନୂଆ ଆଶା ସଂଚାର କରିଛି । ୨୫ ବର୍ଷରେ ଓଡ଼ିଶାରେ କିଭଳି ବିକାଶ ହେବା ତାହା ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ କଞ୍ଚାମାଲର ଉତ୍ସ, ଉପଯୁକ୍ତ ଭିତ୍ତିଭୂମି, ଶିଳ୍ପନୀତି ଓ ସରକାରୀ ସହଯୋଗ ବା (ସୁଶାସନ)ର ଆବଶ୍ୟକ ରହିଛି । ଓଡ଼ିଶାରେ ଏହି ସୁବିଧା ସୁଯୋଗ ରହିଛି କେବଳ ମନବଳକୁ ନେଇ ଆଗକୁ ବଢିଲେ ଶିଳ୍ପର ବିକାଶ ହୋଇପାରିବ ।"

ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ବିକାଶ:

Resurgent Odisha-2024ରେ ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ବିକାଶ ପାଇଁ ଆଲୋଚନା ହୋଇଛି । ରାଉଲକେଲା ଷ୍ଟିଲ ପ୍ଲାଣ୍ଟର ଅଧିକାରୀଙ୍କ ସହ ଏହାକୁ ନେଇ ବିସଦ ଭାବେ ଆଲୋଚନା ହୋଇଛି । ଯାହା ଆବଶ୍ୟକ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ବିକଶିତ ଓଡ଼ିଶା ପ୍ରମୁଖ ଭୂମିକା ନେବା ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ।

ଗ୍ଲୋବାଲ ଟ୍ରେଡ ଶୋ:

ଏଠାରେ ପ୍ରକାଶ ଥାଉକି ଆଜି ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଗ୍ଲୋବାଲ ଟ୍ରେଡ ଶୋ " Resurgent Odisha - 2024 " ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା କିଭଳି ଶିଳ୍ପ କ୍ଷେତ୍ରରେ ଆଗକୁ ବଢିବ। ବିଶ୍ବସ୍ତରୀୟ ଶିଳ୍ପ ସଂସ୍ଥା ତଥା ଶିଳ୍ପପତିମାନେ କିଭଳି ଓଡ଼ିଶାରେ ପୁଞ୍ଜି ନିବେଶ କରିବେ । ତାକୁ ନଜର ରଖି "Resurgent Odisha -2024" ଆୟୋଜନ କରାଯାଇଛି ବୋଲି UCCIL ଗ୍ଲୋବାଲ ଟ୍ରେଡ ଶୋ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Odisha Assembly: ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ, ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ - BJP Govt stops Nua O programme

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.