ETV Bharat / state

ଡେଙ୍ଗୁରେ ଆକ୍ରାନ୍ତ ପରେ ପୁଣି ଅସୁସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ; ଦିଲ୍ଲୀ AIIMSରେ ଭର୍ତ୍ତି, ସ୍ବାସ୍ଥ୍ୟବସ୍ଥା ସ୍ଥିର - Jual Oram admitted to Delhi AIIMS

author img

By ETV Bharat Odisha Team

Published : Aug 20, 2024, 10:45 AM IST

Updated : Aug 20, 2024, 2:43 PM IST

Jual Oram admitted to delhi AIIMS: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୁଣି ଅସୁସ୍ଥ । ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପୁଣି ଥରେ ଅସୁସ୍ଥ ହୋଇଛନ୍ତି ଜୁଏଲ । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ, ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜୁଏଲ ଓରାମ, ଡେଙ୍ଗୁ ରୋଗରେ ଅବସ୍ଥା ଗୁରୁତର
ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜୁଏଲ ଓରାମ, ଡେଙ୍ଗୁ ରୋଗରେ ଅବସ୍ଥା ଗୁରୁତର (ETV Bhatara,)

ଭୁବନେଶ୍ୱର: ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେଷ । ତେବେ ପୁଣି ଥରେ ଜୁଏଲଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏମ୍ସର ନ୍ୟୁ-ପ୍ରାଇଭେଟ ଓ୍ବାର୍ଡରେ ଓରାମଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ଶନିବାର ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ହୋଇଥିଲା । ପୂର୍ବରୁ ଜୁଏଲ ଗତ 11 ତାରିଖରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଟେଷ୍ଟରୁ ଡଣାପଡିଥିଲା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କିଛିଦିନ ଚିକିତ୍ସିତ ହେବା ପରେ ତାଙ୍କୁ ଡିସଚାର୍ଯ୍ୟ କରାଯାଇଥିଲା ।

  • ଶନିବାର ଆଖି ବୁଜିଥିଲେ ପତ୍ନୀ ଝିଙ୍ଗିଆ:-

ନିକଟରେ ଡେଙ୍ଗୁରେ ଓରାମ ଓ ତାଙ୍କ ପତ୍ନୀ ଝିଙ୍ଗିଆ ଆକ୍ରାନ୍ତ ହୋଇଥିଲେ । ଉଭୟ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ । ଜୁଏଲଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଚ କରାଯାଇଥିଲା । ମାତ୍ର ଶନିବାର ରାତିରେ ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ହୋଇଥିଲା । ତାଙ୍କୁ 58 ବର୍ଷ ବୟସ ହୋଇଥିଲା । ଡେଙ୍ଗୁରେ ପୀଡିତ ହେବା ପରେ ପ୍ରାୟ ଏକ ସପ୍ତାହେ ଧରି ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶରୀରର ପ୍ଲେଟଲେଟ ହ୍ରାସ ପାଇବାରୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଶନିବାର ରାତି ପ୍ରାୟ 10ଟା 30 ସମୟରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ : ଡେଙ୍ଗୁରେ ଆଖି ବୁଜିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ - Jual Oram wife passes away

ପତ୍ନୀଙ୍କ ମରଶରୀର ଧରି ସୁନ୍ଦରଗଡରେ ମଧ୍ୟ ଜୁଏଲ ଓରାମ ପହଞ୍ଚିଥିଲେ । ପରେ ତାଙ୍କଠାରେ ପୁଣି ସ୍ବସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇଥିଲା । ଗତକାଲି ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ରାଜଧାନୀରେ ଢେଙ୍ଗୁ ସଂକ୍ରମଣ ଏବେ ଭୟ ସୃଷ୍ଟି କରିଛି । ମନ୍ତ୍ରୀ ଓରାମଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ବିଏମସି କର୍ମଚାରୀ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲା । ମଶା ଜନ୍ମ ନେବା ଓ ଡେଙ୍ଗୁ ବ୍ୟାପିବା ପରି ଅସ୍ବାସ୍ଥ୍ୟକର ସ୍ଥିତିର ଯାଞ୍ଚ କରିଥିଲା ଏହି ଟିମ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 20, 2024, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.