ETV Bharat / state

ସମ୍ବଲପୁର ପୁରୁଣା ଅଯୋଧ୍ୟା ସାଗର ହେବ ନବୀକରଣ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ସ୍ୱାଗତ କଲେ ଅଞ୍ଚଳବାସୀ - Mahanadi River Develpoment

author img

By ETV Bharat Odisha Team

Published : Jul 18, 2024, 9:22 PM IST

Mahanadi River Development: ସମ୍ବଲପୁର ଜିଲ୍ଲାର ପର୍ଯ୍ୟଟନକୁ ନୂଆ ରୂପ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ମହାନଦୀ 'ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ' ପ୍ରସ୍ତାବ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାକୁ ସ୍ୱାଗତ କରିଛନ୍ତି ସମ୍ବଲପୁରବାସୀ । ଅଧିକ ପଢନ୍ତୁ,

ମହାନଦୀର ଅଯୋଧ୍ୟା ସରୋବରର ହେବ ନବୀକରଣ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ସ୍ୱାଗତ କଲେ ଅଞ୍ଚଳବାସୀ
ମହାନଦୀର ଅଯୋଧ୍ୟା ସରୋବରର ହେବ ନବୀକରଣ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ସ୍ୱାଗତ କଲେ ଅଞ୍ଚଳବାସୀ (ETV Bharat Odisha)

ସମ୍ୱଲପୁର: ଜିଲ୍ଲାର ପର୍ଯ୍ୟଟନକୁ ନୂଆ ରୂପ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଏହା ଦ୍ୱାରା ସମ୍ବଲପୁରରେ ଥିବା ମହାନଦୀ ରେ 'ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ' ପ୍ରସ୍ତାବ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସରୋବର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରାଯାଇପାରିବ ବୋଲି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାକୁ ସ୍ୱାଗତ କରିଛନ୍ତି ସମ୍ବଲପୁରବାସୀ ।

ସୂଚନା ଅନୁସାରେ, ସମ୍ବଲପୁର ସହର ରିଙ୍ଗ ରୋଡ଼ କଡ଼ ମହାନଦୀର ଅଯୋଧ୍ୟା ସରୋବରର ହେବ ନବୀକରଣ । ଏଠାରେ ଥିବା ଆନିକଟକୁ ସଜାଡ଼ିବା ସହ ପର୍ଯ୍ୟଟନର ବିକାଶ କରାଯିବ । ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସରୋବର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ୱରେ ଭାରତ ସରକାର କ୍ରମାଗତ ଭାବରେ 'ବିକାଶ ବି, ବିରସାତ୍ ବି' ଅଧୀନରେ ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଥିବା ସମାନତା ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅନେକ ନଦୀ ଓ ଐତିହାସିକ ସ୍ଥଳୀରେ ପୂର୍ଣ୍ଣ ଓଡ଼ିଶା 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ବିକଶିତ କରିବାର ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ସେହିପରି ମହାନଦୀ କୂଳରେ ଅବସ୍ଥିତ ସମ୍ବଲପୁରର ଐତିହାସିକ ମହତ୍ତ୍ୱ ଓ ପ୍ରାକୃତିକ ଆକର୍ଷଣ ରହିଛି । ମହାନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବିଶ୍ୱସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି ।

ସେ କହିଛନ୍ତି ଯେ ଏହି ପରିପ୍ରେକ୍ଷୀରେ ମହାନଦୀ ପାର୍ଶ୍ୱରେ ଥିବା ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୁନରୁଦ୍ଧାର କରାଯାଇ ରିଭରଫ୍ରଣ୍ଟ ଥିବା ୭ କିଲୋମିଟର ଲମ୍ବା ଜଳାଶୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହି ପୁରୁଣା ବନ୍ଧର ନବୀକରଣ ଦ୍ୱାରା ଜଳଭଣ୍ଡାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ । ଏହି ଜଳଭଣ୍ଡାର ହୀରାକୁଦ ଜଳଭଣ୍ଡାରର ବିଦ୍ୟୁତ୍ ଚ୍ୟାନେଲରୁ ବାହାରୁଥିବା ଜଳକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିପାରିବ ଏବଂ ପ୍ରସ୍ତାବିତ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ମହାନଦୀରେ ଆବଶ୍ୟକ ପୋଖରୀ ସୃଷ୍ଟି କରିପାରିବ । ଅଚଳ ସ୍ଲୁଇସ୍ ଗୁଡ଼ିକୁ ପୁନରୁଦ୍ଧାର କରାଯାଇପାରିବ କିମ୍ବା ବନ୍ଧକୁ ସୁରୁଖୁରୁରେ ଚଳାଇବା ପାଇଁ ନୂତନ ଢାଞ୍ଚା ସହିତ ବଦଳାଯାଇପାରିବ । ଏହାବ୍ୟତୀତ ସମ୍ବଲପୁର ସହରରେ ଡ୍ରେନେଜ୍ ସମସ୍ୟାକୁ ହ୍ରାସ କରିବା ପାଇଁ ପ୍ରସ୍ତାବିତ ପୋଖରୀକୁ ସଂଯୋଗ କରୁଥିବା ସମସ୍ତ ନାଳରେ ସ୍ଲୁଇସର ଆବଶ୍ୟକ ବ୍ୟବସ୍ଥା କରାଯାଇପାରେ ।

ଏହା ମଧ୍ୟ ପଢନ୍ତୁ: ଦୂର ହେବ ପଡୋଶୀ ରାଜ୍ୟ ସହ ଜଳ ବିବାଦ ! ଅଣ୍ଟା ଭିଡ଼ିଲେଣି ନୂଆ ସରକାର, ଏଭଳି କହିଲା ବିଜେଡି

ସେପଟେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସମ୍ବଲପୁରବାସୀ । ସମ୍ବଲପୁରରେ ମହାନଦୀ କୂଳରେ ଉପରୋକ୍ତ ରିଭରଫ୍ରଣ୍ଟ ଉନ୍ନୟନ ପ୍ରକଳ୍ପ ଏକ ରୋମାଞ୍ଚକର ଦୃଶ୍ୟ ସୃଷ୍ଟି କରିବ ବୋଲି ମତ ରଖିଛନ୍ତି । ଏଥିସହ ଏଠାରେ ପାର୍କ, ୱାକ୍ ୱେ, ଜିମ୍, ଆମ୍ଫିଥିଏଟର, ଆରତୀ ଘାଟ ଏବଂ ନଦୀ କୂଳରେ ଗାଧୋଇବା ଭଳି ସୁବିଧା ସୁଯୋଗ ସୃଷ୍ଟି କରିଯାଇପାରିବ । ଏହା କେବଳ ଏହି ଅଞ୍ଚଳର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିବ ନାହିଁ ବରଂ ଏହାର ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଆକର୍ଷଣକୁ ବଢାଇବାରେ ଯୋଗଦାନ ରଖିବ । ମହାନଦୀ ସାଂସ୍କୃତିକ, ମନୋରଞ୍ଜନ ଓ ଅର୍ଥନୈତିକ କାର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିପାରିବ । ଏହା ଦ୍ୱାରା ସ୍ଥାନୀୟ ଲୋକମାନେ ଉପକୃତ ହେବା ସହ ଏହି ସ୍ଥାନ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ।

ଇଟିଭି ଭାରତ, ସମ୍ୱଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.