ETV Bharat / state

ଦଳୀୟ ପ୍ରାର୍ଥୀଙ୍କ ପାଇଁ ବୌଦ୍ଧରେ ଧର୍ମେନ୍ଦ୍ରଙ୍କ ପ୍ରଚାର, ଜିଲ୍ଲାର କଳାସ୍ଥାପତ୍ୟକୁ କଲେ ପ୍ରଶଂସା - Election 2024

author img

By ETV Bharat Odisha Team

Published : Apr 21, 2024, 12:14 PM IST

Dharmendra Campaigns In Boudh: ବୌଦ୍ଧ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ପ୍ରାଚୀନ ମନ୍ଦିରର କଳା ସ୍ଥାପତ୍ୟ ବୁଲି ଦେଖିଲେ । ଅଧିକ ପଢନ୍ତୁ

Dharmendra Pradhan
Dharmendra Pradhan
Dharmendra Pradhan

ବୌଦ୍ଧ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରତିଦ୍ବନ୍ଦୀ ଦଳ ପ୍ରାର୍ଥୀ । ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘର ଘର ବୁଲି ପ୍ରଚାର କରୁଛନ୍ତି । ଶନିବାର ସେ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ କଣ୍ଟାମାଳ ଓ ପରେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଦଳର ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏଥିସହ ବୌଦ୍ଧ ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଏବଂ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଭୋଟ ଭିକ୍ଷା କରିଥିଲେ ।

ବୁଟୁପାଲି ସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ବିଜେପି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳର ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ହେଲା ଶାସକ ବିଜେଡି ଦଳ କୌଣସି ଆଖିଦୃଶିଆ ବିକାଶ କରିନଥିବା ବିଜେପି ଦଳର ଶୀର୍ଷ ନେତାମାନେ ଅଭିଯୋଗ କରି ରାଜ୍ୟ ସରକାର ତଥା ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଅପାରଗ ବୋଲି କହିବା ସହିତ ଡବଲ ଇଞ୍ଜିନ ତଥା ମୋଦି ଗ୍ୟାରେଣ୍ଟିର କଥା କହିଥିଲେ । ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ଜନମତ ରହିବ ବୋଲି ବିଜେପି ନେତାମାନେ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ରଚାର ଆରମ୍ଭ କଲେ ସୁଦାମ ଓ ସାନନ୍ଦ, ସମ୍ବର୍ଦ୍ଧନା ଜଣାଇଲେ ଅଞ୍ଚଳବାସୀ - baripada assembly constituency

ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଜିଲ୍ଲାର ପ୍ରାଚୀନ ମନ୍ଦିରର କଳା ସ୍ଥାପତ୍ୟ ବୁଲି ଦେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲାର ସଦର ମହକୁମାଠାରେ ଥିବା ପ୍ରାଚୀନ ରାମେଶ୍ବର ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଦେବ ଦର୍ଶନ କରିବା ସହିତ ନିଜ ପାଇଁ ତଥା ଉଭୟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଜଗନ୍ନାଥ ମନ୍ଦିରରେ ସିଟିଜନ ପାର୍ଟିର ବିଧାୟକ ପ୍ରାର୍ଥୀ ପ୍ରତିଦ୍ବନ୍ଦୀ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟର ଆଶୀର୍ବାଦ କରିଥିବା ଦେଖିବାକୁ ମିଳିଥିଲା । ମନ୍ଦିରକୁ ଦେଖି କେନ୍ଦ୍ରମନ୍ତ୍ରୀ ବେଶ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.