ETV Bharat / state

Union Budget 2024: ବଜେଟରେ ନିରାଶ ଓଡ଼ିଶା; ରେଳ ବଜେଟରେ କରିବେ ସନ୍ତୁଷ୍ଟ ! - Union Railway Budget 2024

Union Railway Budget 2024: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ରେ ଓଡ଼ିଶାକୁ ଅବହେଳା । ଏବେ ନଜର ରେଳ ବଜେଟ ଉପରେ । ନଜର ପକାନ୍ତୁ ରେଳ ବଜେଟର କିପରି ରହିଛି ରୂପରେଖ ଓ କଣ ରହିଛି ଓଡ଼ିଶା ପାଇଁ ଆଶା,

Union Railway Budget 2024
Union Railway Budget 2024 (ETV Bharat Odisha)
author img

By ETV Bharat Odisha Team

Published : Jul 23, 2024, 9:25 PM IST

ଭୁବନଶ୍ବର: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଆଜି ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହି ବଜେଟ୍‌ରେ ବିହାର ଓ ଆନ୍ଧ୍ର ପ୍ରଦେଶକୁ ବିଶେଷ ଅନୁଦାନ ଅଜାଡ଼ି ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଓଡ଼ିଶା ଚରମ ଅବହେଳାର ଶିକାର ହୋଇଛି । ଫଳରେ ଓଡ଼ିଶାବାସୀଙ୍କ ଆଶା ରେଳ ବଜେଟରେ ରାଜ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯିବ । କାରଣ ଆଜିକା ବଜେଟରେ ଓଡ଼ିଶାକୁ ପର୍ଯ୍ୟଟନ କ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ସେଭଳି କିଛି ଆଖିଦୃଶିଆ ଅନୁଦାନ ମିଳିନାହିଁ । ତେଣୁ ରେଳ ବଜେଟ ଉପରେ ଓଡ଼ିଶାବାସୀଙ୍କ ନଜର ।

Union Railway Budget 2024 (ETV Bharat Odisha)

ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ:-

ରେଳ ବଜେଟ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ରେଳ ବଜେଟରେ ବିଭିନ୍ନ ପ୍ରକାର କାର୍ଯ୍ୟ ପ୍ରୋଜେକ୍ଟ ଏବଂ ନୂଆ ପ୍ରକଳ୍ପ ପାଇଁ 2 ଲକ୍ଷ 62 ହଜାର 200 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ରେଳ ସୁରକ୍ଷା ପାଇଁ 1 ଲକ୍ଷ 8 ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପୁରୁଣା ଟ୍ରାକକୁ ପରିବର୍ତ୍ତନ କରିବା, ସିଗନାଲ, କବଚ ଲଗାଇବା ଆଦିକୁ ନଜର ଦିଆଯାଇଛି । ଆଗାମୀ 10 ବର୍ଷକୁ ନେଇ ପ୍ରଧାନମନ୍ତ୍ରୀ ରେଳ ବଜେଟ ଫେକୋସରେ ରଖିଛନ୍ତି । 2014 ପୂର୍ବରୁ, ଅର୍ଥାତ 60 ବର୍ଷ ପୂର୍ବରୁ 20 ହଜାର କିଲୋମିଟର ରେଳ ଲାଇନ ଇଲେକ୍ଟ୍ରିକ କରାଯାଇଛି । ବର୍ତ୍ତମାନ 2014 ମସିହା ପରେ ଏହା 40 ହଜାର ଇଲେକ୍ଟ୍ରିକ କରାଯାଇଛି । 2014ରେ 4 କିଲୋମିଟର ନୂଆ ଟ୍ରାକ କରାଯାଉଥିଲା, ବର୍ତ୍ତମାନ ଗୋଟିଏ ବର୍ଷରେ 5 ହଜାର 300 କିଲୋମିଟର ନୂଆ ଟ୍ରାକ କରାଯାଉଛି ।"

ବଢିବ ଜେନେରାଲ କୋଚ:-

ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରେଳ ଯାତ୍ରା ହେଉଛି ମଧ୍ୟବିତ୍ତ ଏବଂ ତଳ ଶ୍ରେଣୀର ପରିବାର ଲୋକଙ୍କ ପାଇଁ ଯାତ୍ରା । ତେଣୁ ଜେନେରାଲ କୋଚରେ ଡିମାଣ୍ଡ ଧିରେ ଧିରେ ବଢୁଛି । ଅନେକ ଯାତ୍ରୀ ଜେନେରାଲକୁ ପସନ୍ଦ କରୁଛନ୍ତି । ଭାରତରେ ବର୍ଷକୁ ପ୍ରାୟ 7 ଶହ କୋଟି ଯାତ୍ରୀ ରେଳ ଯାତ୍ରା କରିଛନ୍ତି । ତେବେ ଏନେଇ 2500 ଜେନେରାଲ କୋଚ ଉତ୍ପାଦନ ପାଇଁ ନିଷ୍ପତି ନିଆଯାଇଛି । ଏହାସହ 10 ହଜାର ଅଧିକ ଜେନେରାଲ କୋଚ ଉତ୍ପାଦନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ରେଳମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

କବଚକୁ ଗୁରୁତ୍ଵ:-

କବଚ 2016ରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିଲା । ତେବେ 'କବଚ 4.0' ଦୁଇଦିନ ତଳେ ଅନୁମୋଦନ କରାଯାଇଛି । କବଚ ହାଡୱେର, ସଫ୍ଟୱେର, ଟେଲିକମ ଟାୱାର ଆଦି ସହିତ ଜଡିତ । କବଚ ପ୍ରୋଜେକ୍ଟରେ 4 ହଜାର 200 କିଲୋମିଟର ଊର୍ଦ୍ଧ୍ବ OFC (ଫାଇବର କେବୁଲ) ବିଛାଯାଇଥିବା ମନ୍ତ୍ରୀ କହିଛନ୍ତି । ଟେଲିକମ ଟାୱାର, ଡିଭାଇସ୍, ଷ୍ଟେସନରେ କବଚ ସମେତ ଟ୍ରେନରେ ମଧ୍ୟ ଲାଗିବ । ଏହାସହ କବଚ ରେଳ ନେଟୱାର୍କକୁ ସଂଯୋଗ କରାଯିବା ସହ ଡେଟା ସେଣ୍ଟର ସବୁ ମଧ୍ୟ ସଂଯୋଗ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ରେଳ କ୍ଷେତ୍ରରେ ନିଯୁକ୍ତି:-

ରେଳମନ୍ତ୍ରୀ କହିଛନ୍ତି, "60 ବର୍ଷ ପୂର୍ବରୁ ରେଳବାଇ କ୍ଷେତ୍ରରେ 4 ଲକ୍ଷ 11 ହଜାର ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଏହି 10 ବର୍ଷ ମଧ୍ୟରେ 5 ଲକ୍ଷ ପିଲାଙ୍କୁ ନିଯୁକ୍ତି ଦିଆଯାଇଛି । ଆସନ୍ତା ଜାନୁଆରୀ ମାସରୁ ନିଯୁକ୍ତି ଡ୍ରାଇଭ୍ ଚାଲିବ ।"

ନୂଆ ପ୍ରୋଜେକ୍ଟ ଫିକୋସ୍:-

ନୂଆ ରେଳ ଲାଇନ କ୍ଷେତ୍ରରେ ରେଳ ବିଭାଗ ବହୁତ ଆଗରେ ରହିଛି ବୋଲି କହିଛନ୍ତି ରେଳମନ୍ତ୍ରୀ । ସେ କହିଛନ୍ତି, "ଦେଶରେ କାଶ୍ମୀରକୁ ସଂଯୋଗ କରିବ ରେଳ । ଦେଶର ସମସ୍ତ ରାଜ୍ୟରେ 10 ଗୁଣା ରେଳ ସଂଯୋଗ କରିବାକୁ କାମ ଚାଲିଛି । ନୂଆ ପ୍ରକାରର ବନ୍ଦେ ସ୍ଲିପର, ବନ୍ଦେ ଭାରତ, ବନ୍ଦେ ମେଟ୍ରୋ, ଅମୃତ ଭାରତ ଟ୍ରେନ ଏହି ବଜେଟରେ ଯୋଡ଼ି ହୋଇଛି ।"

ଓଡ଼ିଶା ପାଇଁ ରେଳ ବଜେଟ ଆଶା:-

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ଏହି ବଜେଟରେ ରେଳ କ୍ଷେତ୍ରରେ ଓଡ଼ିଶା ପାଇଁ ଅନେକ ଆଶା ରହିଛି । ବ୍ୟାପକ ଭାବରେ ଓଡ଼ିଶା ପ୍ରତି ବ୍ୟାପକ ଅର୍ଥ ବ୍ୟୟବରାଦ କରାଯାଇଥିବାର ଆଶା କରାଯାଉଛି । କାରଣ ରେଳମନ୍ତ୍ରୀ ଓଡ଼ିଶାରୁ । ତେବେ ପୂର୍ବରୁ ଅଶ୍ବିନୀ ବୈଷ୍ଣବ ଯେତେବେଳେ ରେଳମନ୍ତ୍ରୀ ହେଲେ, ସେହି ସମୟଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଶାକୁ ରେଳ ପିଛା ଅନେକ କ୍ଷେତ୍ରରେ ଗୁରୁତ୍ଵ ଦିଆଯାଇଛି । ଯାହା ଆଶା କରାଯାଉଛି, ଓଡ଼ିଶାକୁ ରେଳ ବଜେଟ ଅଧିକ ଆସିବ । ଓଡ଼ିଶା ପାଇଁ ନୂଆ ଟ୍ରେନ ରହିବ, ଷ୍ଟେସନ ଗୁଡ଼ିକର ଅପଗ୍ରେଡେସନ୍ କରାଯିବ । ଲେବର କ୍ରସିଂକୁ ବନ୍ଦ କରାଯାଇ ସେଠାରେ ଓଭରବ୍ରିଜ କରାଯିବ । ବହୁ ପରିମାଣରେ ରେଳ ଓଭରବ୍ରିଜ ରହିବ । ନ୍ୟାରୋ ଗେଜ୍ ରହିଛି, ତାହା ବ୍ରଡ୍‌ ଗେଜକୁ ଦୋହରିକରଣ କରିବାକୁ ବ୍ୟୟବରାଦ କରାଯାଇଥାଇପାରେ ।"

ପୂର୍ବରୁ ଓଡ଼ିଶାକୁ ମିଳିଥିବା ରେଳ ବଜେଟ:-

୨୦୨୩-୨୪ ବଜେଟରେ ଓଡିଶାକୁ ସର୍ବକାଳୀନ ରେକର୍ଡ ପରିମାଣର ଅନୁଦାନ ଦିଆଯାଇଥିଲେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ନାମମାତ୍ର ଅନୁଦାନ ପ୍ରଦାନ କରାଯାଇଥିଲା । ଦୀର୍ଘଦିନ ହେଲା ମଞ୍ଜୁରୀ ପାଇଥିବା ୧୦ ନୂଆ ରେଳ ଲାଇନ୍‌ ପାଇଁ ଓଡିଶା ୧୦୦୦ କୋଟି ଟଙ୍କା ଦାବି ମଉଳି ଯାଇଥିଲା । ନୂଆପଡ଼ା-ବରଗଡ଼ ଭାୟା ପଦ୍ମପୁର ରେଳ ଲାଇନ୍‌ ପାଇଁ ୧୦୦ କୋଟି ଟଙ୍କା ସମେତ ଗୋପାଳପୁର-ରେଢ଼ାଖୋଲ ରେଳପଥ ପାଇଁ ୨୦୦ କୋଟି ଟଙ୍କା, ପୁରୀ-କୋଣାର୍କ ପାଇଁ ୧୦୦ କୋଟି ଟଙ୍କା, କେନ୍ଦୁଝର-ବାଦାମପାହାଡ ପାଇଁ ୧୦୦ କୋଟି ଟଙ୍କା ସମେତ ଜୁନାଗଡ଼-ନବରଙ୍ଗପୁର ପାଇଁ ୧୦୦ କୋଟି ଟଙ୍କା, ଯାଜପୁର-କେନ୍ଦୁଝର ରୋଡ-ଧାମରା ପାଇଁ ୧୦୦ କୋଟି ଟଙ୍କା, ପାରାଦ୍ବୀପ-ଧାମରା ପାଇଁ ୫୦ କୋଟି ଟଙ୍କା, ବୁରାମରା-ଚକୁଳିଆ ପାଇଁ ୧୦୦ କୋଟି ଟଙ୍କା ଏବଂ ମାଲକାନଗିରି-ଭଦ୍ରାଚଳମ୍‌ ପାଇଁ ୧୦୦ କୋଟି ଟଙ୍କା ଦାବି କରି ନିରାଶ ହୋଇଥିଲା ରାଜ୍ୟ । ଅନ୍ୟପଟେ ଆଜି ବି ରାଜ୍ୟର ପାଖାପାଖି 7ଟି ଜିଲ୍ଲାରେ ରେଳ ମାନଚିତ୍ରରେ ସ୍ଥାନ ପାଇନାହିଁ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଚାଲିଛି । ଗୋଟିଏ ପଟେ ଅନୁଦାନ ବୃଦ୍ଧି ପାଉଥିବାବେଳେ ପ୍ରକଳ୍ପ କାର୍ଯ୍ୟାନ୍ବୟନ ହେଉ ନଥିବାରୁ ଅର୍ଥରାଶି ଫେରାଇ ନିଆଯାଉଛି । ତେବେ ଓଡିଶାରେ ଡବଲ ଇଞ୍ଜିନ୍‌ ସରକାର ଆସିବା ପରେ ବଡ଼ ଆଶା ବାନ୍ଧିଛି ଓଡିଶା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ।

ଏହା ମଧ୍ୟ ପଢ଼ନ୍ତୁ...Union Budget 2024: ପୂର୍ବ-ଭାରତକୁ ସାମଗ୍ରିକ ଫୋକସ, କିନ୍ତୁ ଓଡିଶାକୁ ମିଳିଲାନି ସ୍ବତନ୍ତ୍ର ପ୍ୟାକେଜ - UNION BUDGET 2024

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.