ETV Bharat / state

ବଜେଟରେ ପୋଲାଭରମ ପ୍ରକଳ୍ପକୁ ଅନୁଦାନ; ତାତିଲେ ବିଜେଡି-କଂଗ୍ରେସ, ପ୍ରକଳ୍ପ ହେଲେ ବୁଡିଯିବ ଓଡ଼ିଶାର ଅନେକ ଗାଁ - Polavaram project row

author img

By ETV Bharat Odisha Team

Published : Jul 23, 2024, 5:30 PM IST

Polavaram project row: ବଜେଟରେ ଓଡ଼ିଶାକୁ ଶକ୍ତ ଝଟକା । ଆନ୍ଧ୍ରପ୍ରଦେଶର ବିବାଦୀୟ ପୋଲାଭରମ ପ୍ରକଳ୍ପ ପାଇଁ ଘୋଷଣା ହେଲା କେନ୍ଦ୍ରୀୟ ଅନୁଦାନ । ଏହି ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ବୁଡିଯିବ । ତଥାପି ଓଡିଶା ସ୍ବାର୍ଥକୁ ଧ୍ୟାନ ନଦେଇ ସହଯୋଗୀ ଦଳକୁ ସନ୍ତୁଷ୍ଟ କରିବାକୁ ଏମିତି ଓଡ଼ିଶା ବିରୋଧୀ ବଜେଟ ଆଣିଥିବା ଅଭିଯୋଗ କଲେ ବିଜେଡି ଓ କଂଗ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପକୁ ନେଇ ଦୀର୍ଘ ବର୍ଷ ହେଲା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି । କାରଣ ଏହି ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ବୁଡିଯିବ । ମାଲକାନଗିରି ଓ ଗଜପତି ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହେବ । ଏହାସତ୍ତ୍ବେ ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରାଯାଇ ଆଜି ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅନୁଦାନ ଘୋଷଣା କରିଛନ୍ତି ମୋଦି ସରକାର । ଏହି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ବଜେଟ ଘୋଷଣାକୁ ଓଡ଼ିଶା ବିରୋଧୀ କହି ପ୍ରବଳ ବର୍ଷିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଓଡ଼ିଶାବାସୀ ବିଜେପିକୁ ବହୁମତ ଦେଇ ଜିତାଇଥିବାବେଳେ ବିଜେପି ସେମାନଙ୍କ ପ୍ରତି ବିଶ୍ବାସଘାତକ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ବଜେଟରେ ପୋଲାଭରମ ପ୍ରକଳ୍ପକୁ ଅନୁଦାନ; ତାତିଲେ ବିଜେଡି-କଂଗ୍ରେସ, ଓଡ଼ିଶା ସ୍ବାର୍ଥ ପ୍ରତି ପ୍ରଚଣ୍ଡ ଆଘାତ (ETV Bharat Odisha)

ପୋଲାଭରମ ପ୍ରକଳ୍ପର ପରିକଳ୍ପନା ଦିନଠାରୁ ଏହା ବହୁ ବାଦବିବାଦ ଦେଇ ଗତି କରୁଛି । ମାମଲା ଟ୍ରିବ୍ୟୁନାଲ ବିଚାରଧୀନ ରହିଛି । ଏବେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବିଜେପି ସରକାର ଆସିବା ପରେ ଏହି ମାମଲାର ସମାଧାନ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ଆଜିର ବଜେଟ ଘୋଷଣା ଓଡ଼ିଶାକୁ ଶକ୍ତ ଆଘାତ ଦେଇଛି । ଏନଡିଏ ସହଯୋଗୀ ଦଳକୁ ସନ୍ତୁଷ୍ଟ କରିବାକୁ ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ନେତା ।

କେନ୍ଦ୍ର ବଜେଟରେ ପୋଲାଭରମ ପାଇଁ ଅନୁଦାନ ଘୋଷଣା ପରେ ଓଡ଼ିଶା ରାଜନୀତିରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ''ଏହା ଓଡ଼ିଶା ପ୍ରତି ସମ୍ପୂର୍ଣ୍ଣ ପକ୍ଷପାତିତା । ଅନ୍ୟ ଦଳମାନଙ୍କୁ ଭାର ଦେଇ କେନ୍ଦ୍ର ସରକାର ତିଷ୍ଠିଛି । ତେଣୁ ସେମାନଙ୍କୁ ସନ୍ତୁଷ କରିବା ପାଇଁ ଓଡିଶା ସ୍ବାର୍ଥକୁ ବ୍ୟାଘାତ କରୁଛନ୍ତି । ପୂର୍ବତନ ନବୀନ ସରକାର ବାରମ୍ବାର ପୋଲାଭରମ ପ୍ରକଳ୍ପରେ ଓଡ଼ିଶା ସ୍ବାର୍ଥକୁ ଦୃଷ୍ଟି ଦେବାକୁ କେନ୍ଦ୍ରକୁ ଅବଗତ କରିଥିଲେ । ହେଲା ଆଜି ବଜେଟରେ ଏହି ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା ଓଡ଼ିଶା ସ୍ବାର୍ଥ ପ୍ରତି ପ୍ରଚଣ୍ଡ ଆଘାତ । ନିଜ ସ୍ବାର୍ଥ ପୂରଣ ପାଇଁ ରାଜ୍ୟ ରାଜ୍ୟ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି କେନ୍ଦ୍ର ସରକାର ।''

ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ବିହାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଥିଲେ । ହେଲେ କେବଳ ଆନ୍ଧ୍ର ଓ ବିହାର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ହେଲା କିନ୍ତୁ ଓଡ଼ିଶାକୁ ଦଣ୍ଡ ଦିଆଗଲା । ଓଡ଼ିଶାବାସୀ ୨୧ ଲୋକସଭା ଆସନରୁ ୨୦ ଆସନରେ ବିଜେପି ସାଂସଦକୁ ଜିତାଇଛନ୍ତି । ତଥାପି ଓଡ଼ିଶାର ଦାବିକୁ ଅବହେଳା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Union Budget 2024: ସ୍ବତନ୍ତ୍ର ପାହ୍ୟା ନ ଦେଇ ବିହାର-ଆନ୍ଧ୍ରକୁ ଖୁସି କରିଦେଲେ ମୋଦି, ଓଡ଼ିଶାକୁ ଭୁଲିଗଲେ ! - Union Budget 2024

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, "ପୋଲାଭରମ ହେଲେ ଓଡ଼ିଶାର ଅନେକ ଗାଁ ବୁଡିଯିବ । ତଥାପି କେନ୍ଦ୍ର ସରକାର ଓଡ଼ିଶାର ସ୍ବାର୍ଥ ଦେଖିଲେ ନାହିଁ । ଆନ୍ଧ୍ରରେ ବିଜେପି ସରକାର ଥାଇ ମଧ୍ୟ ଓଡିଶା ସ୍ବାର୍ଥକୁ ଅଣଦେଖା କଲେ । ଆରମ୍ଭରୁ ଓଡ଼ିଶାବାସୀଙ୍କ ସହ ବିଜେପି ବିଶ୍ବାସଘାତ କରିଛି ।" ସେହିପରି କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ପ୍ରକଳ୍ପ ବିରୋଧରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ । ଜୋରଦାର ବିରୋଧ କରାଯିବ ।

ଅନ୍ୟପଟେ ପୋଲାଭରମ ନେଇ ପ୍ରତିକ୍ରିୟା ରଖିଛି ଶାସକ ଦଳ । ପୋଲାଭରମ ପ୍ରସଙ୍ଗରେ ବିଜେପି ବିଧାୟକ ସନତ ଗର୍ତିଆ କହିଛନ୍ତି ଯେ, ଓଡ଼ିଶାର ସ୍ବାର୍ଥ ପାଇଁ ରାଜ୍ୟ ସରକାର ଚିନ୍ତା କରିବେ । ପୋଲାଭରମ ପାଇଁ ଅର୍ଥ ଦିଆଯାଇଛି କିନ୍ତୁ ଓଡ଼ିଶାର କ୍ଷତି ହେଲେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବେ ।

ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ଉପାନ୍ତ ଜିଲ୍ଲା ପ୍ରଭାବିତ ହେବ । ଏହି ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାରେ ପ୍ରାୟ 30 ହଜାର ଜନସାଧାରଣ ପ୍ରଭାବିତ ହେବେ । ମୋଟୁ ତହସିଲର କିଛି ଅଂଶ ବୁଡିଯିବାର ସମ୍ଭାବନା ରହିଛି । ମୋଟୁ ଅଞ୍ଚଳର ପ୍ରାୟ 50ରୁ ଉର୍ଦ୍ଧ୍ବ ଗାଁ ବୁଡିଯିବାର ସମ୍ଭାବନା ରହିଛି । ଯାହାକୁ ବିରୋଧ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.